Odisha news

ଲକ୍ଡାଉନର ସୁଯୋଗରେ ମାତିଲେ ଚୋର

0

ବୋଲଗଡ : ମହାମାରୀ କରୋନା ଯୋଗୁଁ ଏହାର ସଂକ୍ରମଣ ରୋକିବାପାଇଁ ଖୋର୍ଦ୍ଧା ଜିଲ୍ଲାରେ ୧୪ ଦିନିଆ ଲକ୍ଡାଉନ ଚାଲିଥିବାବେଳେ ଏହାର ସୁଯୋଗରେ ଚୋରମାନେ ତାଙ୍କର ଉତ୍ପାତ ବୃଦ୍ଧି କରିଛନ୍ତି । ରବିବାର ବିଳମ୍ବିତ ରାତ୍ରରେ ବୋଲଗଡ ଥାନା ବାଙ୍କୋଇ ଫାଣ୍ଡି ଅନ୍ତର୍ଗତ ବାଙ୍କୋଇ ତଳ ଛକ ଠାରେ ଚୋରାମାନେ ଦୋକାନ ଭାଙ୍ଗି ୫୦ହଜାରଟଙ୍କାର ସିଗାରେଟ,ପାନମସଲା ସମେତ ବହୁ ମନୋହରି ସାମଗ୍ରୀ ଲୁଟିନେଇଛନ୍ତି ।

ସେହିଗ୍ରାମର କୃତ୍ତିବାସ ପଟ୍ଟନାୟକଙ୍କ ପାନ ଦୋକାନ ଓ ଜିତେନ୍ଦ୍ର ବେହେରାଙ୍କ ପାନ ଦୋକାନର କବାଟ ଭାଙ୍ଗି ନଗଦ ଟଙ୍କା ସହିତ ବିଭିନ୍ନ ସାମଗ୍ରୀ ଚୋରୀ କରିବାଫଳରେ ଅନ୍ୟ ଦୋକାନୀମାନଙ୍କ ମନରେ ଭୟ ଦେଖାଦେଇଛି । ଏହା ବିରୁଦ୍ଧରେ ଦୁଇଜଣ ଦୋକାନୀ ବାଙ୍କୋଇ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି । ଫାଣ୍ଡି ଅଧିକାରୀ କୁମର ମୁଦୁଲି ଘଟଣାର ତଦନ୍ତ ଚଳାଇଛନ୍ତି । ଘଟଣାକୁ ୨୪ଘଣ୍ଟା ପୁରିଥିଲେ ମଧ୍ୟ ଚୋର ଓ ଲୁଟ ସାମଗ୍ରୀ ସମ୍ପର୍କିରେ କୈାଣସି ସୁରାଗ ପାଇପାରିନାହିଁ ।

Ad2
Leave A Reply