Odisha news

ଟିଏମସିକୁ ଖାଦ୍ୟ ନେଇ ଯାଉଥିବା ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ : ତିନି ଗିରଫ

0

ବେତନଟୀ :  ବୈଶିଙ୍ଗା ଥାନା ଅଧୀନ ଖଇରବଣୀରେ ଏକ ଟିଏମସି ହୋଇ ଏଠାରେ ପ୍ରବାସୀ ଓ ଅନ୍ୟ ମାନଙ୍କୁ ସଙ୍ଗରୋଧରେ ରଖା ଯାଇଛି । ଏହାର ଅନ୍ତେଃବାସୀ ମାନଙ୍କୁ ହାତୀଝୁରୀର ମାଆ ଝଙ୍କଡବାସିନୀ ସ୍ୱୟଂ ସହାୟକ ଗୋଷ୍ଠୀ ଖାଦ୍ୟ ଯୋଗାଉଛି । ଏହି ଟିଏମସିକୁ ସଂଗଠନର ସମ୍ପାଦିକା ହୃଦାନନ୍ଦ ମହାନ୍ତଙ୍କ ପନôୀ ରଜନୀ ମହାନ୍ତ ଏକ ଟ୍ରଲିରେ ଖାଦ୍ୟ ନେଇ ଯାଉ ଥିବା ବେଳେ ତାଙ୍କୁ ଆମଜଦ ଖାଁ ଓ ୫ ଜଣ ଗୁଣ୍ଡା ମିଶି ମରଣାନ୍ତକ ଆକ୍ରମଣ କରି ଥିବାର ଜଣା ପଡିଛି ।

ଏହି ଆକ୍ରମଣରେ ରଜନୀ ଗୁରୁତର ଆହତ ହୋଇ ବାରିପଦାରେ ଚିକିସôିତ ହେଉଛନ୍ତି । ଏହା ଛଡା ଆକ୍ରମଣକାରୀ ମାନେ ଟିଏମସି ପାଇଁ ଯାଉ ଥିବା ଖାଦ୍ୟକୁ ମଧ୍ୟ ଫିଙ୍ଗି ଦେଇ ଥିଲେ । ଘଟଣାକୁ ନେଇ ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତି ହସିନା ବିବିଙ୍କ ଅଭିଯୋଗ ମୂଳେ ବୈଶିଙ୍ଗା ଥାନା ଆଇଆଇସି ଲକ୍ଷ୍ମୀଧର ସ୍ୱାଇଁ ଦଫା ୩୪୧, ୩୨୩, ୨୯୪, ୪୨୭, ୩୦୭, ୫୦୬ ମୂଳେ ମାମଲା ନମ୍ବର ୧୫୬/୨୦୨୦ ରୁଜୁ କରି ଏଏସଆଇ ହରେନ୍ଦ୍ରନାଥ ନାଗରୀଙ୍କୁ ତଦନ୍ତ ଭାର ପ୍ରଦାନ କରିଛନ୍ତି । ଏହି ଘଟଣାରେ ପୋଲିସ ହୁସେନ ଖାଁ, ଶେଖ ନାୟାତ କାଦରୀ, ସାଜନ ଖାଁ ପ୍ରମୁଖଙ୍କୁ ଗିରଫ କରି ଥିବାର ଜଣା ପଡିଛି । ଅତ୍ୟାବଶ୍ୟକୀୟ କାର୍ଯ୍ୟ ନଥିଲେ ଘରୁ ନବାହାରିବାକୁ କଳମାରେ ପ୍ରଶାସନର ଘୋଷଣା

Leave A Reply