ଖଇରା : ବାଲେଶ୍ୱର ଉପଜିଲ୍ଲାପାଳ ପଟେଲ ଆଶିଷ ଇଶ୍ୱର ସୋମବାର ଦିନ ଖଇରା ତହସିଲ ଅଧୀନ ଶାରୀଶୂଆ ପାହାଡର ବିଭିନ୍ନ ଖଣି ଓ ପାହାଡ ସଂଲଗ୍ନ ଗ୍ରାମ ଗୁଡିକରେ ଥିବା ବିଭିନ୍ନ କ୍ରସର ଗୁଡିକ ଯାଞ୍ଚ କରି ଫେରିଛନ୍ତି । ଏହି ପରିଦର୍ଶନ ପାଇଁ ଉପଜିଲ୍ଲାପାଳ ପହଞ୍ଚିବା ପୂର୍ବରୁ ଖଣି ମାଫିଆ ମାନେ ନିଜ ନିଜର ମେସିନ ସହ ପାହାଡ ଭିତରେ ଲୁଚି ଯାଇଥିଲେ ।
କେବଳ ଶାରିଶୂଆ-କୁପାରୀ ରାସ୍ତା କଡରେ ଜମିରେ କାମ କରୁଥିବା ଏକ ଜେସିବି ମ୍ୟାସିନକୁ ଜବତ କରି ପରେ ଜରିମାନା ଆଦାୟ କରି ଛାଡି ଦେଇଥିଲେ । ଏହାପରେ ଉପଜିଲ୍ଲାପାଳ ଖଇରା ତହସିଲ କାର୍ଯ୍ୟାଳୟକୁ ଯାଇ ଗ୍ରୀନ ଟ୍ରିବୁ୍ୟନାଲର ରାୟ ସହ ଖଣି ଖୋଳା ସମ୍ବନ୍ଧୀୟ ବିଭିନ୍ନ କାଗଜପତ୍ର ତନଖି କରିଥିଲେ । ଉପଜିଲ୍ଲାପାଳଙ୍କ ସହ ତହସିଲଦାର ପ୍ରଦୀପ କୁମାର ସାହୁ ଓ ଅତିରିକ୍ତ ତହସିଲଦାର ବିଭାସ ରଞ୍ଜନ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ
