ମାଞ୍ଚେଷ୍ଟର, ୧୬ା୭ (ଏଜେନ୍ସି) : ଇଂଲଣ୍ଡ ଏବଂେ ୱଷ୍ଟଇଣ୍ଡିଜ୍ ମଧ୍ୟରେ ମାଞ୍ଚେଷ୍ଟରରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଆରମ୍ଭ ହୋଇଛି । ଟସ୍ ଜିତି ଇଣ୍ଡିଜ୍ ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଇଂଲଣ୍ଡ ୪୮ ଓଭର୍ରେ ୩ ୱିକେଟ୍ ହରାଇ ୧୧୨ ରନ୍ କରିଥିଲା । ଅଲ୍ରାଉଣ୍ଡର୍ ବେନ୍ ଷ୍ଟୋକ୍ସ ୧୮ ଏବଂ ଡମ୍ ଶିବ୍ଲେ ୪୬ ରନ୍ କରି ଅପରାଜିତ ଥିଲେ ।େ ୱଷ୍ଟଇଣ୍ଡିଜ୍ର ରୋଷ୍ଟନ୍ ଚେଜ ଦୁଇଟି ଓ ଅଲଜାରି ଯୋଶେଫ ଗୋଟିଏ ୱିକେଟ୍ ସଫଳତା ହାସଲ କରିଥିଲେ । ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରେ ଇଣ୍ଡିଜ୍ ୧-୦ରେ ଅଗ୍ରଣୀ ଅଛି । ସାଉଥମ୍ପଟନ୍ ପ୍ରଥମ ଟେଷ୍ଟରେ ଇଣ୍ଡିଜ୍ ୪ ୱିକେଟ୍ରେ ବିଜୟ ହାସଲ କରିଥିଲା । ଏହି ମ୍ୟାଚ୍ରେ ଇଂଲଣ୍ଡର ତାରକା ଅଲ୍ରାଉଣ୍ଡର ବେନ୍ ଷ୍ଟୋକ୍ସ ଅଧିନାୟକ ଥିଲେ । କିନ୍ତୁ ମାଞ୍ଚେଷ୍ଟର ମ୍ୟାଚ୍ ପାଇଁ ନିୟମିତ ଅଧିନାୟକ ଜୋ ରୁଟ୍ ଦଳକୁ ଫେରିଛନ୍ତି ।