ୱାଶିଂଟନ : ୨୦୨୦ରେ ଗୋଟିଏ ପରେ ଗୋଟିଏ ମହାବିପର୍ଯ୍ୟୟର ସାମ୍ନା କରିବାକୁ ପଡ଼ୁଛି । ସଦ୍ୟ ଦୁଃସମ୍ବାଦଟି ହେଉଛି ଆମେରିକାର ମରିସନ୍ ସହରରେ ଗୁଣ୍ଡୁଚିମୂଷା ବୁବୋନିକ ପ୍ଳେଗ୍ରେ ସଂକ୍ରମିତ । ଏହା ସେ ଦେଶରେ ପ୍ରଥମ ପ୍ଲେଗ୍ ସଂକ୍ରମଣ । ବୁବୋନିକ ପ୍ଲେଗ୍ ଦୁର୍ଲଭ । କିନ୍ତୁ ଏହା
ଏକ ଗମ୍ଭୀର ସଂକ୍ରାମକ ରୋଗ ଯାହା ମାଛି ମାଧ୍ୟମରେ ବ୍ୟାପେ । ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ
ମତରେ ଯଦି ସଚେତନ ନ ରହିବେ ମଣିଷ ବି ଏହା ଦ୍ୱାରା ସଂକ୍ରମିତ ହୋଇପାରେ । କେବଳ ଆମେରିକା ନୁହେଁ, ଚୀନ୍ର ମଙ୍ଗୋଲିଆରେ ପ୍ଳେଗ୍ର ଏକ ମାମଲା ଚିହ୍ନଟ ହୋଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ପ୍ଲେଗ୍ ପୁଣି ଫେରିଛି । ଏହାର ଲକ୍ଷଣ ହେଉଛି ଅଧିକ ଜ୍ୱର, ଥଣ୍ଡା ଲାଗିବା ଓ ମୁଣ୍ଡବିନ୍ଧା ଇତ୍ୟାଦି ।