୨୦୬୪ ପର୍ଯ୍ୟନ୍ତ ବିଶ୍ୱ ଜନସଂଖ୍ୟା ପ୍ରାୟ ୯୭୦ କୋଟିକୁ ବୃଦ୍ଧିପାଇ ପରବର୍ତ୍ତୀ ବର୍ଷଗୁଡ଼ିକରେ ଦ୍ରୁତ ଅବନ୍ନତି ଘଟି ଶତାବ୍ଦୀ ଶେଷ ବେଳକୁ ୮୮୦ କୋଟି ହେବ। ଦ ଲାନସେଟ୍ ଜର୍ନଲରେ ପ୍ରକାଶ ପାଇଥିବା ସର୍ଭେ ଅନୁଯାୟୀ ଜାପାନ, ଥାଇଲାଣ୍ଡ, ଇଟାଲୀ, ସ୍ପେନ୍ ଆଦି ୨୩ଟି ଦେଶର ଜନସଂଖ୍ୟା ୫୦% ହ୍ରାସ ପାଇବ । ପୂର୍ବାନୁମାନ ଅନୁଯାୟୀ, ୨୧୦୦ ସୁଦ୍ଧା ଭାରତର ଜନସଂଖ୍ୟା ୧୦୯ କୋଟିକୁ ହ୍ରାସ ପାଇଲେହେଁ ଏହା ପୃଥିବୀର ସର୍ବାଧିକ ଜନବହୁଳ ଦେଶ ହେବ । ଏ ତାଲିକାରେ ଭାରତ ପଛକୁ ରହିଥିବେ ନାଇଜିରିଆ (୭୯.୧ କୋଟି), ଚୀନ୍ (୭୩.୨ କୋଟି), ଆମେରିକା (୩୩.୬ କୋଟି) ଓ ପାକିସ୍ତାନ (୨୪.୮ କୋଟି) । ଭାରତ ଓ ଚୀନ୍ରେ କାର୍ଯ୍ୟକ୍ଷମ ଜନସଂଖ୍ୟା ହ୍ରାସ ପାଇବ ଯାହାଦ୍ୱାରା ଆର୍ଥିକ ବିକାଶରେ ବାଧା ସୃଷ୍ଟି ହେବା ସହ ବିଶ୍ୱ ଶକ୍ତିରେ ପରିବର୍ତ୍ତନ ଆସିବ ବୋଲି ଭବିଷ୍ୟବାଣୀ କରାଯାଇଛି । ତେବେ ଭାରତ ପାଇଁ ଆଶ୍ୱାସନାର କଥା ଯେ ଶତାବ୍ଦୀ ଶେଷ ବେଳକୁ ନାଇଜିରିଆ, ଚୀନ୍ ଓ ଆମେରିକା ସହିତ ଭାରତ ମଧ୍ୟ ବିଶ୍ୱର ପ୍ରମୁଖ ଶକ୍ତି ମଧ୍ୟରେ ଗଣ୍ୟ ହେବ । ୨୦୧୭ରେ ଆମେରିକାର ଅର୍ଥବ୍ୟବସ୍ଥା ଥିଲା ସବୁଠୁ ବଡ଼ । ୨୦୩୫ ସୁଦ୍ଧା ଚୀନ୍ ସେହି ପର୍ଯ୍ୟାୟରେ ପହଞ୍ଚିବା ପାଇଁ ପ୍ରସ୍ତୁତ ହେଉଛି । ଆମେରିକା ଅନୁମାନ କରିଛି ୨୦୯୮ରେ ପୁଣି ଥରେ ତାର ସବୁଠୁ ବଡ଼ ଅର୍ଥବ୍ୟବସ୍ଥା ହେବ ।