Odisha news

୧୭ ତାରିଖ ସଂନ୍ଧ୍ୟା ୭ଟାରୁ ୨୨ ତାରିଖ ସକାଳ ୬ଟା ଯାଏଁ ୪ ଦିନ ପାଇଁ ଫୁଲବାଣୀ ପୌରାଂଚଳ ଓ ବାଲିଗୁଡା ବିଜ୍ଞାପିତ ଅଂଚଳ ସଟ୍ଡାଉନ୍ ଘୋଷଣା କଲା ପ୍ରଶାସନ

0

ଫୁଲବାଣୀ :  କନ୍ଧମାଳ ଜିଲାର ଆଖପାଖରେ ଥିବା ଗଞ୍ଜାମ,ନୟାଗଡ,ଖୋର୍ଦ୍ଧା ଓ ଭୁବନେଶ୍ୱର କଟକ ଭଳି ହଟ୍ସ୍ପଟ୍ ଅଂଚଳ ଗୁଡିକରୁ ଫୁଲବାଣୀ ଓ ବାଲିଗୁଡା ଅଂଚଳର ଲୋକମାନେ ସେମାନଙ୍କର ବ୍ୟକ୍ତିଗତ କାମରେ ଜିଲାକୁ ବାରମ୍ବାର ଯିବାଆସିବା କରୁଛନ୍ତି । ଫଳରେ କନ୍ଧମାଳ ଜିଲାର ଏହି ସହରାଂଚଳ ଗୁଡିକରେ କରୋନା ସଂକ୍ରମଣର ଆଶଙ୍କା ବୃଦ୍ଧି ପାଇବାରେ ଲାଗିଛି । ଏହି ସମ୍ଭବିତ ସଂକ୍ରମଣକୁ ପ୍ରତିହତ କରିବାପାଇଁ କନ୍ଧମାଳ ଜିଲାପାଳ ଡ.ବୃନ୍ଦା ଡି ମହାମାରୀ ଅଧିନିୟମ ୧୮୯୭ ଓ ବିପର୍ଯ୍ୟୟ ପରିଚାଳନା ଅଧିନିୟମ ୨୦୦୮ ଅନୁସାରେ ଆସନ୍ତା ୧୭ ତାରିଖ ସଂନ୍ଧ୍ୟା ୭ଟା ଠାରୁ ୨୨ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ୪ ଦିନ ପାଇଁ ଫୁଲବାଣୀ ପୌରାଂଚଳ ଏବଂ ବାଲିଗୁଡା ବିଜ୍ଞାପିତ ଅଂଚଳ ପରିଷଦର ସମସ୍ତ ସହରାଂଚଳ ଗୁଡିକରେ  ସଟ୍ଡାଉନ ଘୋଷଣା କରିଛନ୍ତି । ଏହି ଚାରି ଦିନ ପାଇଁ ଉଭୟ ଫୁଲବାଣୀ ଓ ବାଲିଗୁଡା ସହରାଂଚଳର ସମସ୍ତ ପ୍ରବେଶ ପଥ ଗୁଡିକ ସିଲ କରିଦିଆଯିବ । ଏହି ସମୟ ଭିତରେ ସେହି ଅଂଚଳରେ କୌଣସି ଯାନବାହାନ,ଅଟୋରିକ୍ସା କିମ୍ବା କୌଣସି ଗାଡି ମଟର ଚଳାଚଳ କରିପାରିବ ନାହିଁ । ଅତି ଆବଶ୍ୟକ ପଡିଲେ ସମ୍ପୃକ୍ତ ଉପଖଣ୍ଡର ଉପ-ଜିଲାପାଳଙ୍କ ଅନୁମତିରେ ଗାଡି ଯାତାୟାତ କରିପାରିବ । ତେବେ ଜିଲା ବାହାରୁ କନ୍ଧମାଳ ଜିଲା ମଧ୍ୟ ଦେଇ ଯାଉଥିବା ଯାନବାହାନ ସବୁ ଏହି ଅଂଚଳରେ ଗାଡି ଗୁଡିକ ନ ଅଟକାଇ ଯାଇପାରିବ । ସେହିପରି ସରକାରୀ ଅଧିକାରୀ ମାନେ ସେମାନଙ୍କର କାର୍ଯ୍ୟରେ ଯୋଗ ଦେବାବେଳେ ସେମାନଙ୍କର ପରିଚୟ ପତ୍ର ଦେଖାଇ ଯାତାୟାତ କରିପାରିବେ । ସ୍ୱାସ୍ଥ୍ୟ ବିଭାଗ,କୃଷି,ଉଦ୍ୟାନ କୃଷି,ମସô୍ୟ ବିଭାଗ,ପଶୁପାଳନ ବିଭାଗ ସମ୍ବନ୍ଧୀୟ କାର୍ଯ୍ୟରେ ଯାତାୟାତ କରୁଥିବା ଗାଡି ଗୁଡିକ ଯାତାୟାତ କରିପାରିବ ବୋଲି ଜିଲା ପ୍ରଶାସନ ତରଫରୁ ନିଦେ୍ର୍ଦଶ ରହିଛି । ଜିଲାରେ କାର୍ଯ୍ୟରତ ବ୍ୟାଙ୍କର ଜଣେ ଜିଲା ସ୍ତରୀୟ ଅଧିକାରୀ କରୋନା ସଂକ୍ରମିତ ହୋଇଥିବାରୁ ଆଜିଠାରୁ ଫୁଲବାଣୀରେ ଥିବା ଷ୍ଟେଟବ୍ୟାଙ୍କର ୨ଟି ଶାଖା ସମେତ ବାଲିଗୁଡାର ଷ୍ଟେଟବ୍ୟାଙ୍କ ଶାଖାକୁ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ବନ୍ଦ  ରଖା୍ିବା ପାଇଁ  କନ୍ଧମାଳ ଜିଲାପାଳ ନିଦେ୍ର୍ଦଶ ଦେଇଛନ୍ତି । ପ୍ରତ୍ୟେକ ୱର୍ଡରେ ଫୁଲବାଣୀ ପୌରାଂଚଳ କାର୍ଯ୍ୟାଳୟ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରଚାର ମଧ୍ୟ କରାଯାଇଛି । ଏହି ସଟଡାଉନ୍ ନିୟମକୁ କଡାକଡି ଭାବରେ ପାଳନ କରିବାକୁ ପୋଲିସର କଡା ପ୍ରହରା ରହିବ ବୋଲି ମଧ୍ୟ ସୁଚନା ଦିଆଯାଇଛି । ଏହି ନିୟମକୁ ଅମାନ୍ୟ କରେ ଦୋଷୀମାନଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପ୍ରଶାସନ ତରଫରୁ ସୁଚନା ଦିଆଯାଇଛି ।

 

 

Leave A Reply