Odisha news

କ୍ଷୀରଗାଡ଼ି ଓ ପେଟ୍ରୋଲ ଟ୍ୟାଙ୍କର ମୁହାଁମୁହିଁ ଧକ୍କା, ୩ଗୁରୁତର

0

ସାଲେପୁର  : ଆଜି ସକାଳ ପ୍ରାୟ ୫.୩୦ମି. ସମୟରେ କେନ୍ଦ୍ରାପଡ଼ା ରାସ୍ତାର କଳାଗ୍ନି ଛକ ନିକଟରେ  ଏକ କ୍ଷୀର ବୋଝେଇ ଗାଡ଼ି ସହ ଏକ ପେଟ୍ରୋଲ ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହେବା ଫଳରେ ୩ଜଣ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ଖବରରୁ ପ୍ରକାଶ ଯେ ଆଜି ସକାଳ ପ୍ରାୟ ୫.୩୦ମି. ସମୟରେ କଟକ-କେନ୍ଦ୍ରାପଡ଼ା ରାସ୍ତାର କଳାଗ୍ନୀ ଛକ ନିକଟରେ ସାଲେପୁରରୁ କେନ୍ଦ୍ରାପଡ଼ା ଅଭିମୁଖେ ଆସୁଥିବା ଏକ ପେଟ୍ରୋଲ ଟ୍ୟାଙ୍କର ନଂଓ.ଡି.୦୧ଏ ୫୬୩୧ ସହିତ କେନ୍ଦ୍ରାପଡ଼ାରୁ ସାଲେପୁର ଅଭିମୁଖେ ଯାଉଥିବା ଏକ କ୍ଷୀର ବୋଝେଇ ପିକ୍ଅପ୍ ଭ୍ୟାନ୍ ଓ.ଡି.୦୫ ଏ.ଆର.୭୮୨୮ ମୁହାଁମୁହିଁ ଧକ୍କା ହେବା ଫଳରେ ଉତ୍ତରପ୍ରଦେଶ ରାଜ୍ୟର ଅଜାମ୍ବେଦୀ ଅଞ୍ଚଳର ଟ୍ରକ୍ଚାଳକ ମୁନା ରାଜଭେର(୨୦) ଗୁରୁତର ଆହତ ହୋଇଥିଲେ ।

ଏମିତିକି ଦୁର୍ଘଟଣା ଘଟିବା ପରେ ଟ୍ରକ୍ ଭିତରୁ ଟ୍ରକ୍ ଚାଳକକୁ ବାହାରକୁ କାଢ଼ିବାପାଇଁ ଅଗ୍ନିଶମ କର୍ମଚାରୀ ଓ ସାଲେପୁର ପୁଲିସଙ୍କୁ ନାକେଦମ୍ ହେବାକୁ ପଡିଥିଲା । ଟ୍ରକ୍ ଚାଳକକୁ ବାହାର କରି ଚିକିତ୍ସା ନିମନ୍ତେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅପର ପକ୍ଷରେ କ୍ଷୀରଗାଡ଼ିରେ ଥିବା ଚୌଦ୍ୱାର ଅଞ୍ଚଳର ରଂଜନ ସାମନ୍ତ(୨୭), ସତ୍ୟବାନ୍ ସାହୁ(୨୮) ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କ ମୁଣ୍ଡ, ହାତ ଓ ଛାତି ଓ ଗୋଡ଼ରେ ଗଭୀର କ୍ଷତ ହୋଇଛି । ଏହି ୩ଜଣଙ୍କୁ ସାଲେପୁର ଅଗ୍ନିଶମ ବିଭାଗ ଉଦ୍ଧାର କରି ଚିକିତ୍ସା ନିମନ୍ତେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବାବେଳେ ସେଠାରେ ସମସ୍ତଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଏ ସମସ୍ତଙ୍କୁ କଟକ ବଡ଼ ମେଡ଼ିକାଲକୁ ପଠାଯାଇଛି । ଅପର ପକ୍ଷରେ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ପୁଲିସ ଜବତ କରି ତଦନ୍ତ ଚାଲୁ ରଖିଛି ।

Nalco
Leave A Reply