Odisha news

କନ୍ଧମାଳ କରୋନା ମୁକ୍ତ ଥିଲା : ଆଜି ପୁଣି ୮ ପଜିଟିଭ ବାହାରିଲା, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୬ ରେ ପଂହଚିଲା

0

ଫୁଲବାଣୀ :  କରୋନା ମୁକ୍ତ ହୋଇଥିଲା କନ୍ଧମାଳ ଜିଲ୍ଲା । ଜିଲ୍ଲାରେ ଶୁକ୍ରବାର ସୁଦ୍ଧା ସମସ୍ତ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିଲେ । ତେବେ, ଆଜି ଶନିବାର ପୁଣି ୮ ଜଣ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହୋଇଛନ୍ତି ଜିଲ୍ଲାରେ । ଏଯାଏଁ ଜିଲ୍ଲାରେ ମୋଟ ୧୮୬ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୧୭୮ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଆଜି ଚିହ୍ନଟ ହୋଇଥିବା ୮ ଜଣ କରୋନା ରୋଗୀ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଗତ ସପ୍ତାହେ ହେଲା ଜିଲ୍ଲାରୁ କେହି କରୋନା ରୋଗୀ ଚିହ୍ନଟ ହୋଇନଥିବା ବେଳେ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଆଶ୍ୱସ୍ତି ଅନୁଭବ କରୁଥିଲା ।

ଆଜି ପୁଣି ୮ ପଜିଟିଭ ରୋଗୀ ଚିହ୍ନଟ ହେବା ପରେ ପ୍ରଶାସନର ଚିନ୍ତା ବଢିଯାଇଛି । ୧୭୮ ଜଣ ସୁସ୍ଥଙ୍କ ମଧ୍ୟରୁ ୧୭୦ ଜଣ ବିଭିନ୍ନ କ୍ୱାରେଂଟାଇନ ସେଂଟରରୁ ଥିବା ବେଳେ ୮ ଜଣ କରୋନା ଯୋଦ୍ଧା ଥିଲେ । ଅନ୍ୟପଟରେ ଜିଲ୍ଲାରୁ ୩ଶହରୁ ଉଦ୍ଧ୍ୱର୍ ସ୍ୱାବ୍ ସଂଗ୍ରହ କରାଯାଇ ଟେଷ୍ଟିଂ ପାଇଁ ପଠାଯାଇଥିଲା ସେଥିରୁ ୮ଟି ପଜିଟିଭ ଆସିଥିବା ବେଳେ ବାକି ରିପୋର୍ଟ ଆସିନି ଏଯାଏଁ । ବର୍ତମାନ ସୁଦ୍ଧା ସରକାରୀ ରିପୋର୍ଟ ପ୍ରକାରେ ଜିଲ୍ଲାକୁ ୧୦ ହଜାର ୭୧୮ ଜଣ ପ୍ରବାସୀ ଓଡିଆ ଫେରିଥିବା ବେଳେ ୯ ହଜାର ୩୫୦ ଜଣ କ୍ୱାରେଂଟାଇନ ଅବଧି ସାରି ଘରକୁ ଫେରିଛନ୍ତି । ବାକି ୧୩୯୮ ଜଣ ଜିଲ୍ଲାର ବିଭିନ୍ନ କ୍ୱାରେଂଟାଇନ ସେଂଟରରେ ଅଛନ୍ତି । ସେହିପରି ଜିଲ୍ଲାରୁ ବର୍ତମାନ ସୁଦ୍ଧା ୩ ହଜାର ୮୦୯ ଜଣଙ୍କ ସ୍ୱାବ୍ ନମୁନା ପରୀକ୍ଷା ପାଇଁ ଯାଇଥିବା ବେଳେ ସେଥିରୁ ୧୮୬ ଜଣଙ୍କ କରୋନା ପଜିଟିଭ ଥିବା ବେଳେ ବାକି ୩ଶହରୁ ଉଦ୍ଧ୍ୱର୍ ରିପୋର୍ଟ ଆସିନି ଏଯାଏଁ ।

 

 

 

Leave A Reply

Your email address will not be published.