କେନ୍ଦ୍ରାପଡା : ପଶ୍ଚିମବଙ୍ଗର ହଳଦିଆରୁ କେନ୍ଦ୍ରାପଡାକୁ ଆସିଥିବା ୧୪ ଜଣ ପ୍ରବାସୀ ନିଜ ଘରକୁ ପଳାଇ ଯାଇଥିବା ବେଳେ ଖବର ପାଇ ପୋଲିସ ସେମାନଙ୍କୁ ସଂଗରୋଧ କେନ୍ଦ୍ରରେ ଛାଡିଥିବା ଜଣା ପଡିଛି । ପ୍ରକାଶ ଯୋଗ୍ୟ ଯେ, ପଶ୍ଚିମବଙ୍ଗରୁ ୧୪ ଜଣ କେନ୍ଦ୍ରାପଡାରେ ରହି ରାଜମିସ୍ତ୍ରୀ କାମ କରୁଥିଲେ ।
ସେମାନେ ନିଜ ଘର ପଶ୍ଚିମବଙ୍ଗ ର ହଳଦିଆକୁ ଯାଇ କେନ୍ଦ୍ରାପଡା ଫେରିବା ପରେ ସିଧା ସଳକ ସ୍ଥାନୀୟ ଗରାପୁର ସ୍ଥିତ ଭଡା ଘରକୁ ପଳାଇଥିଲେ । ଖବର ପାଇ କପାଳେଶ୍ୱର ସରପଂଚ ଅଙ୍ଗନବାଡି କର୍ମୀ, ଆଶାକର୍ମୀ ଓ ପୋଲିସ ପ୍ରମୁଖ ଏହି ୧୪ ଜଣ ପଶ୍ଚିମବଙ୍ଗ ଫେରନ୍ତା ଙ୍କୁ ନେଇ ସଂଗରୋଧ କେନ୍ଦ୍ରରେ ରଖିଥିବାର ଜଣା ପଡିଛି ।