Odisha news

କେନ୍ଦ୍ରାପଡା : ବ୍ୟାଙ୍କ ପରାମର୍ଶ କମିଟି ର ଜିଲ୍ଲା ସ୍ତରୀୟ ବୈଠକ

0

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ସ୍ତରୀୟ ସମସ୍ତ ବ୍ୟାଙ୍କ ପରାମର୍ଶ ଦାତା କମିଟି ବୈଠକ ଏଲ ଡି ଏମ ସୁନିଲ ପୁରୋହିତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ଦିନ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ରାପଡା ଜିଲ୍ଲାରେ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଉପରେ ଗୁରୁତ୍ୱାରୋପ କରା ଯାଇଥିଲା । ସରକାର ଙ୍କର ସମସ୍ତ ଯୋଯନାକୁ କାର୍ଯ୍ୟକାରୀ କରିବା ପାଇଁ ଏହି ବୈଠକରେ ଗୁରୁତ୍ୱ ଦିଆ ଯାଇଥିଲା ।

ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଋଣ ପ୍ରଦାନ ଶିକ୍ଷିତ ବେକାର ଯୁବକ ଯୁବତୀଙ୍କୁ ଋଣ ପ୍ରଦାନ ଓ ଚାଷୀଙ୍କୁ ଋଣ ପ୍ରଦାନ କୁ ନେଇ ଏହି ବୈଠକରେ ଆଲୋଚନା ହୋଇଥିଲା । ଗତ ମାର୍ଚ୍ଚ ମାସ ୧୭ ତାରିଖରେ ଏହି କମିଟିକୁ ନେଇ ଅନୁଷ୍ଠିତ ହୋଇଥିବା ବୈଠକର କାର୍ଯ୍ୟକାରିତା ଉପରେ ଅଲୋଚନା କରାଯାଇଥିଲା ।

ପରେ ଗ୍ରାମୀଣ ଆତ୍ମ ନିଯୁକ୍ତି ପାଇଁ ପ୍ରଶିକ୍ଷଣ ଗ୍ରହଣ କରିଥିବା ବ୍ୟକ୍ତିଙ୍କ ଅଗ୍ରଗତି ସଂପର୍କରେ ଆଲୋଚନା କରାଯିବା ସହ ଏହି ପ୍ରଶିକ୍ଷାର୍ଥ୍ରୀ ମାନଙ୍କୁ ଡିଆର ଡିଏ, ଓ ଏଲ ଏମ, ଅର ଏସ ଇ ଟିଆଇ , ଓ ଏନଜିଓ ମାନଙ୍କ ଦ୍ୱାରା କେଉଁ ପରିମାଣରେ ପ୍ରୋସôାହନ ଦିଆ ଯାଇଛି, ତାହା ମଧ୍ୟ ଅଲୋଚନା କରାଯାଇଥିଲା ।

ଏଥି ସହିତ ଏହି ପ୍ରଶିକ୍ଷାର୍ଥୀ ମାନଙ୍କୁ ଆତ୍ମ ନିଯୁକ୍ତି ପାଇଁ କିଭଳି ଋଣ ପ୍ରଦାନ କରିବ ସେ ବିଷୟରେ ବିଶେଷକରି ଆଲୋଚନା କରା ଯାଇଥିଲା । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ନରହରି ସେଠୀ, ଏସ ବି ଆଇର ଆର ଏମ ପ୍ରବୀର ଚନ୍ଦ୍ର ସାହୁ, ଡିଡିଏମ ନାବାର୍ଡ ଅକ୍ଷୟ କୁମାର ଆଚାର୍ଯ୍ୟ, ଡିପି ଏମ ଓଏଲ ଏମ ସତ୍ୟଭାମା ପ୍ରଧାନଙ୍କ ସମେତ ଜିଲ୍ଲା ମସô୍ୟ ଅଧିକରୀ ମମତା ମହାପତ୍ର, ଡି ଆଇ ସିର ମ୍ୟାନେଜର ସନ୍ତୋଷ କୁମାର ମିଶ୍ର ଏବଂ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

Leave A Reply