ନାସିକ୍ର ଇଗତ୍ପୁରୀ ଗାଁ ଲୋକେ ସେଠିକାର ଗୋଟିଏ ଇଲାକାକୁ ସ୍ୱର୍ଗତ ବଲିଉଡ୍ ଅଭିନେତା ଇର୍ଫାନ୍ ଖାନ୍ଙ୍କ ନାଁରେ ‘ହିରୋ ଚି ବାଡ଼ି’ (ହିରୋଙ୍କ ଇଲାକା) ରଖିଛନ୍ତି । ଇର୍ଫାନ୍ ଇଗ୍ତିପୁର୍ରେ ଗୋଟିଏ ଫାର୍ମ ହାଉସ୍ ତିଆରି କରିଥିଲେ । ବର୍ଷକୁ ସେ ୧୦ରୁ ୧୫ ଦିନ ସେଠାରେ ରହୁଥିଲେ । ଗାଁରେ ସୁପର୍ଷ୍ଟାର୍ଙ୍କ ଫାର୍ମ ହାଉସ୍ ଦେଖି ଗ୍ରାମବାସୀ ବେଶ୍ ଖୁସି ଥିଲେ । ଫାର୍ମ ହାଉସ୍ ପାଖରେ ରହୁଥିବା ବହୁ ଆଦିବାସୀଙ୍କୁ ସାହାଯ୍ୟ କରୁଥିଲେ ଇର୍ଫାନ୍ । ଇର୍ଫାନ୍ଙ୍କ ପ୍ରତି କୃତଜ୍ଞତାର ସନ୍ତକ ସ୍ୱରୂପ ଗ୍ରାମବାସୀଙ୍କ ଶ୍ରଦ୍ଧାରେ ଏଭଳି କରିଛନ୍ତି ।