Odisha news

ବିନା ସୂଚନାରେ ଫେରି ଆସୁଛନ୍ତି ପ୍ରବାସୀ।

0

ବୁଗୁଡ଼ା ୨୪/୫ : ବିନା ସୂଚନାରେ ବହୁ ସଂଖ୍ୟାରେ ପ୍ରବାସୀ ଓଡିଆ କର୍ମସ୍ଥଳିରୁ ଫେରିଆସୁଥିବା ଯୋଗୁ ହଟହଟାରେ ପଡୁଛି ପ୍ରଶାସନ। କରୋନା ମହାମାରୀ ଯୋଗୁ ଉପୁଜିଥିବା ପରିସ୍ଥିତିର ରୂପରେ ପ୍ରବାସୀ ଓଡ଼ିଆମାନେ ଏବେ ଘରମୁହାଁ ହୋଇଯାଇଛନ୍ତି ଯେଉଁ ପ୍ରବାସୀ ଓଡିଆମାନେ ଘରକୁ ଫେରିବା ପାଇଁ ଆଗରୁ ପଞ୍ଜୀକୃତ ହୋଇଛନ୍ତି ସେମାନେତ ପଯ୍ୟାୟକ୍ରମେ ପ୍ରଶାସନର ଗୋଚରରେ ଆସୁଛନ୍ତି କିନ୍ତୁ ଯେଉଁମାନେ କୌଣସି କାରଣରୁ ପଞ୍ଜୀକୃତ ହୋଇପାରିନାହାନ୍ତି ସେମାନେ ମଧ୍ଯ ବ୍ୟାକୁଳ ହୋଇ ଯେକୌଣସି ପ୍ରକାରେ ଘରମୁହାଁ ହେଉଥିବା ପ୍ରଶାସନ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରୁଛି। ଗତକାଲି ଛଅଟି ଗାଡିରେ ଦେଢ ଶହ ପ୍ରବାସୀ ଓଡିଆ ବଡ଼ିଭୋର୍ ରୁ ଆସି ବୁଗୁଡ଼ା ବସଷ୍ଟାଣ୍ଡରେ ପହଞ୍ଚି ଘୂରିବୁଲୁଥିଲେ। ସେମାନେ ଜଗନ୍ନାଥ ପ୍ରସାଦ ବ୍ଲକ କୁ ଯିବା ସ୍ଥଳେ ବାଟ ହୁଡ଼ି ବୁଗୁଡ଼ା ରେ ପହଞ୍ଚି ଯାଇଥିଲେ।

ସେମାନେ ପଞ୍ଜୀକୃତ ହୋଇ ନଥିବା ହେତୁ ବ୍ଲକ୍ କୁ ଯାଇ ରିପୋର୍ଟ କରିନଥିବା ବେଳେ ଘରକୁ କଟକଣା ଯୋଗୁ ଯାଇପାରି ନଥିଲେ କଣ କରିବେ ଜାଣିନପାରି ବୁଗୁଡା ବସ୍ ଷ୍ଟାଣ୍ଡ , ଦୋକାନ ବଜାର ରେ ବୁଲୁଥିବା ବେଳେ ସ୍ଥାନୀୟ ଲୋକେ ପ୍ରଶାସନକୁ ସୂଚନା ଦେଇଥିଲେ। ପ୍ରଶାସନ ପକ୍ଷରୁ ଡେରିରେ ସେମାନଙ୍କୁ ବିଭିନ୍ନ ସଂଗରୋଧ କେନ୍ଦ୍ରକୁ ପଠାଯାଇଥିବା ଜଣାଯାଇଛି।

Govt
Leave A Reply