Odisha news

ବିଜେପି ର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀ ବୈଜୟନ୍ତ ପଣ୍ଡା ଙ୍କ ‘ଅମ୍ଫାନ’ ପ୍ରଭାବିତ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ

0
ଭୁବନେଶ୍ୱର : ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀ ବୈଜୟନ୍ତ ପଣ୍ଡା ‘ଅମ୍ଫାନ’ ପ୍ରଭାବିତ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କରିଛନ୍ତି। ସେ ସକାଳେ କେନ୍ଦ୍ରାପଡ଼ାର ଉପକୂଳ ଅଞ୍ଚଳ ରାଜନଗର ବ୍ଲକରେ ପହଞ୍ଚି ବାତ୍ୟା କ୍ଷୟକ୍ଷତି ଦେଖିଛନ୍ତି। ଈଶ୍ୱରପୁର ପଞ୍ଚାୟତର ପୁରୁଷୋତ୍ତମପୁର ଗାଁ ବୁଲି ବାତ୍ୟା କ୍ଷୟକ୍ଷତି ଦେଖିବା ସହ ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରିଛନ୍ତି।
ପରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସହ ବାତ୍ୟା କ୍ଷୟକ୍ଷତି ଓ ପୁନରୁଦ୍ଧାର ନେଇ ଆଲୋଚନା କରିଥିଲେ। ଏହାସହ ସ୍ଥାନୀୟ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିଛନ୍ତି। ପରେ ସେ ଅନ୍ୟ ପ୍ରଭାବିତ ଅଞ୍ଚଳ ଯାଇଛନ୍ତି। ବୈଜୟନ୍ତଙ୍କ ସହ ପୂର୍ବତନ ବିଧାୟକ ଅଲେଖ ଜେନା, ବିଜେପି ଜିଲ୍ଲା ସଭାପତି କିଶୋର ପଣ୍ଡା, ଜିଲ୍ଲା ବିଜେପି ଯୁବ ସଭାପତି କୃଷ୍ଣଚନ୍ଦ୍ର ପଣ୍ଡା ପ୍ରମୁଖ ଆସିଥିଲେ।
ବାତ୍ୟା ‘ଅମ୍ଫାନ’ ପ୍ରଭାବରେ ଆସିଥିବା ଜୁଆରରେ ସମୁଦ୍ରର ଲୁଣା ପାଣି ରାସ୍ତା ଡେଇଁ ପୁରୁଷୋତ୍ତମପୁର ଗାଁରେ ପଶିଥିଲା। ଫଳରେ ଗାଁରେ ବହୁ କଚ୍ଚା ଘର ଭାଙ୍ଗି ଯାଇଛି। ଏପରିକି ଚାଷ ଜମିରେ ଲୁଣା ପାଣି ଜମି ରହିଛି। ପାଣି ନିଷ୍କାସନ କରାନଗଲେ ଜମି ଚାଷ ଉପଯୋଗୀ ରହିପାରିବ ନାହିଁ। ତେଣୁ ଲୁଣାପାଣି ନିଷ୍କାସନ କରିବାକୁ ଗାଁ ଲୋକେ ଦାବି କରିଛନ୍ତି।  ଏହି ଦୈବୀ ଦୁର୍ବିପାକ ସମୟରେ ଶ୍ରୀ ପଣ୍ଡା ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ସୁଖଦୁଃଖ ବୁଝୁ ଥିବାରୁ ସ୍ଥାନୀୟ ଲୋକେ ବେଶ୍ ପ୍ରଶଂସା କରିଥିଲେ।
Nalco
Leave A Reply