ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ସକାଳୁ ତାଙ୍କର ସହକର୍ମୀମାନେ ରମେଶଙ୍କ ପାଖକୁ ଯାଇଥିଲେ । କିନ୍ତୁ ସେତେବେଳକୁ ରମେଶଙ୍କ ମୃତ୍ୟୁ ହୋଇ ସାରିଥିଲା । ଏହା ପରେ ରମେଶଙ୍କ ସହକର୍ମୀମାନେ କୁଏତ ରୁ ବଡ଼ପୁଟି ର ତାଙ୍କ ଘରଲୋକଙ୍କୁ ଫୋନରେ ମୃତ୍ୟୁ ଖବର ଦେଇଥିଲେ ।
ରମେଶଙ୍କ ବାପା ଡି ଗଣପତି ଓ ଗ୍ରାମବାସୀ ମଙ୍ଗଳବାର ଅପରାହ୍ନ ରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟକୁ ପହଞ୍ଚି ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ରେ ଥିବା କର୍ତ୍ତୃପକ୍ଷଙ୍କୁ ସମସ୍ତ ଘଟଣା ସଂପର୍କରେ ଅବଗତ କରିଛନ୍ତି । ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ରମେଶଙ୍କ ସଂପର୍କରେ ସମସ୍ତ ତଥ୍ୟ ରଖିଛନ୍ତି l
ସୂଚନାଯୋଗ୍ୟ, ଡି. ରମେଶ ନିଜର ଅନ୍ୟ ସାଙ୍ଗମାନଙ୍କର ସହିତ ଗତ ଜାନୁଆରି ମାସରେ କୁଏତ ଯାଇଥିଲେ । ସେଠାରେ ସେ ଭଲ ପଇସା ରୋଜଗାର କରୁଥିଲେ । ନିଜେ ଚଳିବା ସହିତ ପରିବାରକୁ ମଧ୍ୟ କିଛି ଟଙ୍କା ପଠାଉଥିଲେ । ରମେଶଙ୍କ ମୃତ୍ୟୁ ପରେ ପରିବାର କେମିତି ଚଳିବ ଓ ତାଙ୍କର ମୃତଦେହ ପୈତୃକ ଗ୍ରାମକୁ କେମିତି ଫେରିବ ସେ ନେଇ ସମସ୍ତଙ୍କର ଚିନ୍ତାବଢ଼ିଛି । ରମେଶ ତିନି ବର୍ଷ ତଳେ ବିବାହ କରିଥିଲେ । ତାଙ୍କର ଦେଢ଼ ବର୍ଷର ଶିଶୁ କନ୍ୟା ମଧ୍ୟ ଅଛି l