Odisha news

ମୋଟର ଯାନ କର ପୈଠ ଅବଧି ୩୦ ଜୁନକୁ ଘୁଞ୍ଚିଲା

0

ଭୁବନେଶ୍ୱର : ୦୯ ଅପ୍ରେଲ,୨୦୨୦:କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଭାରତ ସରକାର ତଥା ରାଜ୍ୟ
ସରକାର ଜାରି କରିଥିବା ଲକ୍‍ ଡାଉନ୍‍ ପରିପ୍ରେକ୍ଷୀରେ ରାଜ୍ୟ ସରକାର ମୋଟର ଯାନ କର ପୈଠ ତାରିଖକୁ ଆଗାମୀ ଜୁନ୍‍ ୩୦ ତାରିଖକୁ ଘୁଞ୍ଚାଇ ଦେଇଛନ୍ତିା ଲକ୍‍ ଡାଉନ୍‍ ଯୋଗୁଁ ଯେଉଁ ଷ୍ଟେଜ୍‍ କ୍ୟାରେଜ୍‍/କଣ୍ଟ୍ରାକଫ କ୍ୟାରେଜ୍‍ଗୁଡ଼ିକ ଅପ୍ରେଲ୍‍ ମାସ ପାଇଁ ସେମାନଙ୍କର ମୋଟର ଯାନ ଟିକସ ଓ ଅତିରିକ୍ତ ଟିକସ ଦେଇ ନାହାନ୍ତି ସେଗୁଡ଼ିକ ଏହି ଅବଧି ମଧ୍ୟରେ ଟିକସ ପଇଠ କରିବୋ ସେହିପରି ଯେଉଁ ମାଲ୍‍ ପରିବହନ କରୁଥିବା ଗାଡ଼ିଗୁଡ଼ିକ ଅପ୍ରେଲ-ଜୁନ୍‍ ତ୍ରୈମାସିକ ମୋଟର ଯାନ ଟିକସ ପ୍ରଦାନ କରିନାହାନ୍ତି ସେମାନେ ମଧ୍ୟ ଏହି ଅବଧିରେ ଟିକସ ଦାଖଲ
କରବାକୁ କୁହାଯାଇଛିା କୋଭିଡ୍‍-୧୯ ପରିପ୍ରେକ୍ଷୀରେ ଗାଡ଼ି ମାଲିକମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ସରକାର ଏହି ଗ୍ରେସ୍‍ ଅବଧିକୁ ଜୁନ୍‍ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ବୋଲି ବାଣିଜ୍ୟ ଓ ପରିବହନ ବିଭାଗ କର୍ତ୍ତୃକ ବିଜ୍ଞପ୍ତି ଆଜି ପ୍ରକାଶ ପାଇଛିା

Govt
Leave A Reply