Odisha news

କରୋନା ଭୂତାଣୁ ରୋଗ (କୋଭିଡ୍‍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍‍ଚୀ, ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତି୍ରପାଠୀ ଏବଂ ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତିା

0

 କୋଭିଡ୍‍-୧୯ର ସଫଳ ମୁକାବିଲା ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ବହୁବିଧ ପଦକ୍ଷେପଗୁଡ଼ିକୁ ଓଡ଼ିଶାର ଜନସାଧାରଣ ପୂର୍ଣ୍ଣ ସହଯୋଗ ଓ ସମର୍ଥନ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତିା
 ବର୍ତ୍ତମାନ ଚାଲିଥିବା ଲକ୍‍ ଡାଉନ୍‍ର ସମୟସୀମାକୁ ଆସନ୍ତା ଅପ୍ରେଲ୍‍ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ଘୋଷଣା କରି ଏଭଳି କଠିନ ପରିସ୍ଥିତିରେ ମଣିଷ ଜୀବନକୁ ସବୁଠାରୁ ଗୁରୁତ୍ୱଦେଇ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ଓ ଅପ୍ରେଲ୍‍ ୩୦ ତାରିଖ ପର୍ଯ୍ୟନ୍ତ ଏହି ଲକ୍‍ ଡାଉନ୍‍କୁ ବୃଦ୍ଧି କରି ସମସ୍ତ ରେଳ ଓ ବିମାନ ସେବା ବନ୍ଦ ରଖିବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତିା
 ଓଡ଼ିଶା ବାହାରେ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଶ୍ରମଜୀବୀ ଓଡ଼ିଆ ଭାଇଭଉଣୀଙ୍କର ଯନି ନେବାପାଇଁ ସେସବୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛିା ଓଡ଼ିଶା ସରକାର ମଧ୍ୟ ଓଡ଼ିଶାରେ ରହିଯାଇଥିବା ଅନ୍ୟ ରାଜ୍ୟର ଶ୍ରମଜୀବୀ ବନ୍ଧୁମାନଙ୍କର ଯନି ନେଉଛନ୍ତିା
 ଏହି ଲକ୍‍ ଡାଉନ୍‍ ସମୟରେ କୃଷି କାର୍ଯ୍ୟ ଚାଲୁ ରହିବା କିନ୍ତୁ, ସାମାଜିକ ଦୂରତା ସଠିକ୍‍ ଭାବେ ପାଳନ କରାଯିବା
 ଗରିବ ଲୋକଙ୍କୁ ରୋଜଗାର ଦେବା ପାଇଁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଅନ୍ତର୍ଗତ କାର୍ଯ୍ୟକ୍ରମମାନ ଚାଲୁ ରହିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତିା ଏହିସବୁ କାମରେ ସାମାଜିକ ଦୂରତ୍ୱ ନିୟମକୁ କଡ଼ାକଡ଼ି ଭାବରେ ପାଳନ କରାଯିବା
 ଖାଦ୍ୟ ନିରାପତ୍ତା ସରକାରଙ୍କ ପାଇଁ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣା ତେଣୁ ଲକ୍‍ ଡାଉନ୍‍ ସମୟରେ ଯେପରି ମାଲ ପରିବହନରେ ବାଧା ସୃଷ୍ଟି ନହୁଏ ସେଥି ପାଇଁ ସରକାରଙ୍କ ତରଫରୁ ସମସ୍ତ ପଦକ୍ଷେପ ଗ୍ରହଣ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତିା
 ଯେଉଁ ଡାକ୍ତରମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ରକ୍ଷା କରି ଟେଲିମେଡିସିନ୍‍ ସେବା ଯୋଗାଇଦେବା ପାଇଁ ଆଗେଇ ଆସିଛନ୍ତି ସେମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଧନ୍ୟବାଦ
ଜଣାଇଛନ୍ତିା ଇତି ମଧ୍ୟରେ ଟେଲିମେଡିସିନ୍‍ ସେବା ଆରମ୍ଭ ହୋଇଯାଇଛି ଏବଂ ୫୦୦ରୁ ଊର୍ଦ୍ଧ୍ୱର୍ ଡାକ୍ତରମାନେ ସେବା ଯୋଗାଇଦେବା ପାଇଁ ପଞ୍ଜୀକରଣ କରିଛନ୍ତିା
 ରାଜ୍ୟର ସବୁ ସ୍କୁଲ ଓ କଲେଜ ଜୁନ୍‍ ୧୭ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବା
 ଆଇସିଏମ୍‍ଆର୍‍ ସ୍ୱୀକୃତ କୋଭିଡ୍‍-୧୯ ରାପିଡ୍‍ ଟେଷ୍ଟିଂ କିଟ୍‍ କିଣିବା ପାଇଁ କ୍ୟାବିନେଟ୍‍ ଅନୁମୋଦନ କରିଛନ୍ତିା ଏକ ଲକ୍ଷ ରାପିଡ୍‍ ଟେଷ୍ଟିଂ କିଟ୍‍ କିଣାଯିବା ଏହା ଦ୍ୱାରା ଅଳ୍ପ ସମୟ ମଧ୍ୟରେ ଅଧିକ ସଂଖ୍ୟକ କୋଭିଡ୍‍-୧୯ ପରୀକ୍ଷା ହୋଇପାରିବା
 ଏକ ଅଧ୍ୟାଦେଶ ଜରିଆରେ ମହାମାରୀ ରୋଗ ଆଇନ ୧୮୯୭ର ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍‍ ଅନୁମୋଦନ କରିଛନ୍ତିା ଏହା ଫଳରେ (କ) ଦଣ୍ଡବିଧାନ ବ୍ୟବସ୍ଥା ବୃଦ୍ଧି କରାଯାଇଛିା ସର୍ବାଧିକ ୨ ବର୍ଷ ଜେଲ୍‍ କିମ୍ବା ୧୦୦୦୦ ଟଙ୍କା ବା ଉଭୟରେ ଦଣ୍ଡିତ କରାଯିବା (ଖ) ପ୍ରତିଟି ଅପରାଧକୁ ଧର୍ତ୍ତବ୍ୟ ବୋଲି ଗ୍ରହଣ କରାଯିବ ଏବଂ ଏହା ଜାମିନ୍‍ ଯୋଗ୍ୟ ରହିବା
 ଓଡ଼ିଶା କୋଭିଡ୍‍-୧୯ ନିୟମ-୨୦୨୦ରେ ସଂଶୋଧନକୁ କ୍ୟାବିନେଟ୍‍ ଅନୁମୋଦନ କରିଛନ୍ତିା ଏହା ଫଳରେ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛିା ମାସ୍କ ନପିନ୍ଧିଲେ ୫୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ହେବା
 ସାରା ବିଶ୍ୱରେ ଏକ ବଡ଼ ବିପଦର ରୂପ ନେଇଥିବା କୋଭିଡ୍‍-୧୯ର ପ୍ରତିରୋଧ, ପରିଚାଳନା ଓ ପ୍ରତିଷେଧକୁ ଦୃଷ୍ଟିରେ ରଖି ଜରୁରୀକାଳୀନ ଖର୍ଚ୍ଚ ନିମନ୍ତେ ଓଡ଼ିଶା ଆକସ୍ମିକ କୁ ୪୦୦ କୋଟି ଟଙ୍କାରୁ ୨୦୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛିା ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‍ ବୈଠକରେ ଏହା ଅନୁମୋଦିତ ହୋଇଛିା ବର୍ତ୍ତମାନ ଓଡ଼ିଶା ବିଧାନସଭା ଅଧିବେଶନ ଚାଲୁନଥିବାରୁ ଏହି ବୃଦ୍ଧି ବାବଦରେ ଏକ ଅଧ୍ୟାଦେଶ ଜାରି କରାଯିବା
 ଓଡ଼ିଶା ଜଳବିଦ୍ୟୁତ ନିଗମ ଏବଂ ହାଇଟେକ୍‍ ମେଡିକାଲ୍‍ କଲେଜ୍‍ର ସହଭାଗିତାରେ ଆଜି ଗଜପତି ଜିଲ୍ଲାରେ ସେଞ୍ଚୁରିଆନ୍‍ ବିଶ୍ୱବିଦ୍ୟାଳୟର ହଷ୍ଟେଲ୍‍ରେ ଆଉ ଏକ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‍ ହସ୍‍ପିଟାଲ୍‍ କାର୍ଯ୍ୟାରମ୍ଭ କରିଛିା ଏଥି ସହିତ କଟକ, ଯାଜପୁର, କେଉଁଝରର ଯୋଡା, ପୁରୀ, ରାଉରକେଲା ଏବଂ ଭୁବନେଶ୍ୱରରେ ୨ଟି ସ୍ୱତନ୍ତ୍ର କୋଭିଡ୍‍ ହସ୍‍ପିଟାଲର ଶଯ୍ୟା ସଂଖ୍ୟା ମିଶାଇ ସମୁଦାୟ ୧୫୯୭ ହୋଇଛିା
 ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ବାହାର ରାଜ୍ୟର ପ୍ରାୟ ୬୮,୦୦୦ ଅତିଥି ଶ୍ରମଜୀବୀଙ୍କୁ ୨୦୦୭ ଟି ଶିବିର ଜରିଆରେ ଖାଇବା ଓ ରହିବା ସୁବିଧା ଯୋଗାଇ ଦିଆଯାଇଛିା ଏହି ସବୁ ଅତିଥି ଶ୍ରମିକମାନେ ଦେଶର ଅନ୍ୟାନ୍ୟ ରାଜ୍ୟରୁ ଆସି ଓଡ଼ିଶାର ବିଭିନ୍ନ ସ୍ଥାନରେ ରହିଛନ୍ତିା ଅଭିଯୋଗ ଗ୍ରହଣ ପାଇଁ ଶ୍ରମିକ ସହାୟତା କଲ୍‍ ସେଣ୍ଟର ଟୋଲ୍‍ ଫି୍ର ନଂ-୧୮୦୦୩୪୫୬୭୦୩ ଜାରି କରାଯାଇଛିା
 ଆଜି ରାଜ୍ୟର ୫୩୧୪ ଗ୍ରାମ ପଞ୍ଚାୟତରେ ୩,୩୧,୬୩୫ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛିା ସେହିପରି ୧୧୪ଟି ପୌରାଞ୍ଚଳରେ ୩୨,୪୧୯ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛିା
 ରାଜ୍ୟରେ କୋଭିଡ୍‍-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ଅପ୍ରେଲ ୮ରୁ ଅପ୍ରେଲ ୯ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୨୫୧ଟି ମାମଲା ଦାୟର
କରାଯାଇଛିା ସେଥିରୁ ୨୩୯ଟି ମାମଲା ଲକ୍‍ ଡାଉନ୍‍ ସଂପର୍କିତ ହୋଇଥିବାବେଳେ ୫ଟି ଗୁଜବ ସୃଷ୍ଟି ପାଇଁ ଓ ୭ଟି କୋଭିଡ୍‍-୧୯ ସଂପୃକ୍ତ ନିୟମାବଳୀ ଉଲ୍ଲଂଘନ ପାଇଁ ଅନ୍ତର୍ଭୁକ୍ତା ବିଭିନ୍ନ ଅଭିଯୋଗରେ ୨୫୮ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛିା
 ବର୍ତ୍ତମାନ ସୁଦ୍ଧା ଗୁଜବ ପ୍ରଚାର ଅଭିଯୋଗରେ ୬୦ ଜଣଙ୍କୁ ପୋଲିସ୍‍ ଗିରଫ କରିଛିା

ସର୍ବଶେଷ ସ୍ୱାସ୍ଥ୍ୟ ସୂଚନା
 ଆଜି ସକାଳ ୯ଟା ସୁଦ୍ଧା ଓଡ଼ିଶାରେ ୨୮୪୧ଟି ନମୁନା କୋଭିଡ୍‍-୧୯ ପରୀକ୍ଷା ପାଇଁ
ପଠାଯାଇଛିା ବର୍ତ୍ତମାନ ସୁଦ୍ଧା ସମୁଦାୟ ୪୪ ଜଣ ପଜିଟିଭ୍‍ ଚିହ୍ନଟ ହୋଇଛନ୍ତିା ତନ୍ମଧ୍ୟରୁ ଦୁଇଜଣ ବ୍ୟକ୍ତି ସଂପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତିା
 ଜଣେ କୋଭିଡ୍‍-୧୯ ରୋଗୀଙ୍କର ମୃତୁ୍ୟ ହୋଇଥିବାବେଳେ ୪୧ ଜଣ ଚିକିତ୍ସିତ ହେଉଛନ୍ତିା
 ଆଜି ୧୦୬ ଜଣ କରୋନା ସନ୍ଦିU ବିଭିନ୍ନ ଚିକିତ୍ସାଳୟରେ ପୃଥକ୍‍ବାସରେ ଅଛନ୍ତିା
 ଆଜି ଚିହ୍ନିତ ହୋଇଥିବା ୨ ଜଣ କୋଭିଡ୍‍-୧୯ ପଜିଟିଭ୍‍ଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଚିହ୍ନଟ ଓ ନିରୀକ୍ଷଣ କାର୍ଯ୍ୟ ଜାରି ରହିଛିା

Leave A Reply