ପାଣିକୋଇଲି: ପାଣିକୋଇଲି ସ୍ଥିତ ଡିସିବି ବ୍ୟାଙ୍କରେ ଲୁଟ ଉଦ୍ୟମ ପଣ୍ଡ ହୋଇଛି । ଆଜି ବ୍ୟାଙ୍କ ଖୋଲିବା ପରେ ଲୁଟ ଗ୍ୟାସ କଟର ଯୋଗେ ଲକର କଟାଯାଇଥିବା ଦେଖି ପୁଲିସକୁ ମ୍ୟାନେଜର ପ୍ରଶାନ୍ତ କୁମାର ମକଲ୍ଲିକ ସୂଚନା ଦେବା ପରେ ପାଣିକୋଇଲି ପୁଲିସ ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ସମୟରେ ଏକ ବଡଧରଣର ଚୋରି ଉଦ୍ୟମ କରାଯାଇଥିବା ବେଳେ ସୌଭାଗ ବଶତଃ ତାହା ପଣ୍ଡ ହୋଇଥିବା ଦେଖିବାକୁ ମଳିଥିଲା । ଦୁଇଦିନ ବ୍ୟାଙ୍କ ଚୋର ମାନେ ବ୍ୟାଙ୍କ ପଛପଟ ଝରକା ଦେଇ ଗ୍ରୀଲ ତାଡି ଭିତରକୁ ପ୍ରବେଶ କରିଥିଲେ । ସେମାନେ ସିସିଟିଭି ଓ ସାଇରନକୁ ପ୍ରଥମେ ଅକାମୀ କରିଥିଲେ ।
ପରେ ଲୁଟପାଇଁ ଆଣିଥିବା ସମସ୍ତ ସାମଗ୍ରୀକୁ କାମରେ ଲଗାଇଥିଲେ । ଗ୍ୟାସ କଟର ଯୋଗେ ଲକର ରୁମରେ ଲାଗିଥିବା ଏକଜିଷ୍ଟ ଫ୍ୟାନ ସମସ୍ମୁଖରେ ଲାଗିଥିବା ଲୁହାକୁ କାଟିଥିଲେ । ମାତ୍ର ସେପଟେ ଭିତରକୁ ପଶିବା ସମ୍ଭବ ନହେବାରୁ ଲକରକୁ ଗ୍ୟାସ କଟରେ କଟାଯାଇଥିଲା । ହେଲେ କଟାଯାଇଥିଲେ ହେଁ ସବୁ ଶେଷ ପର୍ଯ୍ୟନ୍ତ କଟାଯାଇ ପାରିନଥିଲା । ଫଳରେ ଟଙ୍କା ସୁରକ୍ଷôତ ରହିଥିଲା । ବ୍ୟାଙ୍କ ପକ୍ଷରୁ ପୁଲିସ ଏସଆଇ କୈଳାସ ଚନ୍ଦ୍ର ଭୋଇଙ୍କ ଉପସ୍ଥିତିରେ ଖୋଲାଯିବା ପରେ ଏହା ଠିକଠାକ ଥିବା ଜଣାପଡିଥିଲା । ଦୁଇଟି ଳମ୍ବା ଗ୍ୟାସ ସିଲିଣ୍ଡର, ୫ କେଜିଆ ଏକ ଛୋଟ ସିଲିଣ୍ଡର ଆଦି ସବୁକିଛି ଛାଡି ଚାଲିଯାଇଥବବା ଦେଖାଯାଇଛି । ପୁଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି ।