ମା ଦୁର୍ଗା ଙ୍କ ପୂଜା ଓ ଉପାସନା ପାଇଁ ଚୈତ୍ର ନବରାତ୍ରି ର ସମୟ ଖୁବ ଶୁଭ ଅଟେ, ଏହାର କାରଣ ଏହାକି ଏଭଳି ମାନ୍ୟତା ରହିଛି ଯେ ଏହି ସମୟ ରେ ମା ଦୁର୍ଗା ୯ ଦିନ ପର୍ଯ୍ୟନ୍ତ ପୃଥିବୀ ପ୍ରୁଷ୍ଠରେ ରହି ଥାଆନ୍ତି, ଏବଂ ନିଜ ଭକ୍ତ ମାନଙ୍କର ସମସ୍ତ ମନସ୍କାମନା ପୁର୍ଣ କରିଥାଆନ୍ତି l
ଚୈତ୍ର ନବରାତ୍ରି ସମୟ ରେ ମା ଦୁର୍ଗା ଙ୍କର ଏହି ସମୟ ରେ ଅଲଗା ଅଲଗା ରୂପ ର ପୂଜା କରାଯାଇଥାଏ , ପଞ୍ଚାଙ୍ଗ ଅନୁସାରେ ଚୈତ୍ର ନବରାତ୍ରି ର ଆରମ୍ଭ ଚୈତ୍ରମାସ ଶୁକ୍ଲପକ୍ଷ ପ୍ରତିପଦ ତିଥିରେ ହୋଇଥାଏ l ଚଳିତ ବର୍ଷ ଚୈତ୍ର ନବରାତ୍ରି ର ଆରମ୍ଭ ରବିବାର ୩୦ ମାର୍ଚ୍ଚ କୁ ହେଉଛି ଏବଂ ଏହାର ସମାପ୍ତି ଏପ୍ରିଲ ୬ ତାରିଖରେ ହେବ l ନବରାତ୍ରି ର ପ୍ରଥମ ଦିନ ନିର୍ଦ୍ଧିଷ୍ଟ ସମୟ ରେ ଘଟ ସ୍ଥାପନା କରାଯିବା ଦ୍ୱାରା ଘରର ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ l
– ଘଟ ସ୍ଥାପନ ର ଶୁଭ ମୁହୂର୍ତ୍ତ ସକାଳ ୬ ଟା ୧୩ ମିନିଟ ରୁ ସକାଳ ୧୦ଟା ୨୨ ମିନିଟ ପର୍ଯ୍ୟନ୍ତ ରହିଛି l ଏହାଛଡା ଅଭିଜିତ ମୁହୂର୍ତ ରେ ଘଟ ସ୍ଥାପନା ପାଇଁ ଶୁଭ ହୋଇଥାଏ, ଅଭିଜିତ ମୁହୂର୍ତ୍ତ ଦିନ ୧୨ ଟା ରୁ ୧୨ ଟା ୫୦ ମିନିଟ ପର୍ଯ୍ୟନ୍ତ ରହିଛି l
– ଘଟ ସ୍ଥାପ[ଅଣ ପାଇଁ ସକାଳୁ ଗାଧୋଇ ଗୋଟିଏ ସୁଧ ଚିତ୍ତ ରେ ମାଙ୍କୁ ଆରାଧନା କରିବା ଜରୁରୀ l ଘଟ ସ୍ଥାପନ ସମୟରେ ମାଟି ରେ ଜୋ କୁ ମିଶାଇ ସୁଧ ମନରେ କଳସ ନିକଟରେ ରଖନ୍ତୁ l ଏବଂ କଳସ ରେ ଗଙ୍ଗାଜଳ ରଖି ସେଥିରେ ଖଣ୍ଡ ହଳଦୀ, ଗୁଆ , ଲବଙ୍ଗ , ଦୁବ ଏବଂ ଗୋଟିଏ ମୁଦ୍ରା ପକାଇ କଳସ କୁ ସ୍ଥାପନା କରନ୍ତୁ l
– କଳସ ରେ ସମସ୍ତ ଦେବଦେବୀ ଙ୍କୁ ଆବାହନ କରିବା ନିହାତି ଜରୁରୀ, ଏବଂ କଳସ ର ନଡ଼ିଆ ଉପରେ ସ୍ୱସ୍ତିକ ଚିହ୍ନ କରି ତାକୁ ଗୋଟିଏ ଓଢଣୀ ଘୋଡାଇ ପଇତା ଟିଏ ରଖି ସ୍ଥାପନା କରନ୍ତୁ l ମାଙ୍କ ନିକଟରେ ଧଳା ଫୁଲ, ସିନ୍ଦୁର, ଅକ୍ଷତ , ଭୋଗ ଲଗାଇ ମାଙ୍କୁ ସମର୍ପଣ କରନ୍ତୁ l
– ଯେଉଁ ସମୟ ରେ ଘରେ ଘଟ ସ୍ଥାପନା ହେଉଛି କଳହ କଦାପି କରନ୍ତୁ ନାହିଁ
– ଏବଂ ଏହି ସମୟ ରେ ପରଚର୍ଚ୍ଚା ଓ ପାରନିନ୍ଦା କଦାପି କରନ୍ତୁ ନାହିଁ
– ନବରାତ୍ରି ସମୟ ରେ ସମସ୍ତ ନକାରାତ୍ମକ ବ୍ୟକ୍ତିଙ୍କ ନିକଟରୁ ଦୁରେଇ ରୁହନ୍ତୁ
– ଏହି ସମୟ ରେ କଦାପି ଗୁରୁଜନ ଙ୍କ ଅବମାନନା କରନ୍ତୁ ନାହିଁ