Odisha news

ଭଞ୍ଜନଗର : କରୋନା ଦାଉରୁ ରକ୍ଷା ପାଇବା ପାଇଁ ପ୍ରଶାସନର ଜରୁରି ପଦକ୍ଷେପ

0

ଭଞ୍ଜନଗର : ମାରାତ୍ମକ କରୋନାର ଭୟାବହତା ନେଇ ଭଞ୍ଜନଗର ଉପଖର୍ଡର ସତର୍କତା ଅବଲମ୍ବନ ପାଇଁ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କ ଅଧ୍ୟକ୍ଷତାରେ ଉପଜିଳ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜରୁରି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱ ମହାମାରୀ କରୋନାର ମୁକାବିଲା କରିବାକୁ ହେଲେ ପ୍ରଥମେ ସତର୍କତା ଏବଂ ସଚେତନତାଦ୍ୱାରା ହିଁ ଏହାର ମୁକାବିଲା କରାଯାଇପାରିବ ବୋଲି ଉପଜିଲ୍ଲାପାଳ କହିଛନ୍ତି । ଯେଉଁ ବିପର୍ଯ୍ୟୟ ଦେଖାଦେଇଛି ତାହା କେବଳ ପ୍ରଶାସନ ଏକୁଟିଆ ଳଢ଼ିବେ ବୋଲି ଛାଡ଼ିଦେଲେ ହେବ ନାହିଁ ବରଂ ପ୍ରତି ବ୍ୟକ୍ତ ସଚେତନ ହେବା ଦରକାର । ବସଷ୍ଟାଣ୍ଠ, ଡାକ୍ତରଖାନା ଭଳି ସର୍ବସାଧାରଣ ସ୍ଥାନକୁ ସ୍ୱଚ୍ଛ ରଖିବା ପାଇଁ ନିଦେ୍ର୍ଦଶ ଦିଆଯାଇଛି । କରୋନାର ମୁକାବିଲା ଲାଗି କେବଳ ସତର୍କ ରହିବାକୁ ପଡ଼ିବ । ଛାନିଆ ହେବାର ଆବଶ୍ୟକତା ନାହିଁ । ସେହିପରି ଯଦି କେହି ଥଣ୍ଡା ଓ କାଶ ଓ ଜ୍ୱରରେ ଆକ୍ରାନ୍ତ ହୁଅନ୍ତି ତାହାହେଲେ ନଲୁ·ଇ ତୁରନ୍ତ ଏ ବିଷୟରେ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଯୋଗାଯୋଗ କରିପାରିବେ ।

ବିଶେଷ କରି ଯେଉଁମାନେ ବାହାର ରାଜ୍ୟରୁ କିମ୍ବା ବିଦେଶରୁ ଫେରିଥିବେ ଓ ସେମାନଙ୍କଠାରେ ଏପରି ଲକ୍ଷଣ ଦେଖାଯିବ ସେମାନେ ତୁରନ୍ତ ସୂଚନା ଦେବାକୁ କୁହାଯାଇଛି । ମନ୍ଦିର, ଧର୍ମାନୁଷ୍ଠାନ, ସଭାସମିତି, ସାମାଜିକ କାର୍ଯ୍ୟକ୍ରମଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି । ·ଞ୍ଚଲ୍ୟ, ଗୁଜବ ଓ ରହସ୍ୟଠାରୁ ଯଥେଷ୍ଟ ଦୂରରେ ରହିବାକୁ ଉପଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । କରୋନା ସ୍ଥିତିକୁ ଲକ୍ଷ୍ୟ କରି ବିଭିନ୍ନ ନିଷ୍ପତ୍ତି ଆଗକୁ ନିଆଯିବ ବୋଲି ସୂଚନା ମିଳିଛି । ଏହାଛଡ଼ା ଜିଲ୍ଲାରେ ୧୪୪ଧାରା ଲାଗି ରହିଥିବାରୁ ଜନସାଧାରଣଙ୍କୁ ଏକାଠି ନରହିବା ପାଇଁ ପରାମର୍ଶ ଦିଆଯାଇଛି । ସମସ୍ତ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଯଥା ମେଡ଼ିକାଲ ଷ୍ଟୋର, ପନିପରିବା ଦୋକାନ, ଫଳମୂଳ ଦୋକାନ, କିରାଣି ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିବ । ଫାଷ୍ଟ ଫୁଡ଼ ଦୋକାନ, ଗୁପ୍ଚୁପ୍, ବିଉଟିପାର୍ଲର, ସପିଙ୍ଗ ମଲ, ଚିକେନ, ମଟନ, ମାଛ ଦୋକାନ ବନ୍ଦ ରହିବ । ହୋଟେଲଗୁଡ଼ିକ ସ୍ୱଚ୍ଛ ରଖିବେ । ବସ୍ ଗୁଡ଼ିକ ମଧ୍ୟ ଆବଶ୍ୟକତାଠାରୁ ଅଧିକ ଯାତ୍ରୀ ନେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯାତ୍ରୀଙ୍କ ନିମନ୍ତେ ଅନୁସଙ୍ଗିକ ବ୍ୟବସ୍ଥା ଯଥା ସାନିଟାଇଜରର ବ୍ୟବସ୍ଥା କରିବେ । ଏହାଛଡ଼ା ସମସ୍ତ ବ୍ୟାଙ୍କ ଓ କାର୍ଯ୍ୟାଳୟମାନଙ୍କରେ କର୍ମ·ରି ଏବଂ ଆସୁଥିବା ଜନସାଧାରଣଙ୍କ କରୋନା ମୁକାବିଲା ପାଇଁ ଅନୁସଙ୍ଗିକ ବ୍ୟବସ୍ଥା ସହ ସଚେତନ କରାଇବେ । ଏହାଛଡ଼ା ବିଭିନ୍ନ କୋଚିଙ୍ଗ୍ ସେଣ୍ଟରକୁ ମଧ୍ୟ ବନ୍ଦ କରାଯାଇଛି ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଆରକ୍ଷୀ ଅଧିକ୍ଷକ ଶୁଭ୍ରାଂଶୁ ଶେଖର ମିଶ୍ର, ଆଞ୍ଚଳିକ ପରିବହନ ଅଧିକାର ଏସ.ଆର୍ ରାୟ, ମେଡ଼ିକାଲ ସୁପରିଟେଣ୍ଡଣ୍ଟ ଡକ୍ଟର ଏସ.ଏସ. ଶତପଥୀ, ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁଙ୍କ ସମେତ ବ୍ୟାଙ୍କ, ଘରୋଇ ଓ ସରକାରୀ ବସ୍ କର୍ମକର୍ତ୍ତା, ଅଟୋ ସଂଘ, ବଣିକ ସଂଘ, ଠାକୁରାଣୀ ଯାତ୍ରା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ । ଅପରାହ୍ଣରେ ମାରାତ୍ମକ କରୋନା ଦାଉରୁ ରକ୍ଷା ପାଇବା ନିମନ୍ତେ ପ୍ରତିଷେଧକ ପଦକ୍ଷେପ ସ୍ୱରୂପ ଭଞ୍ଜନଗର ସହରରେ ଥିବା ଦୋକାନ ବଜାର ବନ୍ଦ କରାଯାଇଛି । ପ୍ରଶାସନ ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ମିଳୁଥିବା ଦୋକାନଗୁଡ଼ିକୁ ବାଦ ଦେଇ ଅନ୍ୟ ଦୋକାନଗୁଡ଼ିକ ବନ୍ଦ କରିବା ପାଇଁ ନିଦେ୍ର୍ଦଶ ଦିଆଯିବା ସହ ସଚେତନ କରାଯାଇଛି । ଭଞ୍ଜନଗର ଉପଜିଳ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ, ତହସିଲଦାର ଆଲୋକ ପ୍ରଧାନ, ଆଇଆଇସି ସୁଦୀପ୍ତ କୁମାର ସାହୁଙ୍କ ସମେତ ଏନଏସିର କର୍ମ·ରୀ ଏବଂ ବହୁ ସରକାରୀ ପଦାଧିକାରୀମାନେ ଭଞ୍ଜନଗର ସହରର ମୁଖ୍ୟ ସଡ଼କ, ବାଉଁଶଲୁଣ୍ଡି, ରେଡ଼କ୍ରସ ରୋଡ଼, ଭେଜିପୁଟ, କଲେଜ ରୋଡ଼କୁ ଯାଇ ଯେପରି କରୋନା ଜନଗହଳି ହେଉଥିବା ସ୍ଥାନରେ ବ୍ୟାପିବାର ସମ୍ଭାବନା ଅଛି ତାହା ଦର୍ଶାଇ ଜନଗହଳିରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ବୁଝାଇବା ସହ କରୋନା ଦାଉରୁ ରକ୍ଷା ପାଇବା ପାଇଁ ଦୋକାନଗୁଡ଼ିକୁ ବନ୍ଦ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଦୋକାନ ବଜାର ବନ୍ଦ ମାର୍ଚ୍ଚ ମାସ ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ।

Leave A Reply