Odisha news

ପ୍ୟାକେଜ ପାଣି ବୋତଲ ଆମ ଶରୀର ପାଇଁ କେତେ ସୁରକ୍ଷିତ ?

0

ଆମେମାନେ ସାଧାରଣ ଭାବରେ ପ୍ୟାକେଜ ପାଣି କୁ BIS ଓ ISI ଦେଖି କିଣି ପିଇଥାଉ, କିନ୍ତୁ ଡିସେମ୍ବର ୧୭ 2025 ରେ FSSAI ର ନୋଟିଫିକେସନ ଅନୁସାରେ ଜାନୁଆରୀ 1, 2026 ରୁ ପ୍ୟାକେଜ ଡ୍ରିଙ୍କଙ୍ଗୀ ୱାଟର ଓ ମିନେରାଲ ୱାଟର ପାଇଁ ଆଉ BIS ମାର୍କ ଅନିର୍ବlଜ୍ୟ ହୋଇ ରହିବ ନାହିଁ l ବର୍ତମାନ FSSAI ଟେଷ୍ଟିଙ୍ଗ ଫର୍ମୁଲା ଲାଗୁ କରାଗଲା l ଏହି ଦୁଇଟି କାଟାଗୋରି କୁ ହାଇ ରିସ୍କ ଫୁଡ ଭାବରେ ଗ୍ରହଣ କରାଯାଇଛି l

ଯେଉଁ ବୋତଲ ବନ୍ଦ ପାଣିକୁ ଆମେ ଶରୀର ପାଇଁ ହିତକର ଭାବି କିଣି ପିଇଥାଉ , କିନ୍ତୁ ତାହା ଶରୀର ପାଇଁ ପ୍ରାଣ ଘାତକ ମଧ୍ୟ ହୋଇପାରେ ଏହା ଆମେ ଜାଣି ନଥାଉ l ଯଦି ପ୍ୟାକେଜ ପାଣି ରେ ବ୍ରାମୋଟ ମାତ୍ରା ଅଧିକ ରହୁଛି ତେବେ ଏହା ଜୀବନ ପ୍ରତି ହାନି କାରକ ହୋଇପାରେ l

ମିଳିଥିବା ତଥ୍ୟ ଆଧାରରେ ବ୍ରାମୋଟ କୌଣସି ପାଣିରେ ସିଧା ସଳଖ ମିଶା ଯାଇ ନଥାଏ, ଏହା ପ୍ରାକୃତିକ ଭାବରେ ରହିଥାଏ, ଏହା ମାଟି ତଳେ ଥିବା ଖଣିଜ ପଦାର୍ଥ ରେ ମିଶି ପାଣିକୁ ଆସିଥାଏ, ନଚେତ ଇଣ୍ଡଷ୍ଟ୍ରି ର ଅସନା ପାଣି ଓ କୀଟନାଶକ ର ବ୍ୟବହାର ଦ୍ୱାରା ମଧ୍ୟ ପାଣିକୁ ଆସିଥାଏ l ଏହି ବ୍ରାମାଇଡ ଯେତେବେଳେ ପାଣିର ଓଜୋନ ରେ ମିଶିଥାଏ ସେତେବେଳେ ବ୍ରାମୋଟ ରେ ପରିଣତ ହୋଇଥାଏ l

ବିଶେଷ ଭାବରେ ପାଣିକୁ କୀଟାଣୁମୁକ୍ତ କରିବା ପାଇଁ ପ୍ୟାକେଜ ପାଣି କମ୍ପାନୀ ଓଜୋନ ର ବ୍ୟବହାର କରନ୍ତି, ଏହା ପାଣିକୁ ଡ଼ିସଇନଫେକଟେଡ଼ କରିବାର ଗୋଟିଏ ଉପାୟ ଅଟେ l ଏଥିରେ କ୍ଲୋରିନ ର ଆବଶ୍ୟକତା ପଡି ନଥାଏ l

– ଯଦି କୌଣସି ବ୍ୟକ୍ତି ଲଗାତାର ବ୍ରାମୋଟ ର ସଂସ୍ପର୍ଶ ରେ ଆସିଥାଏ ତେବେ କ୍ୟାନ୍ସର ବିପଦ ବଢି ଯାଇଥାଏ l

– ଏହାଛଡା କିଡ୍ନୀ ସମସ୍ୟା ଓ ଲିଭର ସମସ୍ୟା ମଧ୍ୟ ଦେଖିବାକୁ ମିଳେ l

– ନ୍ୟୁରୋ ସମସ୍ୟା ବ୍ରାମୋଟ ସେବନ ଯୋଗୁଁ ଦେଖିବାକୁ ମିଳିଥାଏ l ଗୋଟିଏ ଲିଟର ପାଣି ରେ 10 ମାଇକ୍ରୋଗ୍ରାମ ବ୍ରାମୋଟ ରହିବ ଜରୁରୀ, ଏହାଠାରୁ ଅଧିକ ହେଲେ ଜୀବନ ପ୍ରତି ବିପଦ ଆସିଥାଏ l

ଭାରତର ସବୁଠୁ ବଡ ପାଣି ପ୍ୟାକେଜଡ଼ କମ୍ପାନୀ ବିଶଲେରୀ ର ଗୋଟିଏ ସାମ୍ପୁଲ ବିରୁଦ୍ଧରେ ଖାଦ୍ୟ ସୁରକ୍ଷା ନିୟାମକ FSSAI କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି, ବିଶଲେରୀ ର ସାମ୍ପୁଲ ରେ ବ୍ରୋମେଟ 12 ମାଇକ୍ରୋଗ୍ରାମ ପ୍ରତି ଲିଟର ରେ ମିଳିଛି, ଯେବେକି ନିର୍ଦ୍ଧିଷ୍ଟ ସୀମା ୧୦ ମାଇକ୍ରୋଗ୍ରାମ ପ୍ରତି ଲିଟର ଅଟେ, କମ୍ପାନୀ ର ଅପତୀ ପରେ ରେଫଳର ଲ୍ୟାବ ସାମ୍ପୁଲ କୁ ଅସୁରକ୍ଷିତ ବୋଲି କହିଥିଲେ, କାହିଁକି ନା ବର୍ତମାନ ଇରୋମେଟିକ ହାଇଡ୍ରୋକାର୍ବନ ମିଳିଥିଲା, ବିଶଲେରୀ ର ଜବାବ ରହିଥିଲା ଯେ 2025 ରେ ଏହା ଗୋଆ ପ୍ଲାଣ୍ଟ ର ପୁରୁଣା ସାମ୍ପୁଲ ଅଟେ l

Ad2
Leave A Reply