Odisha news

ପଞ୍ଜାବ ରାଜନୀତିରେ ହେବାକୁ ଯାଉଛି ବଡ ପରିବର୍ତ୍ତନ , ୬ ବର୍ଷ ପରେ ଏକାଠି ମୈଦାନକୁ ଓହ୍ଲାଇବେ ଏହି ଦୁଇଦଳ

0

ପଞ୍ଜାବ ରାଜନୀତି ରେ 2027 ପାଇଁ କିଛି ନୂଆ ପରିବର୍ତନ ହେବାକୁ ଯାଉଛି, ଦୀର୍ଘ ୬ ବର୍ଷର ବ୍ୟବଧାନ ପରେ ଶିରୋମଣି ଅକାଳୀ ଦଳ ଓ ଭାରତୀୟ ଜନତା ପାର୍ଟି ମଧ୍ୟରେ ଗଠବନ୍ଧନ ହୋଇଛି, ବିଜେପି ରାଷ୍ଟ୍ରୀୟ ଅଧକ୍ଷ ନିତିନ ନବୀନ, କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହା ଓ ଶିରୋମଣି ଅକାଳୀ ଦଳ ଅଧକ୍ଷ ସୁଖବିର ସିଂ ବାଦଲ ସଂଯୁକ୍ତ ଭାବରେ ମହତ୍ଵପୁର୍ଣ ପ୍ରେସ କର୍ଣ୍ଣଫରେନ୍ସ କରିଛନ୍ତି l ସୂଚନା ଯୋଗ୍ୟ ଯେ ରାଜ୍ୟର ୧୧୭ ସଦସ୍ୟ ବିଶିଷ୍ଟ ବିଧାନସଭା ରେ ବିଜେପି ୪୫ ଟି ସିଟ ରେ ଇଲେକ୍ସନ ଲଢ଼ିବ l

୨୦୨୦ ରେ କୃଷି ନିୟମ କୁ ଆଧାର କରି ଦୁଇ ଦଳ ମଧ୍ୟରେ ଆଲାଏନ୍ସ ଭାଙ୍ଗି ଯାଇଥିଲା l ଏବଂ ବର୍ତମାନ ୬ ବର୍ଷପରେ ଏକ ସାଙ୍ଗରେ ରାଜନୀତି ମୈଦାନ କୁ ଓହ୍ଲାଇବେ l ୨୦୦୨ ଓ ୨୦୧୨ ରେ ବିଧାନସଭା ମତଦାନ ରେ ଗଠବନ୍ଧନ ରେ ପଞ୍ଜାବ ସରକାର ହୋଇଥିଲା, ଉଭୟ ଦଳ ୨୦୧୯ ପର୍ଯ୍ୟନ୍ତ ଦୁଇ ଦଳ ଏନ୍ଡିଏ ର ଅଂଶ ରହିଥିଲେ, କିନ୍ତୁ ୨୦୨୦ ରେ କେନ୍ଦ୍ର ସରକାର ଙ୍କ କୃଷି ନିୟମ କୁ ଉଭୟ ଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା l

କିନ୍ତୁ ୨୦୨୨ ର ବିଧାନସଭା ମତଦାନ ର ଫଳାଫଳ ପରେ ଉଭୟ ଦଳଙ୍କ ଚିନ୍ତା ବଢିଥିଲା, ଯେଉଁଠି ଆମ ଆଦମୀ ପାର୍ଟି ୧୧୭ ଟି ରୁ ୯୨ ଟି ସିଟ ରେ ବିଜୟ ହାସଲ କରିଥିଲା, ଶିରୋମଣି ଅକାଳୀ ଦଳ ୧୧୭ ଟି ସିଟ ରେ ଲଢ଼ି ମଧ୍ୟ ମାତ୍ର ୩ଟି ସିଟ ରେ ବିଜୟ ଲାଭ କରିଥିଲା l ଅନ୍ୟ ପକ୍ଷରେ ବିଜେପି ୭୩ ଟି ସିଟ ରେ ଲଢ଼ି ମାତ୍ର ୨ଟି ସିଟ ରେ ବିଜୟଲାଭ କରିବାରେ ସକ୍ଷମ ହୋଇଥିଲା l

Ad2
Leave A Reply