Odisha news

ସତର୍କତା, ସଚେତନତା, ସାମୂହିକ ସହଯୋଗ ଓ ପ୍ରଚେଷ୍ଟା ବଳରେ ମୁକାବିଲା କରିବା: ମନମୋହନ ସାମଲ

0

 ବିପଦଗ୍ରସ୍ତ ଲୋକଙ୍କୁ ସାହାଯ୍ୟ ଓ ସହଯୋଗ କରିବା ପାଇଁ ଆଗେଇ ଆସନ୍ତୁ
 ସରକାର ଓ ପ୍ରଶାସନ ପକ୍ଷରୁ ଜାରି କରାଯାଉଥିବା ନିଦେ୍ର୍ଦଶାବଳୀକୁ ପାଳନ କରିବା ସହ ପ୍ରଶାସନିକ କଳକୁ ପୂର୍ଣ୍ଣ ସହଯୋଗ କରନ୍ତୁ
 ଉଦ୍ଧାର କାର୍ଯ୍ୟ, ରିଲିଫ ବଂଟନ ଏବଂ ପ୍ରଭାବିତ ଲୋକଙ୍କୁ ସବୁପ୍ରକାରର ଜରୁରୀ ସହାୟତା ପହଂଚାଇବାରେ ଆଗେଇ ଆସିବାକୁ ଦଳୀୟ କାର୍ଯ୍ୟକର୍ତାଙ୍କୁ ଦେଲେ ନିଦେ୍ର୍ଦଶ
ଭୁବନେଶ୍ୱର, ତା.୧୯/୧୧: ଆଗାମୀ କିଛି ଘଣ୍ଟା ମଧ୍ୟରେ “ଅକ୍ୱାନ୍’ ବାତ୍ୟା ଓଡ଼ିଶା ଉପକୂଳକୁ ଛୁଇଁବାର ସମ୍ଭାବନା ରହିଛି ଏବଂ ଏହାର ପ୍ରଭାବ ଆମ ରାଜ୍ୟରେ ଅଧିକ ଅନୁଭୂତ ହେବାର ସୂଚନା ମିଳୁଛି । ଏହି ସମୟରେ ସମସ୍ତେ ସୁରକ୍ଷିତ ଓ ନିରାପଦ ସ୍ଥାନରେ ରୁହନ୍ତୁ । ବିପଦଗ୍ରସ୍ତ ଲୋକଙ୍କୁ ସାହାଯ୍ୟ ଓ ସହଯୋଗ କରିବା ପାଇଁ ଆଗେଇ ଆସନ୍ତୁ । ସରକାର ଓ ପ୍ରଶାସନ ପକ୍ଷରୁ ଜାରି କରାଯାଉଥିବା ନିଦେ୍ର୍ଦଶାବଳୀକୁ ପାଳନ କରିବା ସହ ପ୍ରଶାସନିକ କଳକୁ ପୂର୍ଣ୍ଣ ସହଯୋଗ କରନ୍ତୁ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ରାଜ୍ୟରେ ସମ୍ଭାବ୍ୟ ବାତ୍ୟା “ଅକ୍ୱାନ୍’ ର ମୁକାବିଲା ପାଇଁ ରାଜ୍ୟ ସରକାର ଏବଂ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଜାରି ରହିଛି । ବାତ୍ୟାକୁ ନେଇ କେହି ମଧ୍ୟ ଭୟଭୀତ କିମ୍ବା ଆତଙ୍କିତ ହୁଅନ୍ତୁ ନାହିଁ । ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା ସମସ୍ତ ସତର୍କତା ସୂଚନା ଏବଂ ପରାମର୍ଶକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ରାଜ୍ୟବାସୀ ଏବଂ ଦଳୀୟ କାର୍ଯ୍ୟକର୍ତ୍ତାମାନଙ୍କୁ ଆହ୍ୱାନ ଦେଇଛନ୍ତି ।
ବିଜେପିର ସମସ୍ତ କର୍ମୀ ଓ ପଦାଧିକାରୀମାନେ ନିଜ ନିଜ ଅଂଚଳରେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହି ପ୍ରଭାବିତ ଲୋକଙ୍କୁ ସହାୟତା ଯୋଗାଇଦେବାରେ ପ୍ରଶାସନକୁ ସହଯୋଗ କରନ୍ତୁ । ଉଦ୍ଧାର କାର୍ଯ୍ୟ, ରିଲିଫ ବଂଟନ ଏବଂ ପ୍ରଭାବିତ ଲୋକଙ୍କୁ ସବୁପ୍ରକାରର ଜରୁରୀ ସହାୟତା ପହଂଚାଇବାରେ ଆଗେଇ ଆସିବାକୁ ରାଜ୍ୟ ସଭାପତି ଶ୍ରୀ ସାମଲ ଦଳୀୟ କାର୍ଯ୍ୟକର୍ତାଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ସତର୍କତା, ସଚେତନତା, ସାମୂହିକ ସହଯୋଗ ଓ ପ୍ରଚେଷ୍ଟା ବଳରେ ଆମେ ଏହି ପରିସ୍ଥିତିର ସଫଳ ମୁକାବିଲା କରିପାରିବା ବୋଲି ଶ୍ରୀ ସାମଲ ଦୃଢ ଆଶା ବ୍ୟକ୍ତ କରିଛନ୍ତି ।

 

Ad2
Leave A Reply