Odisha news

ଗାନ୍ଧିଜୀ ଓ ନେହେରୁ ଙ୍କ ନେତୃତ୍ୱରେ ଦେଶର ସ୍ୱାଧୀନତା

0

୧୯୨୦-୨୧ ମଧ୍ୟରେ ଚାଲିଥିଲା ଅସହଯୋଗ ଆନ୍ଦୋଳନ, ଭାରତୀୟ ମାନେ ଇଂରେଜ ସରକାର ଙ୍କୁ ବିରୋଧ କରିବା ସହିତ ବିଦେଶୀ ବସ୍ତୁ ସବୁ ବର୍ଜନ କରିଥିଲେ, ଜାଲିଆଁବାଲା ନର ସଂହାର ପରେ କୃଷକ ମାନଙ୍କର ଆନ୍ଦୋଳନ ତେଜିଥିଲା ଓ ଚଉଁରି ଚଉରା ପୋଲିସ ଥାନା କୁ ନିଆଁ ଲଗାଇବା ଦ୍ୱାରା ୨୨ ପୋଲିସ କର୍ମୀଙ୍କର ,ମୃତ୍ୟୁ ହୋଇଥିଲା, ଏବଂ ଗାନ୍ଧିଜୀ ଅସହଯୋଗ ଆନ୍ଦୋଳନ ବନ୍ଦ କରିଥିଲେ l

ଯେତେବେଳେ ଭାରତରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ଓ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଗଢି ଉଠିଲା କଂଗ୍ରେସ ଉପରେ ସମ୍ପୂର୍ଣ ଗାନ୍ଧିଜୀ ଙ୍କ ପ୍ରଭାବ ରହିଥିଲା, ଏବଂ ଦେଶର ସ୍ୱାଧୀନତା ପାଇଁ ଗାନ୍ଧିଜୀ ଙ୍କ ସହିତ ହାତ ମିଳାଇ ଥିଲେ ଜବାହାରଲାଲ ନେହେରୁ, ନେହେରୁ ଙ୍କ ଅଧ୍ୟକ୍ଷତା ରେ କଂଗ୍ରେସ ୧୯୨୯ ରେ ପୁର୍ଣ ସ୍ୱରାଜ ର ପ୍ରସ୍ତାବ ପାରିତ କରିଥିଲା, ଏହି ସମୟରେ ଭଗତ ସିଂ, ଚନ୍ଦ୍ରଶେଖର ଆଜାଦ , ସୁଖ ଦେବ ଓ ଅନ୍ୟ କ୍ରାନ୍ତି ବୀର ମାନେ ମିଶି ଶ୍ରମିକ ଓ କୃଷକ ମାନଙ୍କର କ୍ରାନ୍ତି ଚାହୁଁଥିଲେ, ତେଣୁ କ୍ରାନ୍ତି ଆନ୍ଦୋଳନ ଆରମ୍ଭ ହେଲା , ଏବଂ   ଏଥିପାଇଁ ହିନ୍ଦୁସ୍ଥାନ ଷୋସିଆଲିଷ୍ଟ ରିପବ୍ଲିକ ପାର୍ଟି ର ନିର୍ମାଣ ମଧ୍ୟ ହେଲା, ଏବଂ ଲାଲା ଲାଜପତ ରାୟ ଙ୍କୁ ଯେଉଁ ପୋଲିସ ଅଫିସର ବାଡ଼ି ରେ ପିଟି ହତ୍ୟା କରିଥିଲେ ତାଙ୍କ ନାମ ଥିଲା ସାଂଡର୍ସ , ତାଙ୍କୁ  ଡିସେମ୍ବର ୧୭ ତାରିଖ, ୧୯୨୮ ରେ ଭଗତ ସିଂ, ରାଜଗୁରୁ ଓ ସୁଖଦେବ ହତ୍ୟା କରିଦେଲେ l

ଏହାପରେ ବିକେ ଦତ୍ତ ଙ୍କ ସହିତ ମିଶି ଭଗତ ସିଂ ଅପ୍ରେଲ ୮ ତାରିଖ ୧୯୨୯ ରେ କେନ୍ଦ୍ରୀୟ ବିଧାନ ପରିଷଦ ଉପରେ ବୋମା ଫିଙ୍ଗିଥିଲେ, ଏବଂ ଏହି କ୍ରାନ୍ତିବିର ମାନେ ଗୋଟିଏ ବାର୍ତା ମଧ୍ୟ ଲେଖିଥିଲେ ଯେ ‘ ଆମର ଉଦେଶ୍ୟ ନୁହେଁ କାହାର ଜୀବନ ନେବା , ଆମେ ଚାହୁଁଚୁ ଆମ କଥା ବ୍ରିଟିଶ ସରକାରଙ୍କ ନିକଟରେ ପହଂଚୁ , ଏବଂ ୨୬ ଜାନୁଆରୀ ୧୯୩୦ ରେ ସାରା ଦେଶ ସ୍ୱାଧୀନତା ଦିବସ ମଧ୍ୟ ପାଳନ କରିଥିଲା , ଠିକ ଏହାପରେ  ଭଗତ ସିଂ, ସୁଖଦେବ ଓ ରାଜଗୁରୁ ଙ୍କୁ ମାର୍ଚ୍ଚ ୨୩ ତାରିଖ, ୧୯୩୧ ରେ ଫାସୀ ଖୁଣ୍ଟରେ ଝୁଲା ଗଲା l ଇଂରେଜ ସରକାର ଙ୍କର ଏହି ପଦକ୍ଷେପ କୁ ଭାରତୀୟ ମାନେ ଖାତିର କରି ନଥିଲେ l

ଏବଂ ଗାନ୍ଧିଜୀ ଲବଣ ସତ୍ୟାଗ୍ରହର ଆନ୍ଦୋଳନ ଆରମ୍ଭ କରିଥିଲେ, ଗୁଜୁରାଟ ର ସାବରମତୀ ଆଶ୍ରମ ରୁ ୨୪୦ କିଲୋମିଟର ପର୍ଯ୍ୟନ୍ତ ଦାଣ୍ଡୀ ମାର୍ଚ୍ଚ କରିଥିଲେ l

ଦାଣ୍ଡି ମାର୍ଚ୍ଚ ର ମୁଖ୍ୟ ଉଦେଶ୍ୟ ଥିଲା ଇଂରେଜ ମାନେ ଭାରତୀୟଙ୍କ ନିକଟରୁ ଲୁଣ ପାଇଁ ଟ୍ୟାକ୍ସ ଅସୁଲ କରୁଥିଲେ , ଲବଣ ସତ୍ୟାଗ୍ରହ ରେ ହଜାର ଲୋକ ସାମିଲ ହୋଇଥିଲେ, ଏବଂ ଏହିଠାରୁ ହିଁ ସବିନୟ ଅବଜ୍ଞା ଆନ୍ଦୋଳନ ଆରମ୍ଭ ହୋଇଥିଲା, ଭାରତରେ ରାଷ୍ଟ୍ରୀୟ ଚେତନା ଦ୍ରୁତ ଗତିରେ ବଢିଚାଲି ଥିଲା, ଏବଂ ୧୯୩୫ ରେ ଗମେଣ୍ଟ ଅଫ ଇଣ୍ଡିଆ ଆକ୍ଟ ପ୍ରସ୍ତୁତ ହେଲା, ୧୯୩୭ ରେ ଇଲେକ୍ସନ ହେଲା ଓ ୧୧ ଟିରୁ ୭ଟି ଅଞ୍ଚଳ ରେ କଂଗ୍ରେସ ସରକାର ଆସିଲା l ଯାହା ବ୍ରିଟିସର୍ସ ଙ୍କ ପାଇଁ ଗୋଟିଏ ଚିନ୍ତାର କାରଣ ହେଲା l

ସରୋଜିନୀ ନାଇଡୁ ସତ୍ୟାଗ୍ରହ ର ନେତୃତ୍ୱ ନେଇ କଂଗ୍ରେସ ର ପ୍ରଥମ ମହିଳା ଅଧକ୍ଷ ହୋଇଥିଲେ, ତାଙ୍କ ନେତୃତ୍ୱରେ ଭାରତୀୟ ନାରୀ ମଧ୍ୟ ଦେଶର ସ୍ୱାଧୀନତା ସଂଗ୍ରାମ କୁ ଓହ୍ଲାଇଲେ l ମା କସ୍ତୁରବା ଗାନ୍ଧୀ ମହାତ୍ମାଗାନ୍ଧୀ ଙ୍କ ସହିତ ପ୍ରତ୍ୟେକ ଆନ୍ଦୋଳନ ସହିତ ଜଡିତ ହୋଇ ମହିଳା ମାନଙ୍କୁ ଆନ୍ଦୋଳନ ରେ ଯୋଡ଼ିଥିଲେ l

କ୍ରମଶଃ ….

Nalco
Leave A Reply