ଖୁବ ଶୀଘ୍ର ଭାଙ୍ଗିବି ମୁଁ ଅନଶନ
ସୋସିଆଲ ମିଡିଆରେ ସେୟାର କଲେ ନିଜର ସର୍ତ୍ତ
ପର୍ଯ୍ୟାବରଣ କାର୍ଯ୍ୟକର୍ତା ସୋନମ ବାଙ୍ଗଚୁକ ନିଜର ଅନଶନ ସମାପ୍ତ କରିବାର କରିଛନ୍ତି ଘୋଷଣା, ୨୦ ଜୁଲାଇ ସୋମବାର ଦିନ ସେ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲ ରେ ଗୋଟିଏ ପୋଷ୍ଟ ସେୟାର କରିଛନ୍ତି , ଯେଉଁଥିରେ ସେ ରଖିଛନ୍ତି କିଛିଟା ସର୍ତ୍ତ , ବାଙ୍ଗଚୁକ କହିଛନ୍ତି ଯେ ଯଦି ଏହି ସର୍ତ୍ତ ମଧ୍ୟରୁ ଗୋଟିଏ ବି ସର୍ତ୍ତ ତାଙ୍କର ପୁରା କରାଗଲା ତେବେ ସେ ଅନଶନ ଭାଙ୍ଗିବାକୁ ପ୍ରସ୍ତୁତ ଅଛନ୍ତି l
ସୋନମ ଙ୍କର ୩ଟି ସର୍ତ୍ତ ହେଲା –
– ଯଦି ସରକାର ବର୍ତମାନର ଶିକ୍ଷା ପ୍ରଣାଳୀ ରେ ଚାଲିଥିବା ବିଶୃଙ୍ଖଳା ପାଇଁ ନିଜକୁ ଦାୟୀ ରଖିବେ କିମ୍ବା
– ମୋର ଓ CJP ର ଲିଡରସିପ ସଂସଦ ନିକଟରେ ପହଂଚିବ ଓ ସେଠାରେ ଅଲଗା ପାର୍ଟି ର ସାଂସଦ ଓ ନେତା ଆମକୁ ଭରସା ଦେବେ ଯେ ବର୍ତମାନ ସଂସଦ ରେ ଆମ ମୁଦା ଉଠିବ କିମ୍ବା
– ଯଦି ମୋର ସ୍ୱାସ୍ଥ୍ୟ ଅନୁମତି ନ ଦେଲା l
ଏବଂ ଶେଷରେ ବାଙ୍ଗଚୁକ ଲେଖିଛନ୍ତି ସଫଦରଜଙ୍ଗ ହସ୍ପିଟାଲ ରେ ମତେ ନଜରବନ୍ଦୀ ରେ ରଖାଯାଇଛି, ଯେଉଁଠି ମୋର ଯିବା-ଆସିବା, କଥା କହିବା. ମୋତେ କେହି ସାକ୍ଷାତ କରିବାରେ ରୋକ ଲାଗିଛି l
କିନ୍ତୁ ବାଙ୍ଗଚୁକ ଙ୍କୁ ଯନ୍ତର ମନ୍ତର ରୁ ଉଠାଇ ନେବା ପରେ ମଧ୍ୟ cjp ର ପ୍ରଦର୍ଶନ ଜାରି ରହିଛି l ଦେଶର ଯୁବ ପିଢ଼ି ବର୍ତମାନ ରାଜଧାନୀ ର ରାଜରାସ୍ତାରେ l
