କିଛିଲୋକ ସୋସିଆଲ ମିଡିଆରେ ଲେଖିଲେ ସେ ଫିଲ୍ମ ଟିକୁ ଦେଖୁଥିବା ସମୟରେ ହିଁ ଅଚାନକ ସ୍କ୍ରିନ ବ୍ଲାକ ହୋଇଗଲା, ଦଳଜିତ ଦୋସା ଙ୍କ କଥା ଆଜି ସତ୍ୟ ହୋଇଛି, ତାଙ୍କୁ ଜଣାଥିଲା ତାଙ୍କ ଚଳଚିତ୍ରକୁ ହଟାଇ ନିଆଯିବ, ଯଦି ଆପଣ ଏହି ଚଳଚିତ୍ର ବିଷୟରେ ଜାଣିବାକୁ ଚାହୁଁଛନ୍ତି ତେବେ ୩୧ ବର୍ଷ ତଳକୁ ଯିବାକୁ ପଡିବ, କିନ୍ତୁ ପ୍ରଥମେ ଆପଣ ଜାଣି ରଖନ୍ତୁ ଏହି ଚଳଚିତ୍ରକୁ ଚାରିବର୍ଷ ପର୍ଯ୍ୟନ୍ତ ବନ୍ଧ କରି ରଖାଯାଇଥିଲା l କାହିଁକିନା ସେହି ଚଳଚିତ୍ର ଉପରେ ସେନ୍ସର ବୋର୍ଡ ଲଗାଇଥିଲା ପ୍ରତିବନ୍ଧ l
ଚଳଚିତ୍ରଟିର ନାମ ହେଉଛି ‘ସତଲୁଜ’, ଚଳଚିତ୍ର ‘ସତଲୁଜ’ ଗୋଟିଏ ସତ୍ୟ ଘଟଣା ଉପରେ ଆଧାରିତ ଚଳଚିତ୍ର, ଚାରି ପୂର୍ବରୁ ଚଳଚିତ୍ର ଟିର ନାମ ପଞ୍ଜାବ 95 ଥିଲା, ଏହାପରେ ଚଳଚିତ୍ର ତୀର ରଲୀଯ କୁ ନେଇ ସେନ୍ସର ବୋର୍ଡ ବମ୍ବେ ହାଇକୋର୍ଟ ଯାଇଥିଲା, ଏବଂ ସ୍ଥିର ହୋଇଥିଲା ଯେ ଟୋରୋଣ୍ଟ ଫିଲ୍ମ ଫେଷ୍ଟିଭାଲ ୨୦୨୨ ରେ ଚଳଚିତ୍ର ଟିକୁ ପ୍ରଦର୍ଶନ କରିବା ପାଇଁ ସ୍ଥିର ହେଲା l କିନ୍ତୁ ଏଠାରେ ସ୍କ୍ରିନିଙ୍ଗ ର ଗୋଟିଏ ଦିନ ପୂର୍ବରୁ ଚଳଚିତ୍ର ଟିକୁ କାଢି ନିଆଗଲା, ଏହାପରେ କୁହାଗଲା ରାଜନୈତିକ ଚାପ କିମ୍ବା ଆଉକିଛି ରହିଛି ଏହା ପଛର କାରଣ l
ଏହାପରେ ବମ୍ବେ ହାଇକୋର୍ଟ ଙ୍କ ନିର୍ଦେଶରେ ଚଳଚିତ୍ର ରେ ସମ୍ବେଦନଶୀଳ ଦୃଶ୍ୟ ଉପରେ କଟ ଲଗାଇବାକୁ , ଏହାପରେ ଚଳଚିତ୍ରଟିରେ ସମୁଦାୟ ୧୨୦ ଟି କଟ ଲଗାଯିବା ପାଇଁ କୁହାଗଲା , ଏବଂ କୁହାଗଲା ହିରୋ ଙ୍କ ନାମ ପରିବର୍ତ୍ତନ କରିଦିଅ ଏବଂ ପଞ୍ଜାବ ପୋଲିସ ର ନାମ ହଟାଇ ନିଅ, , ତ୍ରିରଙ୍ଗା ର ଯେଉଁ ସୀନ ରହିଛି ତାକୁ ମଧ୍ୟ କାଟିଦିଅ, ଅର୍ଥାତ ଚଳଚିତ୍ର ରୁ ପ୍ରକୃତ କାହାଣୀ କୁ ବାହାର କରିଦିଅ ଓ ଚଳଚିତ୍ର ଟିକୁ ଦେଖାଅ , ଚଳଚିତ୍ର ର ନିର୍ଦେଶକ ହନି ତ୍ରେହାନ ନିଜ ଜିଦି ରେ ଅଟଳ ରହିଥିଲେ ଓ କହିଥିଲେ ମୁଁ ଚଳଚିତ୍ର ରୁ ନିଜ ନାମ କାଢିନେବି ହେଲେ କଟ ଲଗାଇବି ନାହିଁ, ଏହାପରେ ୨୦୨୫ ରେ ଥିଏଟର ରିଲିଜ ପାଇଁ ତାରିଖ ଘୋଷଣା ହେଲା, କିନ୍ତୁ ଚଳଚିତ୍ର ଟି ଆସିଲା ନାହିଁ ଥିଏଟର କୁ, ଏହାପରେ ୨୦୨୬ ଜୁଲାଇ ୩ତାରିଖରେ ଗୋପନୀୟ ଭାବରେ ‘ସତଲୁଜ’ କୁ ରିଲିଜ କରାଯିବାର ନିଷ୍ପତି ନିଆଗଲା, ଏବଂ ଶେଷକୁ OTT ରେ ଦେଖାଯିବାର ନିଷ୍ପତି ନିଆଗଲା ଏବଂ Z 5 ରିଲିଜ କରାଗଲା l
କିନ୍ତୁ ଚଳଚିତ୍ର ଟି ହଠାତ OTT ରୁ ଗାୟବ ହୋଇଗଲା, ଯେଉଁ ଚଳଚିତ୍ର କୁ ଲୋକେ ଅନ୍ୟ ଦେଶରେ ଦେଖି ପାରୁଛନ୍ତି କିନ୍ତୁ ଭାରତରେ କାହିଁକି ନୁହେଁ ?
କାହିଁକି ଚଳଚିତ୍ର ‘ସତଲୁଜ’ ରହିଲା ବିବାଦ ଘେରରେ ଏବଂ କଣ ରହିଛି ଏହା ପଛର କାହାଣୀ –
ଚଳଚିତ୍ର ଟି ପଞ୍ଜାବ ର ସତ୍ୟ ଘଟଣା ଉପରେ ଆଧାରିତ, ଏହି ଚଳଚିତ୍ର ଟି ଜଣେ ବ୍ୟାଙ୍କ କର୍ମୀ ଓ ମାନବାଧିକାର କାର୍ଯ୍ୟକର୍ତା ଯଶବନ୍ତ ସିଂ ଖାଲଡା ଙ୍କ ଉପରେ ଆଧାରିତ, ୧୯୯୦ ଦଶକ ରେ ପଞ୍ଜାବ ରେ ଆତଙ୍କବାଦ ର ରାଜ ଚାଲିଥିଲା, ଖାଲୀସ୍ଥାନୀ ମାନେ ସେହି ସମୟରେ ପଞ୍ଜାବ କୁ ନିଜ ଅକ୍ତିଆର ରେ ରଖିଥିଲେ, ପ୍ରାୟ ସବୁଦିନ ରାଜ୍ୟରେ ଦଙ୍ଗା , ଏନକାଉଣ୍ଟର ଓ ଅପହରଣ ଲାଗି ରହିଥିଲା, ଏବଂ ଠିକ ସେହି ସମୟରେ ପଞ୍ଜାବ ରୁ ୨୫ ହଜାର ଲୋକ ନିରୁଦ୍ଧିଷ୍ଟ ହୋଇ ଯାଇଥିଲେ, ଯଶବନ୍ତ ସିଂ ଖାଲଡା ଙ୍କର ଭୁଲ ଥିଲା ସେହି ନିରୁଦ୍ଧିଷ୍ଟ ଲୋକଙ୍କ ର ସତ୍ୟାସତ୍ୟ ଖୋଜିବା l ସେ ସରକାର ଙ୍କୁ ସେହି ନିରୁଦ୍ଧିଷ୍ଟ ଲୋକ ମାନଙ୍କର ତଥ୍ୟ ମାଗିତିଲେ l ସେହି ସମୟରେ ସେଣ୍ଟର ରେ କଂଗ୍ରେସ ଶାସନ ଥିଲା ଓ ପଞ୍ଜାବ ରେ ମଧ୍ୟ କଂଗ୍ରେସ ସରକାର ଥିଲା l ଏବଂ ଯଶବନ୍ତ ସିଂ ଖାଲଡା ଙ୍କୁ ଏହି ସ୍ୱର ଉଠାଇବା ପାଇଁ ୧୯୯୫ ରେ ଅପହରଣ କରି ନିଆଯାଇ ହତ୍ୟା କରିଦିଆଗଲା l ଏଇଠି ଆରମ୍ଭ ହେଉଛି ପ୍ରକୃତ କାହାଣୀ l ଏଇଠି ଗୋଟିଏ ପ୍ରଶ୍ନ ଉଠୁଛି ଯେ କଣ ଗୋଟିଏ ଭାରତୀୟ ନାଗରିକର ସରକାର ଙ୍କୁ ଜବାବ ମାଗିବା ଭୁଲ ଅଟେ ?
ଆଜି ଗୋଟିଏ ସ୍ୱତନ୍ତ୍ର ଭାରତରେ ଆମେ କେତେ ସୁରକ୍ଷିତ ? ଆଜି ମଧ୍ୟ ଦେଶର ଭିତିରି ରହସ୍ୟ କୁ ଆମ ନିକଟରୁ ଦୁରେଇ ରଖା ଯାଉଛି, କଣ ଆମର ଅଧିକାର ନାହିଁ କି ଦେଶର ସମସ୍ତ ଘଟଣା ବିଷୟରେ ଜାଣିବାର ?
