Odisha news

ପ୍ରଶାସନ ଶୁଣିଲାନି : କାଠ ବାଉଁଶରେ ପୋଲ ନିର୍ମାଣ କଲେ ଗ୍ରାମବାସୀ 

0
କନ୍ଧମାଳ, ତା, ୨୧/୦୭:(ସଞ୍ଜୟ କୁମାର ପାଣିଗ୍ରାହୀ): ଗ୍ରାମାଞ୍ଚଳର ବିକାଶକୁ ସରକାର ବାହାସ୍ପୋଟା ମାରୁଥିବା ବେଳେ ପ୍ରକୃତ ବିକାଶ ଟା ଖାତା କଲମରେ ସୀମିତ ରହୁଛି । ଗାଁ ଗୁଡିକୁ ସହର ସହିତ ଯୋଡିବା ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନାର ପ୍ରଣୟନ ହୋଇଛି ।ଏହି ଯୋଜନାରେ ଅନେକ ଗାଁ ସହର ସହିତ ମଧ୍ୟ ଯୋଡି ହୋଇଥିବା ସରକାର କହୁଛନ୍ତି । ହେଲେ ଏବେବି ବନପାହାଡ଼ ଘେରା ଉପାନ୍ତ ଗ୍ରାମସବୁ ଅଭିଶପ୍ତ ଜୀବନ ଜିଉଁଛନ୍ତି ।ଗ୍ରାମକୁ ପକ୍କା ସଡ଼କ ତ ଦୂରର କଥା ନାଳରେ ପୋଲ ଟିଏ ବି ନିର୍ମାଣ କରି ନାହାନ୍ତି ।ଫଳରେ ବର୍ଷାଦିନ ଆସିଲେ ଲୋକ ଜଳବନ୍ଦୀ ଜୀବନ ଜିଉଁଛନ୍ତି ।ଆଉ କିଛି କିଛି ଗ୍ରାମବାସୀ ନିଜସ୍ୱ ଉଦ୍ୟମରେ ଅସ୍ଥାୟୀ ପୋଲ ନିର୍ମାଣ କରି ବର୍ଷାଦିନରେ ଯାତାୟାତ କରୁଛନ୍ତି। ଏଇ ସଂଘର୍ଷ ଆଜି କି କାଲିର ନୁହେଁ, ଦୀର୍ଘ ୨୭ ବର୍ଷର ପରିବାରର ସଦସ୍ୟଙ୍କ ଯନ୍ତ୍ରଣା ଭରା ଜୀବନକୁ ଆଖିରେ ନ ଦେଖିଲେ କେହି ବିଶ୍ୱାସ କରି ପାରିବେ ନାହିଁ । ବହୁ ଦୟନୀୟ ଅବସ୍ଥାରେ ରହିଛନ୍ତି ୩ ଗ୍ରାମବାସୀ । ପିଲାମାନେ ପାଠ ପଢ଼ିବାକୁ ଯିବାକୁ ଅଧିକାଂଶ ସମୟରେ ବଞ୍ଚିତ ହେଉଛନ୍ତି ଖାଲି ନାଳ ଉପରେ ପୋଲଟିଏ ପାଇଁ । ବାରମ୍ବାର ଅଭିଯୋଗ ପରେ ବି ପ୍ରଶାସନ ଶୁଣିଲାନି । ବାଧ୍ୟ ହୋଇ ଗ୍ରାମବାସୀ ବାଉଁଶ ଏବଂ କାଠ ସାହାର୍ଯ୍ୟରେ ନାଳ ଉପରେ ପୋଲ ନିର୍ମାଣ କରି ଯାତାୟତ କରୁଛନ୍ତି । ବର୍ଷା ଅଧିକ ହେଲେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ।ବର୍ଷାଦିନରେ ବାହାର ଦୁନିଆ ସହିତ ଯୋଡି ହେବା ପାଇଁ ନିଜସ୍ୱ ଉଦ୍ୟମରେ ବାଉଁଶ ପୋଲ ନିର୍ମାଣ କରି ଯାତାୟାତ କରିଥାନ୍ତି ।ଚାରି ଖଣ୍ଡ ବାଉଁଶକୁ ଖମ୍ବ କରି ତହିଁରେ ଫାଳ ବାଉଁଶକୁ ସୁନ୍ଦର ଭାବେ ବିଛେଇ ତହିଁରେ ଲୁହା କଣ୍ଟା ମାରି ବର୍ଷାଦିନରେ ଯାତାୟାତ କରୁଛନ୍ତି ।ଏ ହେଉଛି ସେଇ ଗାଁ ।ଯେଉଁ ଗାଁରେ ବସବାସ କରୁଥିବା ଜନସାଧାରଣଙ୍କ ଏଯାଏ ପ୍ରଶାସନର ଆଖି ପଡିନି ।ଏଭଳି ଏକ ଘଟଣା କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଦୁଡୁକି ପଂଚାୟତର କୁସୁମ ବାଟା ଗ୍ରାମ ଗାଟା ବାଲି ନାଳରେ ସାମ୍ନାକୁ ଆସିଛି । ଫୁଲବାଣୀ ସଦର ମହକୁମା ଠାରୁ ୨୫ କିଲୋମିଟର ଦୂରତା ଦୁଡୁକି ପଂଚାୟତର ସଲାଗୁଡା, ପାଜିଗୁଡା, ମୁଣ୍ଡୁରୁମାସ୍କା ଗ୍ରାମ ପଂଚାୟତ କାର୍ଯ୍ୟାଳୟଠାରୁ ପ୍ରାୟ ୬ କିମି ଦୂରରେ ରହିଛି । ଏସବୁ ଗ୍ରାମରେ ପରିବାରରେ ଲୋକେ ବସବାସ କରୁଛନ୍ତି । ଗ୍ରାମରୁ ପଂଚାୟତକୁ ଆସିବାକୁ ହେଲେ ବାଟରେ ଗାଟାବାଲି ନାଳ ପଡେ । ପ୍ରାୟ ୨୭ ବର୍ଷ ପୂର୍ବେ ଏଠାରେ ଏକ ପୋଲ(ଶଙ୍ଖ) ନିର୍ମାଣ ହୋଇଥିଲା । ଏହା ଭାଙ୍ଗି ଯାଇଥିଲା । ସେବେଠାରୁ ଗ୍ରାମବାସୀ ଏଠାରେ ନୂତନ ପୋଲ ନିର୍ମାଣ କରିବାକୁ ଦାବି କରି ଆସୁଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ ସେମାନଙ୍କ ଦାବି ସରକାର କି ପ୍ରଶାସନ ପୁରଣ କରିବାରେ ବିଫଳ ହୋଇଛି ।ଆମର ଏଠି ପୋଲ ଭାଙ୍ଗି ଯାଇଛି । ଆମର ଏହି କିଛି ଗାଁ ଲୋକେ ଗ୍ରାମରୁ ପ୍ରତିଦିନ ପିଲା ନାଳ ପାର ହୋଇ କୁସୁମବାଟା ସ୍କୁଲକୁ ପଢ଼ିବାକୁ ଯାଉଛନ୍ତି । ବର୍ଷା ହେଲେ ପିଲାମାନେ ଘରେ ବସୁଛନ୍ତି । ଯଦି କାହାର ଦେହ ଖରାପ ହେଲା, ଆମ୍ବୁଲାନ୍ସ ଆସିପାରୁ ନାହିଁ । କିଛି ବର୍ଷେରେ ଆମେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲୁ । ଆମକୁ ପୋଲ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦିଆ ଯାଇଥିଲା । ହେଲେ ତାହା ଆଜି ପର୍ଯ୍ୟନ୍ତ ପୁରଣ ହେଲାନି । ଏବେ ବାଧ୍ୟ ହୋଇ ନାଳ ଉପରେ କାଠ ପୋଲ ତିଆରି କରିଛୁ ।ଯଦି ୨ ମାସ ଭିତରେ ପୋଲ ନିର୍ମାଣ ନ ହେବ, ତାହାଲେ ଆମେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ୱାର୍ଡ ମେମ୍ବର ବସନ୍ତ କହଁର, କଳି କହଁର, ବିବନ ମଲ୍ଲିକ, ଯମୁନା ମଲ୍ଲିକ, ବନୀତା ଦିଗାଲ, ବାଲ୍ମିକୀ କହଁର, ଭଗବତୀ ମଲ୍ଲିକଙ୍କ ସମେତ ବହୁ ଗ୍ରାମବାସୀ ପ୍ରକାଶ କରିଛନ୍ତି ।
Nalco
Leave A Reply