ଲର୍ଡସ୍ ଏକଦିବସୀୟ ମ୍ୟାଚ ପୂର୍ବରୁ ପ୍ରକାଶ ପାଇଲା ପ୍ଲେଇଂ 11 ଲିଷ୍ଟ
କଣ ପ୍ଲେଇଂ 11 ରେ ପରିବର୍ତ୍ତନ କରି ଭାରତ ହାତେଇବ ସିରିଜ
କଣ ନୂଆ ତାଲିକାରୁ ଉଭାନ ହେବ କି ଏହି ୨ ଖେଳାଳିଙ୍କ ନାମ
ଇସନ କିସାନ ଓ ୱାସିଂଟନ ସୁନ୍ଦର ବାଦ ପଡିବେ କି ଦଳରୁ
ଭାରତ ଓ ଇଂଲଣ୍ଡ ମଧ୍ୟରେ ୨ଟି ଏକଦିବସୀୟ ମ୍ୟାଚ ୧ -୧ ରେ ସମାପ୍ତ ହୋଇଯାଇଛି, ଦୁଇଦଳ ଗୋଟିଏ ଗତିର ବିଜୟ ସହିତ ଲର୍ଡସ ରେ ଓଲ୍ହାଇବାକୁ ପ୍ରସ୍ତୁତ ହୋଇସାରିଛନ୍ତି, ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ODI ମୁକାବିଲା ରବିବାର ଭାରତୀୟ ସମୟ ଅନୁସାରେ ୩ଟା ୩୦ ମିନିଟ ରେ ଐତିହାସିକ କ୍ରିକେଟ ଗ୍ରାଉଣ୍ଡ ଲର୍ଡସ୍ ରେ ଖେଳାଯିବ, ଏହି ମ୍ୟାଚ କୁ ନେଇ ଉତେଜନା କିଛି ଅଲଗା ପ୍ରକାରର ଦେଖିବାକୁ ମିଳିଛି l
ଲର୍ଡସ କ୍ରିକେଟ ଗ୍ରାଉଣ୍ଡ ରେ ଏହି ତୃତୀୟ ମ୍ୟାଚ ରେ ଯେଉଁ ଦଳ ବିଜୟ ହାସଲ କରିବ, ସିରିଜ ଉପରେ ତାର କବ୍ଜା ରହିବ, ଯାହାକୁ ନେଇ କ୍ରିକେଟ ପ୍ରେମୀ ଖୁବ ଉତ୍ସାହିତ ଅଛନ୍ତି, କିନ୍ତୁ ବର୍ତମାନ କିଛି ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି l ଲର୍ଡସ ମ୍ୟାଚ ପାଇଁ ଭାରତୀୟ ଟିମ ମ୍ୟାନେଜମେଣ୍ଟ କରିପାରେ ପ୍ଲେଇଂ 11 ରେ ପରିବର୍ତ୍ତନ l
ଉଇକେଟ କିପର ଓ ବ୍ୟାଟର କେ.ଏଲ.ରାହୁଲ ଅସୁସ୍ଥତା ହେତୁ ଦ୍ଵିତୀୟ ୱାନ ଡେ ଖେଳିପାରି ନଥିଲେ, ତେଣୁ ସେ ବର୍ତମାନ ସୁସ୍ଥ ଅଛନ୍ତି ଓ ପ୍ଲେଇଂ 11 କୁ ଫେରିବାର ଅନେକ ଚାନ୍ସ ରହିଛି, ରାହୁଲ ଙ୍କ ସ୍ଥାନରେ ଈଶାନ କିସାନ ଖେଳିଥିଲେ ମଧ୍ୟ କିଛି ଭଲ ପ୍ରଦର୍ଶନ କରିପାରି ନଥିଲେ ଓ ୮ଟି ବଲ ରେ ମାତ୍ର ୧ ରନ କରିବାରେ ସକ୍ଷମ ହୋଇଥିଲେ l ଯଦି ଏକ.ଏଲ.ରାହୁଲ ଟିମ କୁ ଫେରୁଛନ୍ତି ତେବେ ଈଶାନ କିସାନ ତୃତୀୟ ଏକଦିବସୀୟ ମ୍ୟାଚ ରେ ବସି ପାରନ୍ତି l
କିନ୍ତୁ ଅନ୍ୟପକ୍ଷରେ ସୂଚନା ମିଳୁଛି ଯେ ୱାସିଂଗଟନ ସୁନ୍ଦର ତୃତୀୟ ODI ରୁ ବାହାରି ଯାଇଛନ୍ତି, ସେ ଦ୍ଵିତୀୟ ମ୍ୟାଚ ରେ ସାକିବ ମହମୁଦଙ୍କ ବଲରେ ଆଘାତ ପାଇଥିଲେ , ତେଣୁ ସେ ତୃତୀୟ ମ୍ୟାଚ ରେ ଖେଳିପାରିବେ ନାହିଁ, ତେଣୁ ଟିମ ମ୍ୟାନେଜମେଣ୍ଟ କୁଲଦୀପ ଯାଦବ ଙ୍କୁ ତାଙ୍କ ସ୍ଥାନରେ ଖେଳାଇ ପାରେ l
ତୃତୀୟ ଏକଦିବସୀୟ ପାଇଁ ଭାରତର ସମ୍ଭାବିତ ପ୍ଲେଇଂ 11-
ରୋହିତ ଶର୍ମା, ଶୁଭମନ ଗିଲ (ଅଧିନାୟକ ), ବିରାଟ କୋହଲି, ଶ୍ରେୟସ ଆୟାର, କେ.ଏଲ.ରାହୁଲ ( ଉଇକେଟ କିପର ), ଶିବମ ଦୁବେ, ଅକ୍ଷର ପଟେଲ, କୁଲଦୀପ ଯାଦବ, ଗୁରନୁର ବରାର , ଯଶପ୍ରୀତ ବୁମରା, ପ୍ରସିଦ୍ଧ କୃଷ୍ନା l
