ରାଜସୂୟ ଯଜ୍ଞ କେବଳ ଧାର୍ମିକ ଅନୁଷ୍ଠାନ ନଥିଲା, ବରଂ ଧର୍ମ, ନ୍ୟାୟ ଓ ଆଦର୍ଶ ର ପ୍ରତୀକ ଥିଲା l ଯୁଧିଷ୍ଠିର ସମସ୍ତ ରାଜା, ରୁଷି ଓ ମୁନି ମାନଙ୍କର ସମ୍ମାନପୂର୍ବକ ଆମନ୍ତ୍ରଣ କରିଥିଲେ, ସମ୍ପୂର୍ଣ ଆର୍ଯ୍ୟବର୍ତ୍ତ ର ଶ୍ରେଷ୍ଠ ବୀର ଏହି ଐତିହାସିକ ଆୟୋଜନ ର ସାକ୍ଷୀ ରହିଥିଲେ, ଯେଉଁଠି ଅତିଥି ଙ୍କ ଆଦର ସର୍ବୋଚ୍ଚ ସ୍ଥାନରେ ରହିଥିଲା l ସଭାରେ ପ୍ରଶ୍ନ ଉଠିଥିଲା ପ୍ରଥମ ସମ୍ମାନ କାହାକୁ ଦିଆଯିବା ଜରୁରୀ ? ଭୀଷ୍ମ ପିତାମହ ଶ୍ରୀକୃଷ୍ନ ଙ୍କ ନାମ ନେଇଥିଲେ, ସେ କହିଥିଲେ କୃଷ୍ଣ କେବଳ ଦ୍ୱାରିକାର ରାଜା ନୁହନ୍ତି ଧର୍ମର ରକ୍ଷକ ଅଟନ୍ତି, ଏବଂ ଯୋଗ୍ୟ ପୁରୁଷ ମଧ୍ୟ ଅଟନ୍ତି l
ଶ୍ରୀକୃଷ୍ଣ ଙ୍କ ସମ୍ମାନ ହେବାରୁ ଶିଶୁପାଳ କ୍ରୋଧ କରିଥିଲେ, ଏବଂ ଭୀଷ୍ମ ଓ ପାଣ୍ଡଵ ଙ୍କ ବିରୁଦ୍ଧରେ ଠିଆ ହୋଇ ଅପମାନଜନକ ଵାକୟା ଉଚାରୀ ଥିଲେ, ଏହି ଦୃଶ୍ୟ କୁ ସଭାଜନ ସ୍ତବ୍ଧ ହୋଇ ଦେଖିଥିଲେ l
ଶିଶୁପାଳ ର କଟୁ ବଚନ ଶୁଣି ମଧ୍ୟ ଭୀଷ୍ମ ସ୍ତବ୍ଧ ରହିଥିଲେ, ଏହାପରେ ଭୀଷ୍ମ କହିଥିଲେ କାହାକୁ ସମ୍ମାନ କରିବା ତାର ଶକ୍ତି କିମ୍ବା ବ୍ୟକ୍ତି ସହିତ ସମ୍ପର୍କ କୁ ବୁଝାଇ ନଥାଏ, ବରଂ ତାର ଗୁଣ, ତ୍ୟାଗ ଓ ଧର୍ମ ଜଗୁଣ ମିଳିଥାଏ, ତଥାପି ଶିଶୁପାଳ କୃଷ୍ଣ ଙ୍କର ଅପମାନ କରି ଚାଲିଥିଲା, କିନ୍ତୁ ସବୁକିଛି ଶୁଣି କୃଷ୍ଣ ଶାନ୍ତ ରହିଥିଲେ, ସେ ଶିଶୁପାଳ ର ମାଙ୍କୁ ଦେଇଥିବା ବଚନ କୁ ମନେପକାଇ ଭାବିଥିଲେ ଯେ ତାର ୧୦୦ ଟି ଅପରାଧ କ୍ଷମା କରିବେ, ତେଣୁ ଏହା ଆମକୁ ଶିକ୍ଷା ଦେଇଛି ଯେ ପ୍ରକୃତ ଶକ୍ତି କ୍ରୋଧ ରେ ନୁହେଁ ବରଂ ଧର୍ଯ୍ୟ ଓ ଦେଇଥିବା ବଚନ କୁ ରଖିବା ସବୁଠୁ ଗୁରୁତ୍ୱପୂର୍ଣ l
ଯେତେବେଳେ ଶିଶୁପାଳ ନିଜର ମର୍ଯ୍ୟାଦା ହରାଇ ଶହେ ରୁ ଅଧିକ ଅପରାଧ କରିଥିଲା , ସେତେବେଳେ ଶ୍ରୀକୃଷ୍ଣ ନିଜର ସୁଦର୍ଶନ ଚକ୍ର ଚଳାଇଥିଲେ, ଏବଂ ମାତ୍ର ଗୋଟିଏ କ୍ଷଣ ରେ ଶିଶୁପାଳ ର ଅନ୍ତ ହୋଇଗଲା, ଏହି ଘଟଣା ଶିଖାଉଚି ଯେ କ୍ଷମାର ମଧ୍ୟ ଗୋଟିଏ ସୀମା ଥାଏ, ଶିଶୁପାଳ ବୀର ଥିଲା, କିନ୍ତୁ ତାର ଅହଂକାର ତାର ସବୁଠୁ ବଡ଼ ଶତ୍ରୁ ହୋଇଗଲା ଏବଂ ଶେଷରେ ତାର ସେହି ଅହଂକାର ହିଁ ତାର ଶତ୍ରୁ ହେଲା l
ଯୁଧିଷ୍ଠିର ଙ୍କର ରାଜସୂୟ ଯଜ୍ଞ ଏହା ସନ୍ଦେଶ ଦେଇଥାଏ ଯେ ଯେଉଁ ବ୍ୟକ୍ତି, ଧର୍ମ, ସତ୍ୟ ଓ ଲୋକ କଲ୍ୟାଣ ରେ ମାର୍ଗରେ ଚାଲିଥାଏ ସେହି ସମାଜ ରେ ଅଧିକ ସମ୍ମାନ ଆଦର ପାଇଥାଏ l ଶିଶୁପାଳ ବଧ ର କଥା କେବଳ ଗୋଟିଏ କାହାଣୀ ନୁହେଁ ଜୀବନ କୁ ଗୋଟିଏ ସନ୍ଦେଶ ଦେଉଛି ଯେ ଧର୍ଯ୍ୟ ରଖ, ପ୍ରତିଶୃତି ପାଳନ କର, ସମସ୍ତଙ୍କ ର ସମ୍ମାନ କର, ଅହଂକାର ଠାରୁ ଦୁରେଇ ରୁହ, ଯେତେବେଳେ ମଣିଷ ମର୍ଯ୍ୟାଦା ଛାଡିଦିଏ ତାର ପତନ ସୁନିଶ୍ଚିତ l
