Odisha news

ନେପାଳରେ ପୁଣି ତେଜିଲା ହିଂସା : ରାଜରାସ୍ତାକୁ ଓଲ୍ହାଇଲେ Gen – Z

0

ବାଲେନ ସରକାରଙ୍କୁ Gen – Z ଭୟ
ଵାଲେନ ସାହା ଙ୍କ ଆସନ ଟଳମଳ
ଯେଉଁ Gen – Z କରିଥିଲେ ନେତା
ସେ ହଟାଇ ଦେବେକି ଗାଦି ରୁ ?

ନେପାଳରେ ଆଉଥରେ ଆରମ୍ଭ ହୋଇଛି Gen – Z ଆନ୍ଦୋଳନ, Gen – Z ଙ୍କ ଆନ୍ଦୋଳନ ତେଜିଛି ଯୁବା ପ୍ରଧାନମନ୍ତ୍ରୀ ବାଲେନ ସାହା ଙ୍କ ବିରୋଧରେ, ଗତ ୩ଦିନ ରେ ୩ ଯୁବକ ନିଜ ଉପରେ ପେଟ୍ରୋଲ ପକାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି, Gen – Z ଆନ୍ଦୋଳନ କରିଛନ୍ତି ଭୂମିହୀନ ଙ୍କ ପାଇଁ , ଭୂମିହୀନଙ୍କୁ ପୁନର୍ବାସ ନକରାଇ ହଟା ଯାଉଥିବା ନିଷ୍ପତିକୁ ନେଇ ଆନ୍ଦୋଳନ ଚଳାଇଛନ୍ତି l

ବାଲେନ ସାହା ଙ୍କ ବିରୁଦ୍ଧରେ କାହିଁକି ହେଉଛି ପ୍ରଦର୍ଶନ –

ସଂଯୁକ୍ତ ରାଷ୍ଟ୍ରୀୟ ଭୂମିହୀନ ମୋର୍ଚା ର ଆହ୍ୱାନ କୁ ଆୟୋଜିତ ଏହି ପ୍ରଦର୍ଶନ କାଠମାଣ୍ଡୁ ରେ ଜାରି ରହିଛି l ପ୍ରଦର୍ଶନକାରୀ ‘ ଗରୀବଙ୍କ ଉପରେ ଅତ୍ୟାଚାର ବନ୍ଦ କର’ , ମାନବାଧିକାର କୁ ସମ୍ମାନ କର, ଅବୈଧ ଗିରଫ କରିବା ବନ୍ଦ କର, ଭୂମିହୀନ ଙ୍କୁ ଆଶ୍ରୟ ଦିଅ ‘ ନାରା ଦେଇ ଦେଇ ରାଜରାସ୍ତା କମ୍ପାଉଛନ୍ତି l ଶୁକ୍ରବାର ଦିନ ରାତି ସମୟ ରେ କାଠମାଣ୍ଡୁ ର କୀର୍ତ୍ତିପୂର ସ୍ଥିତ ସରକାରୀ ଅସ୍ଥାୟୀ ଅବସରେ ବନ୍ୟା ପାଣି ପସି ଯାଇଥିଲା, ଏହାପରେ ସୁରକ୍ଷାକର୍ମୀ ଙ୍କ ଦ୍ୱାରା ସେଠାରେ ରହୁଥିବା ଲୋକ ମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇ ଥିଲା l ସେଠାରେ ପାଖାପାଖି ୧୫୦ ଭୂମିହୀନ ପରିବାର ରହୁଥିଲେ l

ଘଟଣା ବିଷୟରେ ଜାଣିବା ପାଇଁ Gen – Z ସହିତ ଜଡିତ ଯୁବା କାର୍ଯ୍ୟକର୍ତା ୧୧ ଜୁଲାଇ ଶନିବାର ଦିନ ଉକ୍ତ ସ୍ଥାନରେ ପହଂଚି ଥିଲେ, କିନ୍ତୁ ପୋଲିସ ଅଚାନକ ଭାବରେ ସେମାନଙ୍କ ଉପରେ ଲାଠି ଚାର୍ଜ କରିଥିଲା ଏବଂ ଗିରଫ କରିଥିଲା, ଏହି ସମୟରେ ଜଣେ କାର୍ଯ୍ୟକର୍ତା ଙ୍କୁ ଆଘାତ ଲାଗିଥିଲା, ନେପାଳୀ କଂଗ୍ରେସ ନେତା ଗଗନ ଥାପା ଆନ୍ଦୋଳନକାରୀ ଗିରଫ କୁ ଓ ପୋଲିସ କାର୍ଯ୍ୟ କୁ ଅପତୀ ଜଣାଇଥିଲେ, ଏବଂ ଧୀରେ ଧୀରେ ଏହି ବିରୋଧ ତୀବ୍ର ରୂପ ନେଇଥିଲା, ଏବଂ Gen – Z ଙ୍କ ବିଦ୍ରୋହ ସାରା ଦେଶ ରେ ତେଜିବାକୁ ଲାଗିଲା l

ଯେଉଁ Gen – Z ଙ୍କ ପାଇଁ ବାଲେନ ସାହା ଗାଦି ରେ ବସିବାକୁ ସକ୍ଷମ ହୋଇଛନ୍ତି ସେହି Gen – Z ଙ୍କ ପାଇଁ ଆଜି ତାଙ୍କ ଆସନ ଟଳମଳ ଅବସ୍ଥାରେ l ବାଲେନ ସାହା ସରକାର କଥା ଦେଇଥିଲେ ଯେ ଯଦି ସରକାର ଗଢିବେ ତେବେ ପ୍ରଥମେ ଭୂମିହୀନ ଙ୍କୁ ଆବାସ ଦେବେ ଓ ଦେଶରୁ ବେକାରୀ ସମସ୍ୟା ଦୂର କରିବେ l  କିନ୍ତୁ ଲାଗୁଚି ଆଜି ସେ ନିଜ ପ୍ରତିଶୃତି ରୁ ଓହରି ଯାଇଛନ୍ତି l  ଯାହାର ପ୍ରମାଣ ଦେଉଛି ପୁନର୍ବାର ଦେଶରେ Gen – Z ବିଦ୍ରୋହ l

Nalco
Leave A Reply