Odisha news

ଆୟୁର୍ବେଦ ଅନୁସାରେ ‘ଲଂଘନମ ‘ କ୍ରିୟା କଣ ? ଏବଂ କିପରି ହ୍ରାସ କରିଥାଏ ଓଜନ ?

0

ବର୍ତମାନ ସମୟରେ ମୋଟାପା ସ୍ୱାସ୍ଥ୍ୟ ସମସ୍ୟାର କାରଣ ହୋଇଯାଇଛି, କିଛି ଲୋକ ନିଜ ଖାଦ୍ୟ ପେୟ ଶୈଳୀ, ଏବଂ ଓଜନ ବୃଦ୍ଧି କାରଣରୁ ଅନେକ ରୋଗରେ ପୀଡିତ ରହୁଛନ୍ତି l

ଲଂଘନମ କ୍ରିୟା କଣ ?

ଆୟୁର୍ବେଦ ରେ ମୋଟାପଣ କୁ ନିୟନ୍ତ୍ରଣ କରିବା ପାଇଁ ଲଂଘନମ କ୍ରିୟା ଗୋଟିଏ ପ୍ରଭାବୀ ଉପାୟ, ଯାହା ପାଚନ ତନ୍ତ୍ର କୁ ମଜବୁତ କରି ଶରୀରକୁ ହାଲୁକା କରିବାରେ ସାହାଯ୍ୟ କରିଥାଏ l ଏହି କ୍ରିୟା ରେ ହାଲୁକା ଭୋଜନ, ଉପବାସ, ଶାରୀରିକ ଗତିବିଧି ଓ ରୁଟିନ ଫଲୋ କରି ରହିବା ଜରୁରୀ l

ଆବଶ୍ୟକତା ଠାରୁ ଅଧିକ ମାତ୍ରା ରେ ଖାଇବା ଦ୍ୱାରା ଆମ ଭୋଜନ ଠିକ ଭାବରେ ହଜମ ହୋଇ ନଥାଏ, ଏବଂ ଏହି ହଜମ ହୋଇ ନଥିବା ଖାଦ୍ୟ ଫ୍ୟାଟ ଆକାରରେ ଶରୀରରେ ଡିପୋଜିଟ ହୋଇଥାଏ, କିନ୍ତୁ ଲଂଘନମ କ୍ରିୟା ଦ୍ୱାରା ପାଚନ କ୍ରିୟା ଠିକ ଭାବରେ ହୋଇଥାଏ ଏବଂ ଧୀରେ ଧୀରେ ଶରୀର ରୁ ଚର୍ବି ହ୍ରାସ ହୋଇଥାଏ l

ଲଂଘନମ କ୍ରିୟା ପାଇଁ ଉପାୟ କଣ ରହିଛି –
– ହାଲୁକା ଖାଦ୍ୟ ଯାହାକି ସହଜରେ ହଜମ ହେଉଥିବ ସେହିଭଳି ଖାଦ୍ୟ ଖାଇବା ଜରୁରୀ l ଯେପରିକି ବାଜରା , ମୁଗଡାଲି, ଦଳିଆ , ଭେଜିଟେବୁଲ ସୁପ, ବିଭିନ୍ନ ଫଳ ସାମିଲ ରହିଛି l

– ଆବଶ୍ୟକତା ଠାରୁ ଅଧିକ ଖାଦ୍ୟ ଖାଇବା ଉଚିତ ନୁହେଁ ଏବଂ ଭୋକ ଲାଗିଲେ ଖାଇବା ଜରୁରୀ l

– ନିଜ ଖାଦ୍ୟରେ ଅଧିକ ତେଲ, ମିଠା ଓ ମସଲା ଯୁକ୍ତ ଖାଦ୍ୟ ରଖନ୍ତୁ ନାହିଁ l ]

– ଦିନରେ ଅନେକ ଥର ଉଷୁମ ପାଣି ପିଅନ୍ତୁ, ଯାହା ପାଚନ କ୍ରିୟା କୁ ଠିକ ରଖିବ l

– ପ୍ରତିଦିନ ୩୦ ମିନିଟ ଚାଲିବା ଜରୁରୀ, ଏବଂ ଅଧିକ ରାତିରେ ସୂଅନ୍ତୁ ନାହିଁ କିମ୍ବା ରାତିରେ ଡେରିରେ ଖାଆନ୍ତୁ ନାହିଁ , ସପ୍ତାହକୁ ଗୋଟିଏ ଦିନ ଫଳ ଖାଇ ଉପବାସ ରୁହନ୍ତୁ l

IEC 2 years
Leave A Reply