Odisha news

ଇଂଲଣ୍ଡ ଗସ୍ତ ମଧ୍ୟରେ BCCI ର ବଡ଼ ନିଷ୍ପତି : ଜିମ୍ବାୱେ ଟୁର ପାଇଁ ଘୋଷଣା ହେଲା ଟିମ ଇଣ୍ଡିଆ , ବାଦ ପଡିଲେ ସଂଜୁ

0
ଯେଉଁଥିରେ ସଂଜୁ ଦଳରୁ ବାଦ ପଡିଛନ୍ତି
ବୈଭବ ବାଧକ ସାଜିଲେକି ସଂଜୁଙ୍କ ପାଇଁ ?
ନା ରହିଛି ଆଉକିଛି ଭିତିରି କଥା ?

ଇଂଲଣ୍ଡ ବିରୁଦ୍ଧରେ ଚାଲିଥିବା ଟି-20 ସିରିଜ ମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଗୋଟିଏ ବଡ଼ ଘୋଷଣା କରିଛି, ଜିମ୍ବାଵେ ବିରୁଦ୍ଧରେ ଟିମ ଇଣ୍ଡିଆ ସ୍କ୍ୱାଡ଼ ର ହୋଇଛି ଘୋଷଣା , ଯେଉଁଥିରେ ସଂଜୁ ପଡିଛନ୍ତି ଦଳରୁ ବାଦ , ସଂଜୁ ଙ୍କୁ ଏହି ସିରିଜ ରୁ ଡ୍ରପ କରାଯାଇଛି, ଆୟାରଲ୍ୟାଣ୍ଡ ଓ ଇଂଲଣ୍ଡ ବିରୁଦ୍ଧରେ ସଂଜୁ ନିଜ ବ୍ୟାଟିଂ ମ୍ୟାଜିକ ଦେଖାଇ ପାରିଲେ ନାହିଁ, ଏବଂ ତାଙ୍କ ସ୍ଥାନରେ ପ୍ଲେଇଂ 11 ରେ ବୈଭବ ଙ୍କୁ ସାମିଲ କରାଗଲା l

ସଂଜୁ ଙ୍କ କ୍ୟାରିଅର କେତେବେଳେ ବାହାରେ ତ କେତେବେଳେ ଭିତରେ , ଟି -20 ୱାର୍ଲଡ କପ 2026 ଆରମ୍ଭରେ ସଂଜୁ ଙ୍କ ଖରାପ ଫର୍ମ କୁ ନେଇ ଚାଲିଥିଲା ଚର୍ଚା, କିନ୍ତୁ ନକ ଆଉଟ ରେ ବ୍ୟାକ କରି ବ୍ୟାଟିଂ ମ୍ୟାଜିକ ରେ ସମସ୍ତଙ୍କୁ ସ୍ତବ୍ଧ କରିଥିଲେ ସଂଜୁ, ସେମସାନ ପ୍ଲେୟାର ଅଫ ଦି ଟୁର୍ନାମେଣ୍ଟ ମଧ୍ୟ ନିଜ ନାମକୁ କରିବାକୁ ପଛାଇ ନଥିଲେ, କିନ୍ତୁ ବର୍ତମାନ ଟିମ ଇଣ୍ଡିଆରେ ନିଜ ସ୍ଥାନକୁ ସେ ରଖିପାରି ନାହାନ୍ତି l

ଆଇପିଏଲ ରେ ବୈଭବଙ୍କ ଟପ ସ୍କୋର ହିଁ ସଂଜୁ ଙ୍କ ପାଇଁ ବାଧକ ସାଜିଥିଲା, ଆୟାରଲ୍ୟାଣ୍ଡ ବିରୁଧରେ ଖେଳିବା ପାଇଁ ମଧ୍ୟ ତାଙ୍କୁ ମଉକା ମିଳିଥିଲା, ହେଲେ ସେ ନିଜ ବ୍ୟାଟିଂ କମାଲ ଦେଖାଇ ପାରିଲେ ନାହିଁ, ଟି-20 ୱାର୍ଲଡ କପ 2026 ଭାରତକୁ ବିଜୟ ତିଳକ ପିନ୍ଧାଇ ଥିବା ସୂର୍ଯ୍ୟ କୁମାର ଯାଦବ ଙ୍କ ପାଇଁ ଟିମ ଇଣ୍ଡିଆରେ ନାହିଁ ସ୍ଥାନ, ତାଙ୍କ ସ୍ଥାନରେ ଦାୟିତ୍ୱ ଦିଆଗଲା ଶ୍ରେୟସ ଆୟାର ଙ୍କୁ, ଯେଉଁଠି ଶ୍ରେୟସ ଆୟାର ଗୋଟିଏ ବିଫଳ ଅଧିନାୟକ ଭାବରେ ନିଜ ନାମ ଦର୍ଜ କରିଛନ୍ତି l

ଭାରତ ଓ ଜିମ୍ବାୱେ ବିରୁଦ୍ଧରେ ଟି-20 ସିରିଜ ଜୁଲାଇ ୨୩ ରୁ ଆରମ୍ଭ ହେବାକୁ ଯାଉଛି, ଯେଉଁଠି ଭାରତ ଜିମ୍ବାୱେ ବିପକ୍ଷରେ ୩ଟି ମ୍ୟାଚ ଖେଳିବ l ସେଥିପାଇଁ ଭାରତୀୟ ଦଳର ପ୍ଲେଇଂ 11 ଘୋଷଣା ହୋଇସାରିଛି l

ଜିମ୍ବାୱେ ଗସ୍ତରେ ଭାରତର ପ୍ଲେଇଂ 11 ହେଲେ –
ଶ୍ରେୟସ ଆୟାର, ବୈଭବ ସୂର୍ଯ୍ୟବଂଶୀ, ଅଭିଷେକ ଶର୍ମା, ତିଳକ ବର୍ମା , ଈଶାନ କିସାନ, ଶିବମ ଦୁବେ, ସୂର୍ଯ୍ୟାସଂ ଶୋଡ଼ଗେ, ରିଙ୍କୁ ସିଂ, ହର୍ଷ ଦୁବେ, ବରୁଣ ଚକ୍ରବର୍ତୀ, ପ୍ରିନ୍ସ ଯାଦବ, ୟସ ଠାକୁର, ଅଶୋକ ଶର୍ମା, ମୟଙ୍କ ଯାଦବ,ପ୍ରଭସୀମାରନ ସିଂ l

IEC 2 years
Leave A Reply