ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ହୋଇଛି ବିସ୍ଫୋରଣ
ବର୍ତମାନ ଈମାନୁଏଲ ମେକ୍ର ଅଛନ୍ତି ସିରିଆ ଗସ୍ତରେ
ଚାଲିଛି ସିରିଆଇ ସେନାଙ୍କ ସର୍ଚ୍ଚ ଅପରେସନ
ସିରିଆ ର ରାଜଧାନୀ ଦମିଷକ ରେ ମଙ୍ଗଳବାର ଜୁଲାଇ ୭ ତାରିଖ ଦିନ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ହୋଇଯାଇଛି, ଏହି ବିସ୍ଫୋରଣ ସେହି ସେହି ସମୟରେ ହୋଇଛି ଯେଉଁ ସମୟରେ ଫ୍ରାନ୍ସ ରାଷ୍ଟ୍ରପତି ଈମାନୁଏଲ ମେକ୍ରୋ ସିରିଆ ଗସ୍ତରେ ଯାଇଛନ୍ତି, ସେ ଯେତେବେଳେ ରାଷ୍ଟ୍ରପତି ଅହମଦ -ଅଲ -ସରା ଙ୍କୁ ସାକ୍ଷାତ କରିବା ପାଇଁ ରାଷ୍ଟ୍ରପତି ଭବନ ରେ ପହଂଚିଥିଲେ, ଠିକ ସେହି ମୁହୁର୍ତରେ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଥିଲା, ଏବଂ ଗୋଟିଏ ବିସ୍ଫୋରଣ ସେହି ହୋଟେଲ ବାହାରେ ହୋଇଥିଲା ଯେଉଁଠି ମେକ୍ର ରହିଛନ୍ତି l
ସିରିଆ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଦୁଇଟି ଯାକ ବିସ୍ଫୋରଣ ରାଜଧାନୀ ଦମିଶାକ ର ମଝିଆ ମଝି ହୋଇଛି, ଏବଂ ଦମିଶାକ ର ସମ୍ପୂର୍ଣ ଆକାଶ କଳା ଧୁଆଂ ରେ ଆଚ୍ଛାଦିତ ହୋଇ ଯାଇଥିଲା l କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ କଥା ହେଉଛି ଫ୍ରାନ୍ସ ରାଷ୍ଟ୍ରପତି ଈମାନୁଏଲ ମେକ୍ର ସୁରକ୍ଷିତ ଅଛନ୍ତି l
ସିରିଆ ସେନା ଙ୍କର ସର୍ଚ୍ଚ ଅପରେସନ ଦ୍ରୁତ ଗତିରେ ଜାରି ରହିଛି, କାହିଁକିନା ଫ୍ରାନ୍ସ ରାଷ୍ଟ୍ରପତିଙ୍କର ସିରିଆରେ ଉପସ୍ଥିତି ସମୟରେ ଏଭଳି ବିସ୍ଫୋରଣ କୁ ବିଶ୍ୱ ଠିକ ଭାବରେ ଗ୍ରହଣ କରିପାରୁ ନାହିଁ l
