ନେକ୍ସସ ଏସପ୍ଲାନେଡ଼ ସହିତ “ୱଣ୍ଡର ଲ୍ୟାବ୍ସ”- ପିଲାମାନଙ୍କ ପାଇଁ ଏକ ପାରସ୍ପରିକ ଆଦାନପ୍ରଦାନରେ ବିଜ୍ଞାନ ଓ କଳା ମହୋତ୍ସବ
ଭୁବନେଶ୍ୱର : ନେକ୍ସସ ଏସପ୍ଲାନେଡରେÿ ଆସନ୍ତା ଜୁନ ୦୩ ତାରିଖରୁ ପିଲାମାନଙ୍କ ମଧ୍ୟରେ କୌତୁହଳ, ସୃଜନଶୀଳତା ଏବଂ ଶିଖିବାର ଆଗ୍ରହ ଜାଗ୍ରତ କରିବା ପାଇଁ ଏକ ଆକର୍ଷଣୀୟ ବିଜ୍ଞାନ କାର୍ଯ୍ୟକଳାପ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବାର ଘୋଷଣା କରିବାକୁ ଯାଉଛି । କିଙ୍ଗଡ଼ମ ଅଫ ଜୟର ସହଯୋଗରେ ଆୟୋଜିତ ଏହି ଅଭିନବ ପ୍ରୟାସ ମାଧ୍ୟମରେ ୨୧ରୁ ଅଧିକ ରୋମାଞ୍ଚକର ଓ ପ୍ରତ୍ୟକ୍ଷ ବିଜ୍ଞାନ ପରୀକ୍ଷଣ ଏଠାକୁ ଅଣାଯାଉଛି, ଯାହା ଶିଶୁମାନଙ୍କୁ ଆନନ୍ଦ ଏବଂ ଆବିଷ୍କାରର ଏକ ଅବିସ୍ମରଣୀୟ ଅନୁଭୂତି ପ୍ରଦାନ କରିବ ।
ବିଭିନ୍ନ ବୟସର ପିଲାମାନଙ୍କୁ ଆକୃଷ୍ଟ କରିବା ଏବଂ ବିଜ୍ଞାନର ବିଭିନ୍ନ ବିଷୟବସ୍ତୁକୁ ସହଜରେ ବୁଝାଇବା ପାଇଁ ଏହି କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରାଯାଇଛି । ଏଠାରେ ଯୁବ ବୈଜ୍ଞାନିକମାନେ ପେଣ୍ଟ ଇନଣ୍ଟୁ ବବ୍ଲ୍ସ ମାଧ୍ୟମରେ ରଙ୍ଗୀନ କଳା ସୃଷ୍ଟି କରିପାରିବେ, ବେକିଙ୍ଗ ସୋଢ଼ା ଆଗ୍ନେୟଗିରିର ନାଟକୀୟ ବିସ୍ଫୋରଣ ଦେଖିପାରିବେ ଏବଂ ଚମକୁ ଥିବା ବୋରାକ୍ସ କ୍ରିଷ୍ଟାଲ ତିଆରି କରିପାରିବେ । ଏହି କାର୍ଯ୍ୟକ୍ରମରେ ଫାୟାରୱାକ୍ସ ଇନ ୱାଟର, ମ୍ୟାଜିକ୍ ଇଙ୍କ, ମ୍ୟାଜିକ୍ ବେଲୁନ ଏକ୍ସପେରିମେଣ୍ଟ ଏବଂ ସବୁବେଳେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିବା କ୍ୟାଣ୍ଡେଲ ଆଣ୍ଡ ୱାଟର ଏକ୍ସପେରିମେଣ୍ଟ ମଧ୍ୟ ସାମିଲ ରହିଛି । ଏହା ସହିତ ପିଲାମାନେ ଚିଆ ସିଡ୍ସ ଅନ ପୋଟାଟୋ ଏବଂ ସିଡ୍ସ ବମ୍ବସ ମାଧ୍ୟମରେ ଜୀବବିଜ୍ଞାନର ଚମକ୍ରାରୀ କଳାର ଉଦ୍ଭାବନକୁ ମଧ୍ୟ ବୁଝିପାରିବେ, ସେମାନେ ନିଜେ ସୁଗନ୍ଧିତ ପଥର ଓ ସାବୁନ ପ୍ରସ୍ତୁତ କରିବା ସହ ଘନତ୍ୱ ପରୀକ୍ଷଣ ଏବଂ ଏୟାର ଫ୍ଲୋଟିଙ୍ଗ ବଲ ଟୟ ମାଧ୍ୟମରେ ପଦାର୍ଥ ବିଜ୍ଞାନର ଅନୁଭୂତି ନେଇପାରିବେ । ଅଧିକ ରୋମାଞ୍ଚକର ପ୍ରଦର୍ଶନୀ ମଧ୍ୟରେ ଡ୍ରାଏ ଆଇସ, ଫାୟାର ଇନ ଏ ବଟଲ, ଲିକ୍ ପ୍ରୁଫ୍ ବ୍ୟାଗ, ମ୍ୟାଜିକ୍ ଟିସୁ ପେପର ଫ୍ଲାୱାର୍ସ ଏବଂ ସବୁଠାରୁ ଲୋକପ୍ରିୟ ହୋଲ୍ଡ ଫାୟାର ୱିଦାଉଟ୍ ଫିୟର ଅର୍ଥାତ୍ ଭୟ ବିନା ନିଆଁକୁ ହାତରେ ଧରିବାର ପ୍ରଦର୍ଶନ କରାଯିବ । ପିଲାମାନଙ୍କର ସୁରକ୍ଷା, ସକ୍ରିୟ ଅଂଶଗ୍ରହଣ ଏବଂ ସର୍ବାଧିକ ମନୋରଞ୍ଜନକୁ ସୁନିଶ୍ଚିତ କରିବା ପାଇଁ ପ୍ରତ୍ୟେକ ପରୀକ୍ଷଣ ତାଲିମପ୍ରାପ୍ତ ମାର୍ଗଦର୍ଶକମାନଙ୍କ ଦ୍ୱାରା ପରି•ଳିତ ହେବ ।
ଏହି କାର୍ଯ୍ୟକ୍ରମ ସମାଜ ସହ ଯୋଡ଼ି ହେବା ଏବଂ ପରିବାରମାନଙ୍କୁ ଏକ ସମୃଦ୍ଧ ଅନୁଭୂତି ପ୍ରଦାନ କରିବା ପାଇଁ ନେକ୍ସସ ଏସପ୍ଲାନେଡ଼ର ନିରନ୍ତର ପ୍ରୟାସକୁ ପ୍ରଦର୍ଶିତ କରୁଛି । ମଲରେ ଥିବା ଏହି ସ୍ୱତନ୍ତ୍ର କାର୍ଯ୍ୟକଳାପ ଜୋନକୁ ପରିଦର୍ଶନ କରି ଏହି ଅନନ୍ୟ ବିଜ୍ଞାନ ମହୋତ୍ସବରେ ଭାଗ ନେବା ପାଇଁ ସମସ୍ତ ପିତାମାତା ଓ ପିଲାମାନଙ୍କୁ ନିମନ୍ତ୍ରଣ କରାଯାଇଛି ।