Odisha news

ଯୁବତୀ ତିନି ମାସର ଗର୍ଭବତୀ ଅଭିଯୋଗ : ଦୁଷ୍କର୍ମ ମାମଲାରେ ଯୁବକ ଗିରଫ

0
ବାଲିଗୁଡା, ତା, ୦୭/୦୫:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନା କୋଚିଲାଗଡ଼ ଗ୍ରାମର ଶରତ ମୁଖିଙ୍କ ପୁଅ ଚନ୍ଦନ ମୁଖି (୨୧) ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରି ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ଜଣାପଡିଛି l  ସୂଚନାରୁ ପ୍ରକାଶ ଯେ,  ଫୁଲବାଣୀ ଥାନା ଅଞ୍ଚଳର ଜୈନିକା ଯୁବତୀ କୋଚିଲାଗଡ଼ ଗ୍ରାମରେ ନିଜ ସମ୍ପର୍କୀୟ ଘରେ ଆସି ରହୁଥିବା ସମୟରେ ଉକ୍ତ ଯୁବକ ଚନ୍ଦନ ସେହି ଯୁବତୀ ସହ ଦୁଷ୍କର୍ମ କରିଥିଲା I ବର୍ତ୍ତମାନ ସେହି ଯୁବତୀ ତିନି ମାସର ଗର୍ଭବତୀ ରହିଥିବା ଜଣାପଡିଛି I ଯୁବତୀଙ୍କ ପରିବାର ପକ୍ଷରୁ ଟିକାବାଲି ଥାନାରେ ଲିଖିତ ଏତଲା ଅନୁଯାଇ ଟିକାବାଲି ପୋଲିସ କେସ ନଂ ୯୯/୨୬ ରେ ଏକ ମକଦ୍ଦମା ରୁଜୁ କରି ଯୁବକଙ୍କ ବିରୋଧରେ ଆକ୍ଟ ୬୯ ସେକସନ/୩୫୧ କେସ ୩ ବିଏନଏସ ଦ୍ୱାରା ଗିରଫ କରି ଜି. ଉଦୟଗିରି କୋର୍ଟକୁ ଅଭିଯୁକ୍ତ ଯୁବକଙ୍କୁ ଚାଲାଣ କରାଯାଇଥିବା ଏବଂ ପୀଡିତା ଯୁବତୀଙ୍କୁ ଫୁଲବାଣୀ ସଖି ସେଣ୍ଟରକୁ ପଠେଇଥିବା ଥାନା ଅଧିକାରୀ ସମିର କୁମାର ବେହେରା ସୂଚନା ଦେଇଛନ୍ତି I
Govt
Leave A Reply