ମଧ୍ୟ-ପୂର୍ବର ଯୁଦ୍ଧ ବର୍ତମାନ ଭୟଙ୍କର ସ୍ଥିତି ଆଡକୁ ମୁହାଁଇଲାଣି, ଆମେରିକା-ଇସ୍ରାଏଲ ସହିତ ଯୁଦ୍ଧରେ ଇରାନ ଲଗାତାର ନିଜର ଶକ୍ତି ପ୍ରଦର୍ଶନ କରିବାରେ ଲାଗିଛି, ଦିନକୁ ଦିନ ତାର ଆକ୍ରମଣ ବୃଦ୍ଧି ପାଇବାରେ ଲାଗିଛି, ଇସ୍ରାଏଲ ର ତେଲ-ଅଵିଵ, ଅରାଡ ଓ ଡିମୋନା ରେ ଲଗାତାର ମିସାଇଲ ଓ ଡ୍ରୋନ ଆକ୍ରମଣ ଲାଗିରହିଛି l ଲଗାତାର ସାଇରନ ର ଶବ୍ଦ, ଧୂଆଁ କୁ ଦେଖି ଲାଗୁଚି ଏହା ନିତିଦିନିଆ ଜୀବନ ହୋଇଗଲାଣି l
ଇରାନ ନିକଟରେ ଇସ୍ରାଏଲ ର ଡିମୋନା ସହରକୁ ଆକ୍ରମଣ କରିଛି, ଯେଉଁଠି ତାର ସମ୍ବେଦନଶୀଳ ନିୟୁକ୍ଳିଅର ରିଆକ୍ଟ ରହିଛି, ଦୁନିଆର ସବୁଠୁ ସୁରକ୍ଷିତ ସ୍ଥାନ ଭାବରେ ଗଣା ଯାଉଥିବା ଡିମୋନା ସହରରେ କିପରି ଇରାନୀ ମିସାଇଲ ପହଁଚିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି l ଇସ୍ରାଏଲ ଆଇରନ ଡୋମ ଓ ଏରୋ ଭଳି ଆଡ଼ଭାନ୍ସ ଏୟାର ଡିଫେନ୍ସ ସିଷ୍ଟମ ସତ୍ୱେ ଇରାନ ର ମିସାଇଲ କୁ ଅଟକାଇବାକୁ ଅସମର୍ଥ ହୋଇଥିଲା l
ଅରାଦ ଓ ଉତର ଇସ୍ରାଏଲ ର ଅନେକ ଅଂଚଳ ରେ ଘରଦ୍ୱାର ଭାଙ୍ଗି ନଷ୍ଟ ହୋଇଯାଇଛି l ଡ୍ରୋନ ଓ ଗ୍ରାଉଣ୍ଡ ଭିଜୁଆଲସ ରେ ନିଆଁ ଜାଳୁଥିବାର ଓ କ୍ଷତାକ୍ତ ଲୋକଙ୍କର ଫଟୋ ଚିତ୍ର ସାମ୍ନାକୁ ଆସିଛି l ଇରାନ ଦାବି କରିଛି ଯେ ଏହି ଆକ୍ରମଣ ରେ ଇସ୍ରାଏଲ ର ଅନେକ କ୍ଷତି ହୋଇଛି, କେବଳ ଇସ୍ରାଏଲ ନୁହେଁ, ଇରାନ ଉପକୂଳବର୍ତ୍ତୀ ଦେଶ ଓ ଆମେରିକାର ସୈନ୍ୟ ବେଶ ଗୁଡିକ ଉପରେ ମଧ୍ୟ ଆକ୍ରମଣ କରିଛି l ହିନ୍ଦ ମହାସାଗର ରେ ଡିଏଗୋ ଗାର୍ସିଆ ଭଳି ସୈନ୍ୟ ଆଡା ଉପରେ ଆକ୍ରମଣ କରି ଇରାନ ନିଜ ମିସାଇଲ ର ଦକ୍ଷତା କୁ ପ୍ରଦର୍ଶନ କରିପାରିଛି l ଇରାନ ଠାରୁ ଡ଼ିଏଗୋ ଗାର୍ସିଆ ଆଇଲ୍ୟାଣ୍ଡ ର ର ଦୂରତା ପାଖାପାଖି ୪୦୦କିଲୋମିଟର ଅଟେ l
କିନ୍ତୁ ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଲଗାତାର ଦାବି କରିଆସୁଛନ୍ତି ଯେ ଇରାନ ର ସୈନ୍ୟ ଶକ୍ତି ଦୁର୍ବଳ ହୋଇସାରିଛି l କିନ୍ତୁ ଇରାନ ର ଇସ୍ରାଏଲ କୁ ଆକ୍ରମଣ ଆହୁରି ଅଲଗା କିଛି ଚେତାଇ ଦେଉଛି l ରକ୍ଷା ବିଶେଷଜ୍ଞ ଙ୍କ ମତରେ ଇରାନ ର ପ୍ରକୃତ ଶକ୍ତି ତାର ଵାଲେଷ୍ଟୀକ ମିସାଇଲ, ତେଣୁ ଇସ୍ରାଏଲ ଓ ଆମେରିକାର ଲଗାତାର ଆକ୍ରମଣ ସତ୍ୱେ ଇରାନ ର ଶକ୍ତି ଦୁର୍ବଳ ହୋଇପାରୁ ନାହିଁ l
ଇସ୍ରାଏଲ ପ୍ରଧାନମନ୍ତ୍ରୀ ଏହି ଯୁଦ୍ଧକୁ ଅସ୍ତିତ୍ବର ଯୁଦ୍ଧ ବୋଲି କହିଛନ୍ତି, ବର୍ତମାନ ଇସ୍ରାଏଲ ପକ୍ଷରୁ ଆକ୍ରମଣ ବଢ଼ାଇ ଦିଆଯାଇଛି l ଏବଂ ସ୍ଥିତି ସମ୍ବେଦନଶୀଳ ହୋଇଯାଇଛି l ନିୟୁକ୍ଳିଅର ସାଇଟ୍ସ ଉପରେ ଆକ୍ରମଣ ସଂଘର୍ଷକୁ ଭୟଙ୍କର କରିଦେଇଛି, ଏଠାରେ ପ୍ରଶ୍ନ ଉଠୁଛି ଯେ କଣ ଏହି ଯୁଦ୍ଧର ପରିସମାପ୍ତି ପରମାଣୁ ଯୁଦ୍ଧ ଅଟେ ?