Odisha news

କାହିଁକି ମୁସ୍ଲିମ ରାଷ୍ଟ୍ରମାନେ ଚାହୁଁଛନ୍ତି ଇରାନ ର ବିନାଶ ?

0

ମଧ୍ୟ-ପୂର୍ବ ର ଯୁଦ୍ଧ ବର୍ତମାନ ଚତୁର୍ଥ ସପ୍ତାହରେ ପ୍ରବେଶ କରି ସାରିଛି, ଏବଂ ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି, ଯୁଦ୍ଧ ଥମିବାର କୌଣସି ସମ୍ଭାବନା ନଜର ଆସୁନାହିଁ l ବର୍ତମାନ ଉପକୂଳବର୍ତ୍ତୀ ଦେଶ ଗୁଡିକର ମନୋଭାବ ପୂର୍ବ ଅପେକ୍ଷା ଅଧିକ କଠୋର ହୋଇଯାଇଛି l ଏବଂ ମୁସ୍ଲିମ ଦେଶ ଗୁଡିକ ଇରାନ ଉପରେ ଆକ୍ରମଣ ଜାରି ରଖିବାକୁ ଆମେରିକା କୁ କହି ସାରିଛନ୍ତି l

ଦି ଟାଇମ୍ସ ଅଫ ଇସ୍ରାଏଲ ରେ ପ୍ରକାଶିତ ଖବର ଅନୁସାରେ ସଂଯୁକ୍ତ ଆରବ ଅମିରଟସ, କତର , ସାଉଦି ଆରବ, ବାହାରିନ ନଳି ଦେଶ ର ବରିଷ୍ଠ ଅଧିକାରୀ ମାନେ ଯୁଦ୍ଧ ବିରାମ ପୂର୍ବରୁ ଇରାନ ର ସୈନ୍ୟ କ୍ଷମତା କୁ ଦୁର୍ବଳ କରିବା ଆବଶ୍ୟକ ବୋଲି ମତ ଦେଇଛନ୍ତି l ଏବଂ ଯଦି ସ୍ଥିତି ରେ ଅସୁବିଧା ହେଲା ତେବେ ଏହିସବୁ ଉପକୂଳବର୍ତ୍ତିୟ ଅଞ୍ଚଳ ଯୁଦ୍ଧରେ ସିଧା ସଳଖ ସାମିଲ ହେବେ ବୋଲି କହିଛନ୍ତି ଏବଂ ସେମାନଙ୍କ ଉଦେଶ୍ୟ ରହିଛି ଯେ ଇରାନ ଗୋଟିଏ ଦୁର୍ବଳ ସୈନ୍ୟ ଶକ୍ତି ଭାବରେ ରହୁ l

ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଲା ଉପକୂଳବର୍ତ୍ତିୟ ଦେଶ ଗୁଡିକ ଆମେରିକା ଓ ଇସ୍ରାଏଲ ର ରଣନୀତି କୁ ନେଇ ପୂର୍ବରୁ ଅସନ୍ତୋଷ ଦେଖାଇଥିଲେ, କିନ୍ତୁ ବର୍ତମାନ ସେହି ଦେଶ ଗୁଡିକ ଇରାନ କୁ ଦୁର୍ବଳ ହେବାର ଦେଖିବାକୁ ଚାହୁଁଛନ୍ତି l ମିଳିଥିବା ରିପୋର୍ଟ ଅନୁସାରେ ଏହା ମଧ୍ୟ କୁହାଯାଇଛି ଯେ ଆମେରିକା ଓ ଇସ୍ରାଏଲ ର ଆକ୍ରମଣ ରେ ଇରାନ ର ସରକାର ଭାଙ୍ଗିବାର ଖୁବ କମ ସମ୍ଭାବନା ଦେଖା ଦେଇଛି l

ଯଦି ଏହି ଯୁଦ୍ଧ ଖୁବ ଦୀର୍ଘଦିନ ଚାଲିଲା ତେବେ ଯୁଦ୍ଧ ପରେ ନିଜର ସୁରକ୍ଷା ରଣନୀତି କୁ ଆହୁରି ମଜବୁତ କରିବ ଇରାନ , ବିଶେଷ ଭାବରେ ଉପକୂଳବର୍ତ୍ତିୟ ଦେଶ ଗୁଡିକ ନିଜର ଡ୍ରୋନ ନିଷ୍କ୍ରିୟ ସିଷ୍ଟମ କୁ ଆହୁରି ମଜବୁତ କରିବା ସହିତ ସୁରକ୍ଷା ର ରଣନୀତି କୁ କଠୋର କରିବେ ବୋଲି କହିଛନ୍ତି l କାହିଁକିନା ଭବିଷ୍ୟତ ରେ ଇରାନ ଭଳି ରାଷ୍ଟ୍ର ଙ୍କୁ ଉଚିତ ଜବାବ ଦେଇପାରିବେ l ଏହି ଯୁଦ୍ଧ ସାରା ବିଶ୍ୱର ଚିନ୍ତା ବଢ଼ାଇ ଦେଇଛି , ଏହାଦ୍ୱାରା ଉର୍ଜା, ତୈଳ, ଗ୍ୟାସ ସହିତ ଅନ୍ତରାଷ୍ଟ୍ରୀୟ ସୁରକ୍ଷା ଉପରେ ଗଭୀର ଚାପ ପକାଇଛି l

Leave A Reply