ବିଶ୍ୱ କବିତା ଦିବସରେ ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜ ପରିବାର ପକ୍ଷରୁ ଆଭାସୀ ମଞ୍ଚରେ ଏକ ସ୍ୱତନ୍ତ୍ର କବିତା ଆସର ସନ୍ଧ୍ୟା ପାଳନ କରାଯାଇଛି। ଏଥିରେ ଦେଶ ବିଦେଶରୁ ଅନେକ ପ୍ରାଜ୍ଞ କବି କବୟିତ୍ରୀ ଯୋଗ ଦେଇଥିଲେ ।
ଅନୁଷ୍ଠାନର ଅନ୍ୟତମ ପୁରୋଧା ଶ୍ରୀମତୀ ଅବନ୍ତୀ ମଲ୍ଲିକ ସଭାପତିତ୍ୱ କରିଥଲେ ତଥା ଡ଼ଃ କ୍ଷୀରୋଦ ଚନ୍ଦ୍ର ବେହେରା, ଡ଼ଃ ସିତିକଣ୍ଠ ଷଡ଼ଙ୍ଗୀ ଓ ଡ଼ଃ ବସନ୍ତ ମଞ୍ଜରୀ ଦାସ ଯୋଗଦେଇ ବିଶ୍ୱ କବିତା ଦିବସ’ ଅବସରରେ ସମସ୍ତ କବି ଓ କବିତା ପ୍ରେମୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହିତ ନବ ପ୍ରଜନ୍ମର କବି ମାନଙ୍କର ମାର୍ଗଦର୍ଶନ କରିଥିଲେ । ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜ ସଭାପତି ଶ୍ରୀ ତାପସ ରାଜ୍ ମହାରଣାଙ୍କ ସଞ୍ଚାଳନରେ ଅନେକ କବି ଓ କବୟିତ୍ରୀ ନିଜର ସର୍ଜନା ପାଠ କରିବା ସହିତ କବିତାର ଉପାଦେୟତା ବିଷୟରେ ମଧ୍ୟ ଆଲୋଚନା କରିଥିଲେ । ଯୋଗ ଦେଉଥିବା କବି କବୟିତ୍ରୀ ମନଙ୍କ ମଧ୍ୟରେ ଶ୍ରୀମତୀ ବିଶ୍ୱଭାରତୀ ଦାସ, ଶ୍ରୀମତୀ ଯାଜ୍ଞସେନୀ ପଣ୍ଡା, ଶ୍ରୀମତୀ ତପସ୍ଵିନୀ ଷଡ଼ଙ୍ଗୀ, ଶ୍ରୀ ବିଜୟ କେତନ ସାହୁ, ଶ୍ରୀ କୈଳାସ ଚନ୍ଦ୍ର ପ୍ରଧାନ, ଶ୍ରୀ ରାକେଶ ଦାସ, ଶ୍ରୀମତୀ ଲୋପାମୁଦ୍ରା ପରିଡ଼ା , ଶ୍ରୀ ଚିତ୍ରସେନ ମହାରଣା ପ୍ରମୁଖ ଯୋଗ ଦେଇଥିଲେ। ସମସ୍ତଙ୍କର ସର୍ଜନା ଶ୍ରୁତିମଧୁର ହେବ ସହ ଉଛ କୋଟିର ଶବ୍ଦ ବିନ୍ୟାସ ଯୁକ୍ତ ହୋଇଥିଲା । ପ୍ରଦେଶ ସହିତ ପ୍ରବାସରେ ସାହିତ୍ୟ, ଭାଷା ଓ ସଂସ୍କାର ପ୍ରଚାର ପ୍ରସାର ଦିଗରେ ସମ୍ପ୍ରତି ସହ ଭବିଷ୍ୟତରେ ମଧ୍ଯ ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜ ତରଫରୁ ପ୍ରଚେଷ୍ଟା ଅବ୍ୟାହତ ରହିବ ବୋଲି ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ମତାମତ ରଖିଛନ୍ତି ।