ବାଲିଗୁଡା, ତା, ୨୧/୦୩:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ ଲୁଜୁରାମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉତ୍ସବ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବନ୍ଦନା ରାଣୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଚକାପାଦ ବିଡ଼ିଓ ହୃଦ ରଞ୍ଜନ ସାହୁ ଯୋଗ ଦେଇଥିବାବେଳେ ମୁଖ୍ୟ ବକ୍ତା ଭାବେ ଟିକାବାଲି କଲେଜ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ଯୋଗଦେଇ ଶିକ୍ଷା, ଶିକ୍ଷକ ଓ ଶିକ୍ଷlୟତନ ଏହି ତିନୋଟି ଛାତ୍ର, ଛାତ୍ରୀ ଙ୍କ ପାଇଁ ଭରଷାର ବାଇଶି ପାହାଚ ଯାହା ଏ ବିଦ୍ୟାଳୟରେ ପରିପୂର୍ଣ୍ଣ ରହିଛି ବୋଲି ନିଜ ବକ୍ତବ୍ୟରେ କହିଥିଲେ l ସମ୍ମାନିତ ଅତିଥି ଭାବେ ଗ୍ରାମ୍ୟ ମୁଖ୍ୟ ମାଧବ ବିଶୋଇ, ବିଦ୍ୟାଳୟ ସଭାପତି ଭୀଷ୍ମ କହଁର, ସମିତିସଭ୍ୟ ଜୁନେସ ଦିଗାଲ, ଶିକ୍ଷୟିତ୍ରୀ ବନିତା ଦାସ ପ୍ରମୁଖ ମଂଚାସୀନ ଥିଲେ l ପ୍ରଧାନ ଶିକ୍ଷୟିତ୍ରୀ ଲତାଞ୍ଜଳି ମହାନ୍ତି ବାର୍ଷିକ ବିବରଣୀ ପଠନ କରିଥିଲେ l ତାଙ୍କ ବଳିଷ୍ଠ ନେତୃତ୍ୱରେ ବିଦ୍ୟାଳୟ ର ପରିବେଶ,ଶିକ୍ଷାଦାନ ଓ ଉର୍ନ୍ନତି କରଣ ଉଚ୍ଚକୋଟୀର ଭାବେ ହୋଇଛି ବୋଲି ସମସ୍ତ ଅତିଥି ବକ୍ତବ୍ୟ ଦେଇଥିଲେ l ଶିକ୍ଷକ ଶାନ୍ତନୁ କୁମାର ପଟ୍ଟନାୟକ ମଞ୍ଚ ପରିଚାଳନା ଓ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ କୁମୁଦ କହଁର, ଭୂବନି ପ୍ରଧାନ, ଶିକ୍ଷୟିତ୍ରୀ ରଚୟିତା ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l ଶେଷରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l