ଭୁବନେଶ୍ୱର: ଶିକ୍ଷା, କ୍ରୀଡା, ସ୍ୱାସ୍ଥ୍ୟସେବା, ଗ୍ରାମୀଣ ପରିବର୍ତ୍ତନ, କଳା ଏବଂ ସଂସ୍କୃତି ମାଧ୍ୟମରେ ରାଷ୍ଟ୍ର ନିର୍ମାଣ ପ୍ରତି ତାଙ୍କର ଦୃଢ଼ ସମର୍ପଣ ଏବଂ ଜନ ସମୁଦାୟକୁ ସଶକ୍ତ କରିବା ପ୍ରତି ତାଙ୍କର ଅଟଳ ପ୍ରତିବଦ୍ଧତାର ସ୍ୱୀକୃତି ସ୍ୱରୂପ ଭୁବନେଶ୍ୱରସ୍ଥିତ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜି (କିଟ୍) ବିଶ୍ଵବିଦ୍ୟାଳୟ ଦ୍ୱାରା ନୀତା ଏମ୍. ଅମ୍ବାନୀଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଛି।
ସୂଚନା ଯୋଗ୍ୟ ଯେ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ଏବଂ ଅଧ୍ୟକ୍ଷା ନୀତା ଏମ. ଅମ୍ବାନୀଙ୍କୁ ସୋମବାର ସନ୍ଧ୍ୟାରେ ଏକ ଭବ୍ୟ ଉତ୍ସବରେ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସେସ୍ (କେଆଇଏସ୍ଏସ୍) କ୍ୟାମ୍ପସରେ ସମ୍ମାନଜନକ କେଆଇଏସ୍ଏସ୍ ହ୍ୟୁମାନିଟାରିଆନ ଆୱାର୍ଡ ୨୦୨୫ ରେ ସମ୍ମାନୀତ କରାଯାଇଥିଲା।
Prev Post