Odisha news

ଘରୋଇ ଗ୍ୟାସ ବୁକିଂ ହେଉନି : ଲୋକେ ଚିନ୍ତାରେ , କମର୍ସିଆଲ ଗ୍ୟାସ ସଙ୍କଟ ହୋଟେଲ ଉପରେ ପ୍ରଭାବ

0
ବାଲିଗୁଡା, ତା, ୧୨/୦୩ : (ସଞ୍ଜୟ କୁମାର ପାଣିଗ୍ରାହୀ): ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଲାଗିବା କାରଣରୁ ବାଲିଗୁଡାରେ ୩ ଦିନ ହେଲା ଘରୋଇ ଓ କର୍ମସିଆଲ ଗ୍ୟାସ ସଙ୍କଟ ଘନେଇଛି। ହୋଟେଲ ଓ ବଡ଼ବଡ଼ ରେଷ୍ଟୁରାଣ୍ଟକୁ କର୍ମସିଆଲ ଗ୍ୟାସ ଦୁଇଦିନ ହେଲା ଯୋଗାଯାଉନାହିଁ। ଯାହାଫଳରେ ସେମାନଙ୍କ ନିକଟରେ ଗଚ୍ଛିତ ଥିବା ଗ୍ୟାସ ଯେକୌଣସି ମୁହୂର୍ତ୍ତରେ ସରିଗଲେ ହୋଟେଲ ବନ୍ଦ ହେବାର ଆଶଙ୍କା କରାଯାଉଛି। ସେହିପରି ଘରୋଇ ଗ୍ୟାସ ବୁକିଂ ମଧ୍ଯ ସହଜରେ ହେଉନାହିଁ । ଗ୍ୟାସ ନେବାର ୨୫ ଦିନ ପରେ ପରବର୍ତ୍ତୀ ଗ୍ୟାସ ପାଇବା ପାଇଁ ବୁକିଂ କରିବା ପାଇଁ  ବର୍ତ୍ତମାନ ସରକାର ଏବେ ବ୍ୟବସ୍ଥା କରିଛନ୍ତି। ହେଲେ ୩ଦିନ ହେଲା  ଅଧିକାଂଶ ଗ୍ରାହକ ଗ୍ୟାସ ବୁକିଂ ପାଇଁ ପ୍ରୟାସ କରିବା ସତ୍ତ୍ବେ ଅନଲାଇନରେ ବୁକିଂ ହେଉନାହିଁ। ଯାହାକୁ ନେଇ ଘରୋଇ ଲୋକେ ବେଶ୍ ଚିନ୍ତାରେ ରହିଛନ୍ତି । ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ଆଳ କରି ଗ୍ୟାସ ଯୋଗାଉଥିବା କିଛି ବ୍ୟକ୍ତି ମଧ୍ୟ କଳାବଜାରୀ କରିବା ଆରମ୍ଭ କଲେଣି। ଗ୍ୟାସର ଚୋରି ଓ ମାତ୍ରାଧିକ ମୂଲ୍ୟରେ କଳାବଜାରି କରିବା ଅଭିଯୋଗ ଉଠୁଛି। ସାଧାରଣ ଘରୋଇ ଲୋକଟିଏ ଗ୍ୟାସ ପାଇବା ନିମନ୍ତେ ବୁକିଂ ପରେ ବେଶ୍‌ ସପ୍ତାହେ ପର୍ଯ୍ୟନ୍ତ ଅପେକ୍ଷା କରୁଥିବା ବେଳେ ବର୍ତ୍ତମାନ ଗ୍ୟାସ ପ୍ରଦାନରେ ବ୍ୟାପକ ହେରାଫେରି ହେଉଛି l ଘରୋଇ ଗ୍ୟାସର ମୂଲ୍ୟ ୬୦ଟଙ୍କା ସିଲିଣ୍ଡର ପିଛା ବୃଦ୍ଧି ପାଇବା ପରଠାରୁ ସହରରେ ଗ୍ୟାସ ଯୋଗାଣରେ ବିଳମ୍ବ ହେଉଛି। ପୂର୍ବରୁ ବୁକିଂର ୪୮ ଘଣ୍ଟା ମଧ୍ୟରେ ଗ୍ୟାସ ଆସୁଥିଲା। ହେଲେ ଏବେ ଘରୋଇ ହିତାଧିକାରୀ ସହଜରେ ଗ୍ୟାସଟି ପାଇପାରୁନାହିଁ । ଏ ସଂକ୍ରାନ୍ତରେ ଜିଲ୍ଲା ଯୋଗାଣ ଅଧିକାରୀ ସୁଗୁଡା ମୁର୍ମୁ ଙ୍କୁ  ପଚାରିବାରେ ଜିଲ୍ଲାରେ ପର୍ଯ୍ୟାପ୍ତ ଘରୋଇ ଗ୍ୟାସ ରହିଛି। ଗ୍ୟାସ ର ଅଭାବ ନାହିଁ, କିନ୍ତୁ ସମଗ୍ର ଜିଲ୍ଲାରେ ଯେତିକି ପରିମାଣରେ ଗ୍ୟାସ ମହଜୁଦ ରହିବା କଥା ସେହି ପରିମାଣରେ ଗ୍ୟାସ ମହଜୁଦ ନାହିଁ, ଏଣୁ ଖାଉଟି ଦେଖି ଚାହିଁ ଗ୍ୟାସ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି l ସର୍ଭର ଡାଉନ ଯୋଗୁଁ ଅସୁବିଧା ହେଉଛି l ତେବେ ବିଭାଗ ପକ୍ଷରୁ ସେ ଏଥିପ୍ରତି ଦୃଷ୍ଟିଦେବେ ବୋଲି କହିଛନ୍ତି। ସେପଟେ ସ୍ଥାନୀୟ ଇଣ୍ଡେନ ଗ୍ୟାସ ର ବିତରକ ରାହାସ ପଣ୍ଡା କହିଛନ୍ତି ଯେ, ବର୍ତ୍ତମାନ ସର୍ଭର ଡାଉନ ରହୁଛି, ଏଣୁ ବୁକିଂ ହୋଇପାରୁନି, ଦିନେ ଦୁଇଦିନ ମଧ୍ୟରେ ସମାଧାନ ହୋଇଯିବ, ଆମ ପାଖରେ ଗ୍ୟାସ ମହଜୁଦ ଅଛି, ଖାଉଟି ବିଚଳିତ ନ ହେବା ପାଇଁ ଅନୁରୋଧ କରିଛନ୍ତି l
Leave A Reply