ଅବିଶ୍ୱସନୀୟ ହେଲେ ମଧ୍ୟ ସତ୍ୟ : ଏସିଆର ସବୁଠୁ ଉଚ୍ଚ ଶିବ ମନ୍ଦିର ଉତରାଖଣ୍ଡରେ ଯେଉଁଠି ପ୍ରତ୍ୟେକ ପଥରରୁ ଆସିଥାଏ ଡମରୁ ଶବ୍ଦ
ମହାଶିବରାତ୍ରି କେବଳ ଭଗବାନ ଶିବଙ୍କର ଆରାଧନା ଓ ଉପାସନାର ଦିନ ନୁହେଁ, ବରଂ ପରିବାର, ସନ୍ତୁଳନ ଓ ସାମଞ୍ଜସ୍ୟ ର ଉତ୍ସବ ଅଟେ, ଯାହା ସବୁଠୁ ବଡ଼ ଉଦାହରଣ ଶିବ ପରିବାର, ଏହିଦିନ ଯେଉଁଠି ଶ୍ରଦ୍ଧାଳୁ ମହାଦେବ ଙ୍କ ଉପାସନା କରି ଆତ୍ମିକ ଶାନ୍ତି ଓ ଆଶୀର୍ବାଦ କାମନା କରି ଥାଆନ୍ତି, ସେହିଠାରେ ଶିବ, ପାର୍ବତୀ, ଗଣେଶ ଓ କାର୍ତ୍ତିକେୟ ଙ୍କ ସଂଯୁକ୍ତ ସ୍ୱରୂପ ଆମକୁ ଏହା ଶିକ୍ଷା ଦେଇଥାଏ ଯେ ଭିନ୍ନ ସ୍ଵଭାଵ ଓ ବିଚାର ସତ୍ୱେ ମଧ୍ୟ ପ୍ରେମ ଘରକୁ ସ୍ୱର୍ଗ କରିଥାଏ l
ପୁରାଣରେ ଶିବ ପରିବାରକୁ ଗୋଟିଏ ଆଦର୍ଶ ପରିବାର ଭାବରେ ଗ୍ରହଣ କରାଯାଏ, ଏବଂ ଶିବ ପରିବାରକୁ ପୂଜା କରିବା ଦ୍ୱାରା ଘରେ ଓ ଜୀବନ ରେ ସୁଖଶାନ୍ତି ର ଆଗମନ ହୋଇଥାଏ, ମହାଶିବରାତ୍ରି ଏହାର ପ୍ରତୀକ ଅଟେ ଯେ ଅଲଗା ଅଲଗା ଗୁଣ ଯୁକ୍ତ ସଦସ୍ୟ ଏକାସାଙ୍ଗରେ ପ୍ରେମ ଓ ସଦଭାବନା ରେ ରହି ଥାନ୍ତି l
– ଶିବ ପୁରାଣର ମାନ୍ୟତା ଅନୁସାରେ ଶିବ ପରିବାର ଙ୍କୁ ପୂଜନ କରିବା ଦ୍ୱାରା ଶକ୍ତି ରୁପିଣୀ ମା ପାର୍ବତୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ, ଗଣପତି ବୁଦ୍ଧି , ଜ୍ଞାନ ଓ ବିଘ୍ନହର୍ତା ଅଟନ୍ତି, କାର୍ତିକ ସାହସ ଓ ଶକ୍ତିର ପ୍ରତୀକ ଅଟନ୍ତି, ଏବଂ ସ୍ୱୟଂ ମହାଦେବ ହେଉଛନ୍ତି ସଂହାର କର୍ତା, ଯିଏକି ଭକ୍ତର ଦୁଃଖ, ଶୋକ, କଷ୍ଟ କୁ ସଂହାର କରି ଥାଆନ୍ତି, ଏବଂ ପାପୀ ର ପାପ କୁ ମଧ୍ୟ ସଂହାର କରନ୍ତି l
ପୁରାଣ ରେ ମହାଦେବଙ୍କୁ କୃପାଳୁ, ଦୟାଳୁ ଓ ଶୀଘ୍ର ପ୍ରସନ୍ନ ହୋଇଥାଆନ୍ତି ବୋଲି ଦର୍ଶା ଯାଇଛି, ଏବଂ ସାରା ବିଶ୍ୱବ୍ରହ୍ମାଣ୍ଡ ମାତା ଆଦିଶକ୍ତି ଓ ମହାଦେବଙ୍କ ଇଙ୍ଗିତରେ ସଞ୍ଚାଳିତ ହୋଇଥାଏ l ସେହିଭଳି ଗୋଟିଏ ମନ୍ଦିର ହେଉଛି ହିମାଚଳପ୍ରଦେଶ ର ଜଟୋଲି ଶିବ ମନ୍ଦିର, ଯେଉଁଠି ଆଜି ମଧ୍ୟ ଭରି ରହିଛି ଅନେକ ଚମତ୍କାର, ଏହି ଶିବ ମନ୍ଦିର ଚମତ୍କାରିତାରେ ଭରପୁର ଅଟେ, ମନ୍ଦିରର ଉଚତା ୧୨୨ ଫୁଟ, ଏହା ଏସିଆ ମହାଦେଶ ର ସବୁଠୁ ଉଚ୍ଚ ଶିବ ମନ୍ଦିର l ଏଠାକାର ସବୁଠୁ ବଡ଼ ବିଶେଷତା ହେଉଛି ଯଦି ଆପଣଙ୍କ ଏଠାକାର ପଥର ଗୁଡିକ ହାତରେ ହଲାଇବେ ତେବେ ସେଥିରୁ ଡ଼ମ୍ବରୁ ର ଶବ୍ଦ ଶୁଭିବ l
ମାନ୍ୟତା ରହିଛି ଯେ ଏହି ମନ୍ଦିର ନିର୍ମାଣ ହୋଇଥିବା ସ୍ଥାନରେ ସ୍ୱୟଂ ମହାଦେବ ତପସ୍ୟା କରିଥିଲେ l ଏହି ମନ୍ଦିର ନିର୍ମାଣ ହେବା ପାଇଁ ୩୯ ବର୍ଷ ସମୟ ଲାଗିଥିଲା l ଏହି ମନ୍ଦିର ର ଗମ୍ବୁଜ ୧୧୧ ଫୁଟ ଏବଂ ନିକଟରେ ଏହା ଉପରେ ଗୋଟିଏ ସ୍ଵର୍ଣ କଳସ ସ୍ଥାପନା କରାଗଲା ଏବଂ ଏହାର ଉଚତା ବର୍ତ୍ତମା ୧୨୨ ଫୁଟ ହୋଇ ଯାଇଛି l