Odisha news

ଜିଲ୍ଲାସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ

0
ବାଲିଗୁଡା, ତା, ୧୩/୦୨:(ସଞ୍ଜୟ କୁମାର ପାଣିଗ୍ରାହୀ): ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ଓ ପ୍ରତିଷ୍ଠାନ ଟିକାବାଲି ଠାରେ ଅଧ୍ୟକ୍ଷ  ଶିବ ପ୍ରସାଦ ପଣ୍ଡା ଙ୍କ ଅଧକ୍ଷତାରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକ ରୁ ଚାରି ଜଣ ଲେଖାଏଁ ଶିକ୍ଷକ ଶିକ୍ଷୟିତ୍ରୀ ଓସିଆରସିସି ଙ୍କୁ ନେଇ ତିନି ଦିନିଆ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ ହୋଇଅଛି I ଶିକ୍ଷଣ ଫଳାଫଳ ଓ ଦକ୍ଷତା ଆଧାରିତ ଅନେକ ଶିକ୍ଷଣ ଉପକରଣ ପ୍ରସ୍ତୁତ କରିବା ଯାହାକି ଶିକ୍ଷାର୍ଥୀ ଙ୍କୁ ଶିକ୍ଷଣ ପ୍ରତି ଆକୃଷ୍ଟ ପାଇଁଅଧ୍ୟକ୍ଷ ଆଲୋକପାତ କରିଥିଲେ I ଏହି କାର୍ଯ୍ୟକ୍ରମ ରେ ଶିକ୍ଷକ ପ୍ରଶିକ୍ଷିକା ସସ୍ମିତା ପ୍ରଧାନ ଓ ରଶ୍ମିତା ଗିରି ପ୍ରମୁଖ ଉପସ୍ଥିତ ରହି ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ସହଯୋଗ କରିଥିଲେ I ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମଧ୍ୟରେ ସଞ୍ଜୟ କୁମାର ମାଝୀ, ଅରବିନ୍ଦ ମହାପାତ୍ର, ଲାଲମୋହନ କହଁର,ପଞ୍ଚାନନ ଗନ୍ତାୟତ,ସୁଶାନ୍ତ କୁମାର ମଲ୍ଲିକ, ବୀରେନ୍ଦ୍ର ସାହାଣୀ, ବିଦେଶୀ ନାୟକ, ଜୁବୁଲି ପଣ୍ଡା, ମଧୁସୂଦନ ନାୟକ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳାରେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ I
Leave A Reply