ଫାଲ୍ଗୁନ ମାସ କୃଷ୍ଣପକ୍ଷ ର ଚତୁର୍ଦଶୀ ଦିନ ମହାଶିବରାତ୍ରି ପାଳିତ ହୋଇଥାଏ, ଏହିଦିନଟି ହିନ୍ଦୁ ଧର୍ମର ଗୋଟିଏ ପଵିତ୍ରଦିନ , ମାନ୍ୟତା ରହିଛି ଯେ ଏହିଦିନ ଶିବ ଓ ପାର୍ବତୀଙ୍କ ର ଦିବ୍ୟ ମିଳନ ହୋଇଥିଲା, ସେଥିପାଇଁ ଏହିଦିନ ଶିବ ଭକ୍ତ ବ୍ରତ ରଖିଥାଆନ୍ତି, ଅନେକ ସ୍ଥାନରେ ମହାଦେବ ଓ ପାର୍ବତୀଙ୍କର ବିବାହ ମଧ୍ୟ କରାଯାଇଥାଏ l ଚଳିତ ବର୍ଷ ଶିବ ରାତ୍ରି ଫେବୃଆରୀ ୧୫ ରବିବାର ଦିନ ପାଳିତ ହେବ l
ଜ୍ୟୋତିଷ ମାନ୍ୟତା ଅନୁସାରେ ଚଳିତଥର କିଛି ରାଶିଙ୍କ ପାଇଁ ଏହା ବିଶେଷ ଦିନ ଅଟେ, ମାନ୍ୟତା ରହିଛି ଯେ ଏହି ରାଶି ଗୁଡିକ ଉପରେ ମହାଦେବଙ୍କର ବିଶେଷ ଆଶୀର୍ବାଦ ରହିଛି l
* ବୃଷ ରାଶି – ମହାଶିବରାତ୍ରି ଠାରୁ ବୃଷ ରାଶିର ବ୍ୟକ୍ତିଙ୍କର ଆର୍ଥିକ ଅସୁବିଧା ଦୂର ହେବ, ଅଟକିଥିବା ପଇସା ମିଳିଯିବ, ଘର-ପରିବାର ର ଅସୁବିଧା ଦୂର ହେବ, କାର୍ଯ୍ୟକ୍ଷେତ୍ର ରେ ସ୍ଥିତି ଧୀରେ ଧୀରେ ସୁଧୁରିବ l
* କର୍କଟ ରାଶି – କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ ଏହି ସମୟ ନୂଆ ଆଶା ନେଇ ଆସିବ, ବ୍ୟବସାୟ ଓ ଚାକିରୀ କ୍ଷେତ୍ରରେ ସଫଳତା ମିଳିବ , ଆୟ ବୃଦ୍ଧି ହେବ ଏବଂ ପୁରୁଣା ପ୍ରୟାସ ରେ ସଫଳ ହେବେ l ପରିବାର ସହିତ ସମ୍ବନ୍ଧ ଭଲ ହେବ ଏବଂ ମାନସିକ ସନ୍ତୁଳନ ଠିକ ରହିବ l
* ମକର ରାଶି – ମକର ରାଶିର ବ୍ୟକ୍ତିଙ୍କ ପାଇଁ ଦୀର୍ଘ ସମୟରୁ ଚାଲିଥିବା ଅସୁବିଧା ରୁ ଆରାମ ମିଳିବ l ଶୁଭ ଖବର ପାଇବେ, ଧନ ସମ୍ବନ୍ଧିତ ସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ, ଆତ୍ମବିଶ୍ୱାସ ବୃଦ୍ଧି ହେବ l
* କୁମ୍ଭ ରାଶି – କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ମହାଶିବରାତ୍ରି ଉନ୍ନତି ର ସଂକେତ ନେଇ ଆସିବ, କ୍ୟାରିଅର ରେ ଆଗକୁ ବଢିବାର ମଉକା ପାଇବେ, ଆୟ ବୃଦ୍ଧି ହେବ, ପରିବାର ରେ ଶାନ୍ତି ଓ ସହଯୋଗ ର ସ୍ଥିତି ଆସିବ l