Odisha news

କାହା ସ୍ୱାର୍ଥ ରେ ୧୦୮ ଓ ୧୦୨ ଆମ୍ବୁଲାନ୍ସ ସେବା: ୧୨୦୦ ଟଙ୍କା ଗଣି ୩୦ କିମି ଅଟୋରେ ଆସିଲେ ଗର୍ଭବତୀ

0
ବାଲିଗୁଡା,ତା, ୧୨/୦୨:(ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡରେ ଜରୁରୀକାଳୀନ ରୋଗୀଙ୍କୁ ଆବଶ୍ୟକ ସମୟରେ ଆମ୍ବୁଲାନ୍ସ ସେବା ମିଳୁନଥିବା ଅଭିଯୋଗ ହୋଇଛି l  ଜଣେ ଗର୍ଭବତୀ ମହିଳା ଙ୍କ ପରିବାର ଲୋକେ ୧୦୮ ଓ ୧୦୨ ଆମ୍ବୁଲାନ୍ସକୁ ଘଣ୍ଟାଘଣ୍ଟା ଅପେକ୍ଷା କରିବା ପରେ ଶେଷରେ ଜଣେ ଗର୍ଭବତୀ ମହିଳା ଦୀର୍ଘ ୩୦ କିଲୋମିଟର ଅଟୋରେ ଯାତ୍ରା କରି ବାଲିଗୁଡା ଉପଖଣ୍ଡ ଡାକ୍ତରଖାନାରେ ପହଞ୍ଚିଛନ୍ତି। ଅଟୋଭଡା ବାବଦ ତାଙ୍କୁ ୧୨ ଶହ ଟଙ୍କା ଗଣିବାକୁ ପଡିଛି। ସ୍ଵାସ୍ଥ୍ୟସେବା ବାବଦରେ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିଲେ ହେଁ ଏହି ଉପଖଣ୍ଡରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ବାଲିଗୁଡା ବ୍ଳକ ଅନ୍ତର୍ଗତ ପରମପଙ୍ଗା ପଞ୍ଚାୟତର ବହୁ ଚର୍ଚ୍ଚିତ ଗୁମୁଡୁମାହା ଗ୍ରାମର ଶିବାନୀ ମଳିକ ଗର୍ଭ ଯନ୍ତ୍ରଣା ଭୋଗିଥିଲେ। ବାଲିଗୁଡା ଡାକ୍ତରଖାନା ନେବାକୁ ପରିବାର ଲୋକେ ୧୦୮ ଓ ୧୦୨ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ। ହେଲେ ଘଣ୍ଟାଘଣ୍ଟା ଅପେକ୍ଷା କରିବା ସତ୍ତ୍ବେ ଆମ୍ବୁଲାନ୍ସ ନପହଞ୍ଚିବାରୁ ବାଧ୍ୟ ହୋଇ ଶେଷରେ ପରିବାର ଲୋକେ ତାଙ୍କୁ ଏକ ଭଡା ଅଟୋରେ ଗୁମୁଡୁମାହା ଗ୍ରାମରୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ, ସେଠାରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିବା ଜଣାପଡିଛି।
Leave A Reply