Odisha news

ୱାଇଜାଗ ଟି-20 ଏକ୍ସପେରିମେଣ୍ଟ ଟିମ ଇଣ୍ଡିଆ କ୍ୟାପଟେନ ସୂର୍ଯ୍ୟ କୁମାରଙ୍କ ଉପରେ ପଡିଲା ଭାରି

0

ନିୟୁଜିଲ୍ୟାଣ୍ଡ ଭାରତକୁ ବୁଧବାର ୱାଇଜାଗ ଖେଳା ଯାଇଥିବା ଚତୁର୍ଥ ଟି 20 ଇଣ୍ଟରନେଶନାଲ ମୁକାବିଲା ରେ ୫୦ ରନ ରେ ହାରିଯାଇଛି, ଏହିଭଳି ଭାବରେ ବର୍ତମାନ ସିରିଜ ର ଗଣତି ପ୍ରଥମେ ବ୍ୟାଟିଂ କରି ନିୟୁଜିଲ୍ୟାଣ୍ଡ ୨୦ ଓଭର ରେ ୭ ଉଇକେଟ ରେ ୨୧୫ ରନ ର ସ୍କୋର କରିଥିଲା, ନିୟୁଜିଲ୍ୟାଣ୍ଡ ର ସିଫର୍ଟ ଓ ଡେଵନ ଙ୍କ ଯୋଡି  ଭାରତୀୟ ବୋଲର ଙ୍କ ଉପରେ ପ୍ରେସର ପକାଇ ୮.୨ ଓଭର ରେ ୧୦୦ ରନ କରିଥିଲେ, ସିଫର୍ଟ ୩୬ ବିଲରେ ୬୨ ରନ କରି ଥିଲେ, ଯେବେକି କନବେ ୨୩ ଟି ବଲରେ ୪୪ ରନ କରିଥିଲେ l

ଶେଷ ୧୦ ଓଭର ରେ ଭାରତ ନିୟୁଜିଲ୍ୟାଣ୍ଡ ର ରନ ଗତି ଉପରେ ଅଙ୍କୁଶ ଲଗାଇଥିଲା, ଅର୍ସଦିପ ସିଂ ଓ କୁଲଦୀପ ଯାଦବ ଦୁଇଟି ଲେଖାଏଁ ଉଇକେଟ ନେଇଥିଲେ, ଏହାସତ୍ବେ ମଧ୍ୟ ଡ଼େରିଲ ମିଚେଲ ଶେଷରେ ୧୮ ଟି ବଲରେ ୩୯ ରନ କରି ନିୟୁଜିଲ୍ୟାଣ୍ଡ ର ୨୦୦ ରନ ପାର କରିଥିଲେ l ଟୋଟାଲ ୨୧୬ ରନ ର ଟାର୍ଗେଟ କରି ଭାରତୀୟ ଦଳ ଆରମ୍ଭରେ ଖରାପ ପ୍ରଦର୍ଶନ କରିଥିଲେ, ଏବଂ ଖୁବ ଶୀଘ୍ର ଭାରତୀୟ ଦଳର ଉଇକେଟ ପତନ ହୋଇଥିଲା, ଶିବମ ଦୁବେ ଭାରତୀୟ ଦଳକୁ ସମ୍ଭାଳି ୨୩ ବଲରେ ୬୫ ରନ କରିଥିଲେ, ଯେବେକି ରିଙ୍କୁ ସିଂ ୩୦ ବଲରେ ୩୯ ରନ କରିଥିଲେ, କିନ୍ତୁ ଏହି ଦୁଇ ଖେଳାଳି ଙ୍କ ବ୍ୟତୀତ ଆଉ କୌଣସି ବ୍ୟାଟର ଅଧିକ ସମୟ ପଡିଆରେ ରହି ନଥିଲେ l

ଭାରତୀୟ ଦଳ ୧୮. ୪ ଓଭର ରେ ୧୬୫ ରନରେ ସୀମିତ ରହି ଯାଇଥିଲା, ନିୟୁଜିଲ୍ୟାଣ୍ଡ ର ଅଧିନାୟକ ମିଚେଲ ୪ ଓଭର ରେ ୨୬ ରନ ଦେଇ ୩ଟି ମହତ୍ଵପୁର୍ଣ ଉଇକେଟ ନେଇଥିଲେ, l

ଭାରତୀୟ ଟିମ ଏହି ମ୍ୟାଚ ରେ ଏକ୍ସପେରିମେଣ୍ଟ କରି ୬ ଜଣ ବ୍ୟାଟର ଙ୍କୁ ମୈଦାନ କୁ ଓଲ୍ହାଇଥିଲା, ହାର୍ଦ୍ଧିକ ପାଣ୍ଡିଆ ଙ୍କୁ ବ୍ୟାଟର ଓ ଅଲ ରାଉଣ୍ଡର ଭାବରେ ଦଳରେ ସାମିଲ କରିଥିଲେ କ୍ୟାପଟେନ ସୂର୍ଯ୍ୟ କୁମାର, କିନ୍ତୁ ସେ ଏହି ମ୍ୟାଚ ରେ ବୋଲିଂ କରି ନଥିଲେ, ହର୍ଷିତ ରାଣା ଙ୍କୁ ଦଳର ସପ୍ତମ ଖେଳାଳି ଭାବରେ ରଖା ଯାଇଥିଲା, କିନ୍ତୁ ସୂର୍ଯ୍ୟ କୁମାର ଙ୍କର ଏହି ଏକ୍ସପେରିମେଣ୍ଟ ଠିକ ରହିଲା ନାହିଁ ୫୦ ରନରେ  ପରାଜୟ ହାସଲ କରିଥିଲା l

ମ୍ୟାଚ ସମାପ୍ତ ହେବାପରେ ସୂର୍ଯ୍ୟ କୁମାର କହିଥିଲେ ଆମେ ଜାଣିଶୁଣି ୬ ଜଣ ବ୍ୟାଟର ଙ୍କ ସହିତ ଖେଳିବାର ନିଷ୍ପତି ନେଇଥିଲୁ, ଆମେ ସମସ୍ତ ଖେଳାଳି ଙ୍କୁ ଖେଳାଇବାକୁ ଚାହୁଁଥିଲୁ l ତେଣୁ ସମସ୍ତଙ୍କୁ ଚାନ୍ସ ଦେବାକୁ ଚାହୁଁଥିଲୁ l

Leave A Reply