ଭାରତ ଓ ଇୟୁରୋପିୟ ସଙ୍ଘ ମଧ୍ୟରେ ମୁକ୍ତ ବାଣିଜ୍ୟିକ ସମ୍ବନ୍ଧ ଚୁକ୍ତି ହୋଇଯାଇଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ୟୁରୋପୀୟ ଆୟୋଗ ର ଅଧକ୍ଷ ଉର୍ସୁଲା ବନ ଡେର ଲେୟାନ ଓ ଏଣ୍ଡନୀୟ କାଷ୍ଠL ଏହାକୁ ଐତିହାସିକ ବାଣିଜ୍ୟ କହିଛନ୍ତି, ଏବଂ ଏହାର ନାମ ମଦର ଅଫ ଅଲ ଡୀଲସ ରଖାଯାଇଛି, ଏହି ଡୀଲ ଅନୁସାରେ ଇୟୁରୋପିୟ ଦେଶରୁ ଆସୁଥିବା ୯୦ ପ୍ରତିଶତ ଜିନିଷ ବର୍ତମାନ ତାରିଫ ଫ୍ରି ହୋଇଯିବ, ନଚେତ ଏହା ଉପରେ ଲାଗିଥିବା ଟ୍ୟାକ୍ସ ହ୍ରାସ ହେବ, ଏହି ଡୀଲ ର ସିଧାସଳଖ ପ୍ରଭାବ ଭାରତୀୟ ସେୟାର ମାର୍କେଟ ଉପରେ ପଡିଛି, ଏବଂ ବୁଧବାର ଦିନ ସେୟାର ମାର୍କେଟ ଖୋଲିବା ମାତ୍ରକେ ସେନସେକ୍ସ ଓ ନିଫ୍ଟି ୬୫୦ ଅଙ୍କ ପାଖାପାଖି ଉତ୍ଥାନ ଦେଖିବାକୁ ମିଳିଥିଲା l

ବମ୍ବେ ଷ୍ଟକ ଏକ୍ସଚେଂଜ ର ୩୦ ଟି ସେନ୍ସେକ୍ସ ୮୧.୮୫୭ ରୁ ବୃଦ୍ଧି ହୋଇ ୮୧, ୮୯୨ ରେ ଖୋଲିଥିଲା, ଏବଂ ୮୨, ୫୦୩ ରେ ପହଞ୍ଚିଥିଲା l ନିଫ୍ଟି ର ୫୦ ସେୟାର ଵାଲା ଇଣ୍ଡେକ୍ସ ପୂର୍ବରୁ ୨୫, ୧୭୫ ରେ ବନ୍ଦ ଥିଲା, କିନ୍ତୁ ବୁଧବାର ଖୋଲିଲା ବେଳକୁ ୨୫, ୨୫୮ ରୁ ଆରମ୍ଭ ହୋଇ ୨୫, ୩୭୨ ସ୍ତରରେ ପହଞ୍ଚିଥିଲା l ‘

ଭାରତ- ଇଞ୍ଚୁ ଡୀଲ ହେବା ମାତ୍ରକେ ସେୟାର ବଜାର ଏହାକୁ ସଲାମ କରିଛି, ଏଗ୍ରିମେଣ୍ଟ ଅନୁସାରେ ଭାରତ ଇଉରୋପୀୟ କାର ଗୁଡିକ ଉପରୁ ଟାରିଫ ହଟାଇ ଧୀରେ ଧୀରେ ୧୦ ପ୍ରତିଶତ କରିଦେବ, ଏବଂ ଭାରତରୁ ରପ୍ତାନି ହେଉଥିବା ଜିନିଷ ଗୁଡିକ ଉପରୁ ଇଉରୋପୀୟ ଦେଶ ଟାରିଫ ମୁକ୍ତ କରିବେ l

ଯେଉଁଥିରେ ସାମିଲ ରହିଛି ମେସିନାରୀ , କେମିକାଲଶ, ମେଡ଼ିସିନ, ୱାଇନ, ବିୟର, ଜୁସ, ପ୍ରୋସେସଡ଼ ଫୁଡ, ଏୟାରକ୍ରାଫ୍ଟ, ସ୍ପେସ କ୍ରାଫ୍ଟ ଇତ୍ୟାଦି ରହିଛି l