Odisha news

ଜିଓ-ବ୍ଲାକରକ୍ ଆସେଟ୍ ମ୍ୟାନେଜମେଣ୍ଟ ପକ୍ଷରୁ ‘ଜିଓ-ବ୍ଲାକରକ୍ ସେକ୍ଟର ରୋଟେସନ୍ ଫଣ୍ଡ’ ଶୁଭାରମ୍ଭ

0

– ନୂତନ ଇକ୍ୱିଟି ଫଣ୍ଡ ବ୍ଲାକରକ୍ ର ସିଷ୍ଟମେଟିକ୍ ଆକ୍ଟିଭ୍ ଇକ୍ୱିଟିଜ୍ (ଏସଏଇ) ରଣନୀତିରେ ପରିଚାଳିତ ହେବ
– ନୂତନ ଫଣ୍ଡ ଅଫର୍ (ଏନଏଫଓ) ରେ ନିବେଶ ଜାନୁଆରୀ ୨୭ ରୁ ଫେବୃଆରୀ ୯, ୨୦୨୬ ପର୍ଯ୍ୟନ୍ତ କରାଯାଇପାରିବ
ମୁମ୍ବାଇ: ଜିଓ-ବ୍ଲାକରକ୍ ଆସେଟ୍ ମ୍ୟାନେଜମେଣ୍ଟ ପକ୍ଷରୁ ଏକ ନୂତନ ଇକ୍ୱିଟି ଫଣ୍ଡ, ଜିଓ-ବ୍ଲାକରକ୍ ସେକ୍ଟର ରୋଟେସନ୍ ଫଣ୍ଡ ଶୁଭାରମ୍ଭ ଘୋଷଣା କରାଯାଇଛି। ଏହି ଫଣ୍ଡ ସମୟ ସମୟରେ ଷ୍ଟକ୍ ବଜାରର ବିଭିନ୍ନ କ୍ଷେତ୍ରରେ ଏହାର ନିବେଶ ଅନୁପାତ ପରିବର୍ତ୍ତନ କରି ଏହାର ଗ୍ରାହକମାନଙ୍କୁ ଅଧିକ ରିଟର୍ଣ୍ଣ ପ୍ରଦାନ କରିବାକୁ ପ୍ରଚେଷ୍ଟା କରିବ। ଜିଓ-ବ୍ଲାକରକ୍ ଆସେଟ୍ ମ୍ୟାନେଜମେଣ୍ଟ ହେଉଛି ଜିଓ ଫାଇନାନ୍ସିଆଲ୍ ସର୍ଭିସେସ୍ ଏବଂ ବିଶ୍ୱର ପ୍ରମୁଖ ନିବେଶକ ସଂସ୍ଥା ବ୍ଲାକରକ୍ ମଧ୍ୟରେ ଏକ ମିଳିତ ଉଦ୍ୟୋଗ। କମ୍ପାନୀ ଅନୁଯାୟୀ, ନୂତନ ଫଣ୍ଡ ବ୍ଲାକରକ୍ ର ସିଷ୍ଟମେଟିକ୍ ଆକ୍ଟିଭ୍ ଇକ୍ୱିଟିଜ୍ (ଏସଏଇ) ରଣନୀତି ଉପରେ ଆଧାରିତ, ଯାହା କେଉଁ କ୍ଷେତ୍ରରେ ଅଧିକ ନିବେଶ କରିବ ଏବଂ କେଉଁ କ୍ଷେତ୍ରରେ କମ୍ ନିବେଶ କରିବ ତାହା ନିର୍ଣ୍ଣୟ କରିବା ପାଇଁ ଡାଟା, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଏବଂ ଆନାଲିଟିକ୍ସ ବ୍ୟବହାର କରିଥାଏ। ଏହାର ଉଦ୍ଦେଶ୍ୟ ହେଉଛି ବଜାର ପରିସ୍ଥିତି ପରିବର୍ତ୍ତନ ହେବା ସହିତ କ୍ଷେତ୍ର ନେତୃତ୍ୱରେ ହେଉଥିବା ପରିବର୍ତ୍ତନର ଲାଭ ହାସଲ କରିବା। ସେକ୍ଟର ରୋଟେସନ ରଣନୀତିର ରିସ୍କକୁ ସନ୍ତୁଳିତ କରିବା ଏବଂ ଦୀର୍ଘ ସମୟ ଯାଏଁ ଉତ୍ତମ ରିଟର୍ଣ୍ଣ ହାସଲ କରିବାରେ ସହାୟକ ହୋଇପାରିବ।
ଜିଓବ୍ଲାକରକ୍ ସେକ୍ଟର ରୋଟେସନ୍ ଫଣ୍ଡ୍ କୁ ଫ୍ଲେକ୍ସିକ୍ୟାପ୍ ଭଳି ମୂଳ ଇକ୍ୱିଟି ନିବେଶ ସହିତ ମିଳିତ ଭାବରେ ନିବେଶ କରିବା ପାଇଁ ଡିଜାଇନ୍ କରାଯାଇଛି। ଏହି ଫଣ୍ଡ ଭିନ୍ନ ଭିନ୍ନ ଷ୍ଟକ୍ ଚୟନ କରିବା ପରିବର୍ତ୍ତେ, ଭବିଷ୍ୟତରେ ଉନ୍ନତ ପ୍ରଦର୍ଶନ ସମ୍ଭାବନା ରହିଥିବା ଥିବା କ୍ଷେତ୍ରଗୁଡ଼ିକ ଉପରେ ଧ୍ୟାନ ଦେଇଥାଏ। ଏହା ନିବେଶକମାନଙ୍କୁ ପରିବର୍ତ୍ତିତ ପରିସ୍ଥିତିରେ ଅଧିକ ରିଟର୍ଣ୍ଣ ସୃଷ୍ଟି କରିବାର ସୁଯୋଗ ପ୍ରଦାନ କରେ। ଫ୍ଲେକ୍ସିକ୍ୟାପ୍ ଫଣ୍ଡ୍ ବିଭିନ୍ନ ଆକାରର କମ୍ପାନୀଗୁଡ଼ିକର ଷ୍ଟକ୍ ଚୟନ କରୁଥିବା ବେଳେ, ଏହି ଫଣ୍ଡ୍ ସମୟ ସମୟରେ ବଜାର ଏବଂ ଅର୍ଥବ୍ୟବସ୍ଥାର ସ୍ଥିତି ଉପରେ ଆଧାର କରି ବିଭିନ୍ନ କ୍ଷେତ୍ରରେ ଏହାର ନିବେଶ ଅନୁପାତକୁ ବଦଳାଇଥାଏ।
ଜିଓ-ବ୍ଲାକରକ୍ ର ମୁଖ୍ୟ ନିବେଶ ଅଧିକାରୀ ଋଷି କୋହଲି କହିଛନ୍ତି ଯେ ପୂର୍ବ ବର୍ଷଗୁଡିକର ବ୍ୟବହାର, ପ୍ରଯୁକ୍ତି, ଭୂରାଜନୀତି ଏବଂ ବିଶ୍ୱ ଯୋଗାଣ ଶୃଙ୍ଖଳାରେ ବଡ଼ ପରିବର୍ତ୍ତନ ଆସିଛି, ଯାହାଦ୍ୱାରା କ୍ଷେତ୍ର ଗୁଡିକର ସ୍ଥିତି ନିରନ୍ତର ପରିବର୍ତ୍ତିତ ହେଉଛି। ଏହି ଫଣ୍ଡ ନିବେଶକମାନଙ୍କୁ ଏହି ପରିବର୍ତ୍ତନଗୁଡ଼ିକରେ ଅଂଶୀଦାର ହେବାର ସୁଯୋଗ ପ୍ରଦାନ କରିବ।
ଜିଓ-ବ୍ଲାକରକ୍ ସେକ୍ଟର ରୋଟେସନ୍ ଫଣ୍ଡ ପାଇଁ ନୂତନ ପାଣ୍ଠି ଅଫର (ଏନଏଫଓ) ଜାନୁଆରୀ ୨୭, ୨୦୨୬ ରେ ଆରମ୍ଭ ହେବ ଏବଂ ଫେବୃଆରୀ ୯, ୨୦୨୬ ରେ ବନ୍ଦ ହେବ। ଏହି ପାଣ୍ଠି ଜିଓ ଫାଇନାନ୍ସ ଆପ୍, କମ୍ପାନୀର ୱେବସାଇଟ୍ ଏବଂ ପ୍ରମୁଖ ଡିଜିଟାଲ୍ ନିବେଶ ପ୍ଲାଟଫର୍ମ ମାଧ୍ୟମରେ ସାରା ଦେଶରେ ନିବେଶ ପାଇଁ ଉପଲବ୍ଧ ହେବ।

Leave A Reply