Odisha news

ସ୍ମାର୍ଟ ବଜାରର ‘ଫୁଲ ପଇସା ଅସୁଲ ସେଲ୍’ ଜାନୁଆରୀ ୨୧ରୁ ଆରମ୍ଭ

- ଗ୍ରସେରୀ, ପର୍ସନାଲ କେୟାର, ହୋମ ଏବଂ ଟ୍ରାଭେଲ ସାମଗ୍ରୀ ଉପରେ ସ୍ୱତନ୍ତ୍ର ଡିଲ୍ - ୯୫୦ରୁ ଅଧିକ ଷ୍ଟୋରରେ ଏକକାଳୀନ ଆରମ୍ଭ ହେବ ବର୍ଷର ସବୁଠାରୁ ବଡ଼ ଭାଲ୍ୟୁ ସପିଂ ସେଲ୍

0

ମୁମ୍ବାଇ: ସ୍ମାର୍ଟ ବଜାର ପକ୍ଷରୁ ଜାନୁୟାରୀ ୨୧ ରୁ ୨୬, ୨୦୨୬ ପର୍ଯ୍ୟନ୍ତ ଏହାର ସ୍ୱତନ୍ତ୍ର ‘ଫୁଲ ପଇସା ଅସୁଲ ସେଲ୍’ ଘୋଷଣା କରାଯାଇଛି । ଏହି ସେଲ୍ ଦେଶବ୍ୟାପୀ ସମସ୍ତ ସ୍ମାର୍ଟ ବଜାର ଷ୍ଟୋରରେ ଗ୍ରାହକମାନଙ୍କ ପାଇଁ ଉପଲବ୍ଧ ହେବ, ଯେଉଁଥିରେ ନିତିଦିନିଆ ଆବଶ୍ୟକୀୟ ସାମଗ୍ରୀଠାରୁ ଆରମ୍ଭ କରି ଘର ଏବଂ ଭ୍ରମଣ (ଟ୍ରାଭେଲ) ସାମଗ୍ରୀ ପର୍ଯ୍ୟନ୍ତ ସବୁକିଛି ଉପରେ ଆକର୍ଷଣୀୟ ଅଫର୍ ରହିବ ।
ସେଲ୍ ସମୟରେ, ଗ୍ରାହକମାନେ ୭୪୯ ଟଙ୍କାର ସ୍ମାର୍ଟ ମୂଲ୍ୟରେ ୫ କିଲୋଗ୍ରାମ ବାସମତୀ ଚାଉଳ ଏବଂ ୨.୭୩ ଲିଟର ତେଲର ଏକ ସ୍ୱତନ୍ତ୍ର କମ୍ବୋ ପାଇବେ । ବିସ୍କୁଟ ଉପରେ “ଯେକୌଣସି ୨ଟି କିଣନ୍ତୁ, ଯେକୌଣସି ୧ଟି ମାଗଣା ପାଆନ୍ତୁ” ଅଫର୍ ରହିବ । ଡିଟରଜେଣ୍ଟ ଉପରେ ୩୦ ପ୍ରତିଶତ ପର୍ଯ୍ୟନ୍ତ, ସାବୁନ ଏବଂ ଟୁଥପେଷ୍ଟ ଉପରେ ୪୦ ପ୍ରତିଶତ ପର୍ଯ୍ୟନ୍ତ ଏବଂ ଟପ୍-ବ୍ରାଣ୍ଡେଡ୍ ସାମ୍ପୁ ଉପରେ ୩୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବ ।
ଏହା ବ୍ୟତୀତ, ରେମଣ୍ଡ, ୱେଲସ୍ପନ୍ ଏବଂ ଟ୍ରାଇଡେଣ୍ଟ ବ୍ରାଣ୍ଡର ବେଡସିଟ୍ ଉପରେ “୧ କିଣନ୍ତୁ, ୩ ମାଗଣା ପାଆନ୍ତୁ” ଅଫ,ର୍ ଆରିଷ୍ଟୋକ୍ରାଟ୍ ଏବଂ ଟ୍ରାୱାର୍ଲ୍ଡର ୩-ପିସ୍ ହାର୍ଡ ଟ୍ରଲି ସେଟ୍ ଉପରେ ୮୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଏବଂ ଏଲୱାଇଏଫ ୨-ଜାର୍ ମିକ୍ସର୍ ଗ୍ରାଇଣ୍ଡର୍ ମାତ୍ର ୯୯୯ ଟଙ୍କାରେ ଉପଲବ୍ଧ ହେବ ।
ସ୍ମାର୍ଟ ବଜାର ପକ୍ଷରୁ ପ୍ରକାଶ କରାଯାଇଛି ଯେ “ଫୁଲ୍ ପଇସା ଅସୁଲ୍ ସେଲ୍” ଗ୍ରାହକମାନଙ୍କୁ ସେମାନଙ୍କ ବଜେଟ୍ ଉପରେ ଅତିରିକ୍ତ ଚାପ ନ ପକାଇ ଅଧିକ ଭାଲ୍ୟୁ ଏବଂ ଅଧିକ ସଞ୍ଚୟ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି । ୫୩୦ରୁ ଅଧିକ ସହରରେ ୯୫୦ ରୁ ଅଧିକ ଷ୍ଟୋର୍ ସହିତ, ସ୍ମାର୍ଟ ବଜାର ଦେଶବ୍ୟାପୀ ଏକ ବିଶ୍ୱସ୍ତ ଏବଂ ସୁଲଭ ସପିଂ ସ୍ଥଳ ରହିଆସିଛି । ଜାନୁୟାରୀ ୨୧ ରୁ ୨୬ ତାରିଖ ମଧ୍ୟରେ ସେମାନଙ୍କର ନିକଟତମ ସ୍ମାର୍ଟ ବଜାର ଷ୍ଟୋର ପରିଦର୍ଶନ କରି ଗ୍ରାହକମାନେ ଏହି ସ୍ୱତନ୍ତ୍ର ସେଲର ଲାଭ ଉଠାଇପାରିବେ ।

Leave A Reply