ଶାସ୍ତ୍ର ଅନୁସାରେ ସୂର୍ଯ୍ୟଦେବ ଙ୍କ ର ଗୋଟିଏ ରାଶିରୁ ଆଉ ଗୋଟିଏ ରାଶିକୁ ଗମନ କୁ ସଂକ୍ରାନ୍ତି କୁହାଯାଏ , ଧାର୍ମିକ ମାନ୍ୟତା ଅନୁସାରେ ମକରସଂକ୍ରାନ୍ତି ର ଅନେକ ମହତ୍ୱ ହିନ୍ଦୁ ଧର୍ମରେ ରହିଛି l ଚଳିତବର୍ଷ ଜାନୁଆରୀ ୧୪ ତାରିଖରେ ମକରସଂକ୍ରାନ୍ତି ପାଳିତ ହେବ l ସୁର୍ଯ୍ୟ ଦେବ ନିଜ ପୁତ୍ର ଶନି ଦେବଙ୍କ ଘରକୁ ମକର ସଂକ୍ରାନ୍ତି ରେ ଗୋଚର କରି ଥାଆନ୍ତି l ଆର୍ଥିକ ସୁଖ ସମୃଦ୍ଧି ପାଇଁ ଓ ଗ୍ରହ ମାନଙ୍କର ଶୁଭ ଦଶା ପାଇବା ପାଇଁ ମକର ସଂକ୍ରାନ୍ତି ରେ ରାଶି ଅନୁସାରେ ଦାନ କରିବା ଆବଶ୍ୟକ l
* ମେଷ ରାଶି ର ବ୍ୟକ୍ତି ମକର ସଂକ୍ରାନ୍ତି ଦିନ ଗୁଡ଼ , ଚିନା ବାଦାମ ଓ ରାଶି ଦାନ କରିବା ଆବଶ୍ୟକ ଏବଂ କୌଣସି ଗରିବ ଙ୍କୁ ନାଲି ବସ୍ତ୍ର ଦାନ କରନ୍ତୁ l ରିଷ୍ଟ ଖଣ୍ଡନ ହେବ l
* ବୃଷ ରାଶିର ବ୍ୟକ୍ତି ମକର ସଂକ୍ରାନ୍ତି ଦିନ ଦହି , ଧଳା ବସ୍ତ୍ର ଓ ରାଶି ଦାନ କରିବା ଜରୁରୀ , ମାନ୍ୟତା ରହିଛି ଯେ ଏହାଦ୍ୱାରା ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ l
* ମିଥୁନ ରାଶିର ବ୍ୟକ୍ତି ମକର ସଂକ୍ରାନ୍ତି ଦିନ ପରିବା , କଳା ରାଶି ଓ କମ୍ବଳ ଦାନ କରନ୍ତୁ , ଏହାଦ୍ୱାରା ବୌଦ୍ଧିକ ବିକାଶ ହୋଇଥାଏ l
* କର୍କଟ ରାଶିର ବ୍ୟକ୍ତି ଆଜିର ଦିନ ରେ ହଳଦିଆ ଫଳ ଓ ଖେଚୁଡ଼ି ବଣ୍ଟନ କରନ୍ତୁ , ଏହାଦ୍ୱାରା ଜୀବନ ରେ ଶାନ୍ତି ରହିବ l
* ସିଂହ ରାଶିର ବ୍ୟକ୍ତି ବିଶେଷ ନାଲି କପଡା , ତମ୍ବା , ଏବଂ କ୍ଷୀରି ଅର୍ପଣ କରନ୍ତୁ ଏହାଦ୍ୱାରା ସୁର୍ଯ୍ୟ ଦେବଙ୍କ କୃପା ଦୃଷ୍ଟି ଲାଭ ହୋଇଥାଏ ଏବଂ ଜୀବନ ସୁଖମୟ ହୋଇଥାଏ l
* କନ୍ୟା ରାଶିର ବ୍ୟକ୍ତି ମକର ସଂକ୍ରାନ୍ତି ଦିନ ପରିବା , ରାଶି ଲଡ଼ୁ , ଏବଂ ଗାଜର ଦାନ କରିବା ଜରୁରୀ , ଏହାଦ୍ୱାରା ସୂର୍ଯ୍ୟଦେବ କୃପା ଦୃଷ୍ଟି ଦେଇ ଥାଆନ୍ତି l
* ତୁଳା ରାଶିର ବ୍ୟକ୍ତି ବିଶେଷ ନିଜ ରାଶିର ସ୍ୱାମୀ ଗ୍ରହ ଶୁକ୍ର ଙ୍କ ଅନୁସାରେ ଚିନି, ଚାଉଳ, ଦୁଗ୍ଧ, ଦହି, ଗୁଡ଼ ଇତ୍ୟାଦି ଦାନ କରନ୍ତୁ , ଏହା ଆପଣଙ୍କୁ ବିଶେଷ ଫଳପ୍ରଦ କରିବ l
* ବିଛା ରାଶିର ବ୍ୟକ୍ତିଙ୍କ ର ସ୍ୱାମୀ ଗ୍ରହ ମଙ୍ଗଳ ହୋଇଥିବାରୁ ଜୀବଜନ୍ତୁ ଙ୍କୁ ଖାଦ୍ୟ ଦିଅନ୍ତୁ, ନାଲି ବସ୍ତ୍ର , ତମ୍ବା ଗଡୁ ଓ ଗୁଡ଼ ଦାନ କରନ୍ତୁ, ସୂର୍ଯ୍ୟ ଙ୍କ ଶୁଭ ଦୃଷ୍ଟି ରହିବ l
* ଧନୁ ରାଶିର ବ୍ୟକ୍ତିମାନେ ହଳଦିଆ ବସ୍ତୁ, ହଳଦିଆ ବସ୍ତ୍ର, ହଳଦୀ ଦାନ କରନ୍ତୁ, ଏବଂ ମହିଳା ମାନଙ୍କୁ ସଂଖା ସିନ୍ଦୁର ଦାନ କରିବା ଦ୍ୱାରା ଜୀବନ ସୁଖମୟ ହୋଇଥାଏ l
* ମକର ରାଶି ର ବ୍ୟକ୍ତି ମାନେ କଳା ବସ୍ତ୍ର, ଗୁଡରେ ପ୍ରସ୍ତୁତ ରାଶି ଲଡୁ ଦାନ କରନ୍ତୁ ଏବଂ କଳା ରଙ୍ଗର ଗାଈକୁ ଘାସ ଓ ଚାଉଳ ଖାଇବାକୁ ଦିଅନ୍ତୁ l ଶୁଭ ଯୋଗ ଆସିବ l
* କୁମ୍ଭ ରାଶିର ବ୍ୟକ୍ତିମାନେ ସୂର୍ଯ୍ୟଦେବ ଙ୍କ କୃପା ଲାଭ କରିବା ପାଇଁ ବିରୀ ଡ଼ାଲିରେ ପ୍ରସ୍ତୁତ ଖେଚୁଡ଼ି ଦାନ କରନ୍ତୁ, ଏବଂ ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ଦିଅନ୍ତୁ l
* ମୀନ ରାଶିର ବ୍ୟକ୍ତି ମାନେ ମକର ସଂକ୍ରାନ୍ତି ଦିନ ଖେଚୁଡ଼ି, କଳା ରାଶି ଲଡୁ , ହଳଦୀ ଦାନ କରିବା ଶୁଭ ଅଟେ , ଏହାଦ୍ୱାରା ଆର୍ଥିକ ବିକାଶ ହୋଇଥାଏ l